Dawood House Demolition / ଦାଉଦ୍ର ଘର ଉପରେ ଚାଲିଲା BMCର ବୁଲଡୋଜର, D-Companyର ପ୍ରାରମ୍ଭିକ ଆଡ୍ଡା ଥିଲା ଏହି ଘର
·45 mins ago·1 min read

Key Points
ମାଟିରେ ମିଶିଲା ଦାଉଦ୍ ଇବ୍ରାହିମ୍ର ପୁରୁଣା ଠିକଣା
ବୁଲଡୋଜର ଚଳାଇଲା BMC
୧୯୩୯ରେ ନିର୍ମାଣ ହୋଇଥିଲା ଏହି କୋଠା
ବୁଲଡୋଜର ଚଳାଇଲା BMC
୧୯୩୯ରେ ନିର୍ମାଣ ହୋଇଥିଲା ଏହି କୋଠା
ମାଟିରେ ମିଶିଲା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ର ପୁରୁଣା ଠିକଣା । ଦକ୍ଷିଣ ମୁମ୍ବାଇର ଭିଣ୍ଡି ବଜାରସ୍ଥିତ ହାଜି ଇସମାଇଲ୍ ହାଜି ହବିବ୍ ମୁସାଫିରଖାନାକୁ ଭାଙ୍ଗିବା ଆରମ୍ଭ କରିଛି ମୁମ୍ବାଇ ମହାନଗର ନିଗମ (BMC) । ନଭେମ୍ବର ୧୯ ତାରିଖରେ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ବୁଲଡୋଜର ଲଗାଇ ଏହି କୋଠାର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି ।
୧୯୩୯ ମସିହାରେ ହଜ୍ ଯାତ୍ରୀଙ୍କ ରହଣି ପାଇଁ ଏହି କୋଠା ନିର୍ମାଣ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ଓ ତାଙ୍କ ପରିବାରର ରହଣିସ୍ଥଳୀ ଭାବେ ପରିଚିତ ହୋଇଥିଲା । ଏପରିକି ଦାଉଦ୍ର କୁଖ୍ୟାତ ଗ୍ୟାଙ୍ଗ୍ D-Companyର ପ୍ରାରମ୍ଭିକ ଆଡ୍ଡା ଭାବେ ମଧ୍ୟ ଏହି କୋଠାକୁ ଜଣାଯାଉଥିଲା ।
ଏହି କୋଠା ସହ ଜଡ଼ିତ ରହିଛି ମୁମ୍ବାଇ ଅଣ୍ଡରୱାର୍ଲ୍ଡର ଅନେକ ରୋଚକ ଓ ରକ୍ତରଞ୍ଜିତ ଇତିହାସ । କୁହାଯାଏ, ଏହି କୋଠା ସମ୍ମୁଖରେ ଦାଉଦ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ପ୍ରତିପକ୍ଷ ପଠାନ୍ ଗ୍ୟାଙ୍ଗ୍ ପକ୍ଷରୁ ଗୁଳିମାଡ଼ ମଧ୍ୟ କରାଯାଇଥିଲା । ଅନ୍ୟପଟେ, BMC ଏହି କୋଠାକୁ C-1 ବର୍ଗର ବିପଜ୍ଜନକ କୋଠା ଭାବେ ଚିହ୍ନଟ କରିଥିଲା । ଏହାପରେ ଏହାକୁ ଭାଙ୍ଗିବା ପାଇଁ ପଦକ୍ଷେପ ନିଆଯାଇଛି ।
ଏହି କୋଠାର ଉଚ୍ଛେଦ ସହ ଦାଉଦ୍ ଇବ୍ରାହିମ୍ର ଅତୀତ ସହ ଜଡ଼ିତ ମୁମ୍ବାଇର ଏକ ଚର୍ଚ୍ଚିତ ଠିକଣାର ଅସ୍ତିତ୍ୱ ଶେଷ ହୋଇଛି । ଦିନେ ଯେଉଁ କୋଠାକୁ ନେଇ ଅଣ୍ଡରୱାର୍ଲ୍ଡର ଅନେକ କାହାଣୀ ଚର୍ଚ୍ଚାରେ ଥିଲା, ଆଜି ତାହା ଇତିହାସର ପୃଷ୍ଠାରେ ସୀମିତ ହୋଇଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories