ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ

ଅର୍ଗସ ବ୍ୟୁରୋ: ଏବେ ବାରମ୍ବାର ବିମାନରେ ବୋମା ଆତଙ୍କ ଖବର ଶୁଣିବାକୁ ମିଳୁଛି। କିନ୍ତୁ କଣପାଇଁ ଏଭଳି ବାରମ୍ବାର ଧମକ ଆସୁଛି ଏହା ତଦନ୍ତ ପରିସର ଭୁକ୍ତ। ତେବେ ଫ୍ରାନ୍ସର ପ୍ୟାରିସରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଭିସ୍ତାରା ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ବିମାନରେ ଆତଙ୍କ ଖେଳିଯାଇଥିଲା।
ତେବେ ଏହା ଏକ ଗୁଜବ ବୋଲି ପରେ ଜଣାପଡ଼ିଥିଲା । ସୂଚନା ଅନୁସାରେ, ଏ ସଂକ୍ରାନ୍ତରେ ଏକ ହାତ ଲେଖା ଚିଠି ପାଇବା ପରେ କ୍ରୁ ମେମ୍ବରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସଙ୍ଗେ ସଙ୍ଗେ ମୁମ୍ବାଇ ବିମାନ ବନ୍ଦରକୁ ଖବର ଦିଆଯିବା ପରେ ଭିସ୍ତାରା ବିମାନକୁ ଜରୁରୀ ଅବତରଣ କରାଯାଇଥିଲା।
ବିମାନରେ ସମୁଦାୟ ୩୦୬ ଜଣ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି। ଏହା ପୂର୍ବରୁ ଚେନ୍ନାଇରୁ ମୁମ୍ବାଇ ଓ ଦିଲ୍ଲୀରୁ ବାରଣାସୀ ଯାଉଥିବା ବିମାନରେ ବୋମା ଥିବାରୁ ଆତଙ୍କ ସୃଷ୍ଟି ହୋଇଥିଲା। ବିମାନ ବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ବିମାନକୁ ଅବତରଣ କରାଇବା ସହ ପୁରା ବିମାନକୁ ଯାଞ୍ଚ କରାଯାଇଥିଲା। ତେବେ ଏହି ବିମାନରୁ ସେଭଳି କିଛି ମିଳି ନ ଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର