Ganesh Utsav 2026 Maharashtra / POP ନିର୍ମିତ ଗଣେଶ ମୂର୍ତ୍ତି କିପରି ଏବଂ କେଉଁଠି ହେବ ବିସର୍ଜିତ? ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ବମ୍ବେ ହାଇକୋର୍ଟ
·2 weeks ago·2 min read

Key Points
ଗଣେଶୋତ୍ସବ ୨୦୨୬ ପୂର୍ବରୁ ବମ୍ବେ ହାଇକୋର୍ଟ ମୁମ୍ବାଇର ପୂଜା ମଣ୍ଡପକୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପ୍ରାକୃତିକ ଜଳାଶୟରେ ୬ ଫୁଟରୁ ଅଧିକ ଉଚ୍ଚ POP ମୂର୍ତ୍ତି ବିସର୍ଜନ ପାଇଁ କୋର୍ଟ ଅସ୍ଥାୟୀ ଅନୁମତି ପ୍ରଦାନ କରିଛନ୍ତି। ସେହିପରି ୬ ଫୁଟ ପର୍ଯ୍ୟନ୍ତ ମୂର୍ତ୍ତି କେବଳ କୃତ୍ରିମ ପୋଖରୀରେ ବିସର୍ଜନ କରାଯିବ।
Bombay HC on POP made Ganesh Idol Immersion: ଚଳିତ ବର୍ଷ ସେପ୍ଚମ୍ବର ୧୪ ତାରିଖରେ ପାଳିତ ହେଉଛି ଗଣେଶ ଚତୁର୍ଥୀ। ଏହି ଅବସରରେ ସମଗ୍ର ଦେଶରେ ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନ ସହ ବିଶେଷ ପୂଜାର୍ଚ୍ଚନା କରାଯିବ। ଗଣେଶ ପୂଜା ସମୟରେ ସମଗ୍ର ଦେଶର ଧ୍ୟାନ ମହାରାଷ୍ଟ୍ର ଉପରେ କେନ୍ଦ୍ରିତ ହୋଇଥାଏ। କାରଣ ସମଗ୍ର ରାଜ୍ୟ ଗଣପତି ଙ୍କ ଭକ୍ତିରେ ବିଲୀନ ହୋଇଯାଏ। ଏଥର ୨୦୨୬ ଗଣେଶୋତ୍ସବ ପୂର୍ବରୁ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଯାହା ମାୟାନଗରୀ ମୁମ୍ବାଇର ଗଣପତି ମଣ୍ଡଳ (ଗଣେଶ ପୂଜା କମିଟି) ଲାଗି ଆଶ୍ୱସ୍ତି ଆଣିଛି।
ବମ୍ବେ ହାଇକୋର୍ଟ ପ୍ରାକୃତିକ ଜଳାଶୟରେ ୬ ଫୁଟ ଠାରୁ ଅଧିକ ଉଚ୍ଚ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ଅନୁମତି ଦେଇଛନ୍ତି। ଯାହା ପ୍ଲାଷ୍ଟର ଅଫ୍ ପ୍ୟାରିସ (Plaster of Paris) ଦ୍ୱାରା ତିଆରି ହୋଇଥାଏ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ପୂର୍ବ ବର୍ଷ ଭଳି ୬ ଫୁଟ ଠାରୁ ଅଧିକ ଉଚ୍ଚ POP ମୂର୍ତ୍ତିକୁ ପ୍ରାକୃତିକ ଜଳାଶୟରେ ବିସର୍ଜନ କରାଯାଇପାରିବ। ହେଲେ ତଥାପି ୬ ଫୁଟ କିମ୍ବା ଏହା ଠାରୁ କମ୍ POP ମୂର୍ତ୍ତିକୁ କେବଳ କୃତ୍ରିମ ପୋଖରୀରେ ବିସର୍ଜନ କରିବାକୁ ହେବ।
ଏହା ସହ ପଢନ୍ତୁ: ଶ୍ରାବଣରେ ଦିବ୍ୟ ଶୃଙ୍ଗାର ସହ ଦର୍ଶନ ଦେଲେ ବାବା ମହାକାଳ
ଅନ୍ତରୀଣ ଆଦେଶ ସମ୍ପର୍କରେ ସରକାରୀ ପଦକ୍ଷେପ
ଗତ ୨୦୨୫ ଜୁଲାଇ ୨୪ ତାରିଖର ଅନ୍ତରୀଣ ଆଦେଶ ଅନୁଯାୟୀ, ୬ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ମୂର୍ତ୍ତିକୁ କୃତ୍ରିମ ଜଳାଶୟରେ ବିସର୍ଜନ କରିବାକୁ ହେବ। ଚୂଡ଼ାନ୍ତ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ କେଉଁ ଅନ୍ତରୀଣ ଆଦେଶ (ଜୁନ୍ ୯ କିମ୍ବା ଜୁଲାଇ ୨୪) କାର୍ଯ୍ୟକାରୀ ହେବ ତାହା ସ୍ପଷ୍ଟ କରିବା ପାଇଁ ମହାରାଷ୍ଟ୍ର ସରକାର ନିକଟରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଚୂଡ଼ାନ୍ତ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ବଜାୟ ରହିବ ପୁରୁଣା ନିୟମ
ବିଚାରପତି ଅଜୟ ଗଡ଼କରୀ ଏବଂ ବିଚାରପତି କମଲ ଖଟାଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ୨୪ ଜୁଲାଇ, ୨୦୨୫ ଆଦେଶରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ POP ମୂର୍ତ୍ତି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରିବା ଉପରେ କୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନଦେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥର ୧୨ ଦିନିଆ ହେବ ଗଣେଶୋତ୍ସବ
ଚଳିତ ବର୍ଷ ଗଣେଶୋତ୍ସବ ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ସୋମବାର ଠାରୁ ଆରମ୍ଭ ହେଉଛି। ତାରିଖର ଏକ ବିଶେଷ ସଂଯୋଗ ଯୋଗୁଁ, ଏହି ଉତ୍ସବ ଏଥର ୧୦ କିମ୍ବା ୧୧ ଦିନ ପରିବର୍ତ୍ତେ ୧୨ ଦିନ ଚାଲିବ। ଅନନ୍ତ ଚତୁର୍ଦ୍ଦଶୀରେ ବିସର୍ଜନ ସହିତ ସେପ୍ଟେମ୍ବର ୨୫ ତାରିଖ ଶୁକ୍ରବାର ଶେଷ ହେବ।

Related Topics
Explore more stories