Tarun Tejpal Jail sentence / ଯୌନ ଉତ୍ପୀଡ଼ନ ମାମଲାରେ ଆସିଲା ବଡ଼ ରାୟ, ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲ୍
·1 hour ago·2 min read

Key Points
ତରୁଣ ଜେତପାଲଙ୍କୁ ଜେଲ ଦଣ୍ଡାଦେଶ
ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିଲେ
୨୦୧୩ ମସିହାର ଯୌନ ନିର୍ଯାତନା ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ

ଦୋଷୀ ସାବ୍ୟସ୍ତ ହୋଇଥିବା 'ତେହଲ୍କା' ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ । ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ 'ତେହଲକା' ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ୨୦୧୩ ମସିହାର ଯୌନ ନିର୍ଯାତନା ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଦାଲତ ଗୋଆ ସେସନ୍ସ କୋର୍ଟଙ୍କ ୨୦୨୧ ମସିହାର ଦୋଷମୁକ୍ତ ରାୟକୁ ରଦ୍ଦ କରି ଏହି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି ।
ନିମ୍ନ ଅଦାଲତ ପୂର୍ବରୁ ତେଜପାଲଙ୍କୁ ଦେଇଥିବା ଦୋଷମୁକ୍ତ ରାୟକୁ ହାଇକୋର୍ଟ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରିଛନ୍ତି । ବହୁ ଚର୍ଚ୍ଚିତ ୨୦୧୩ ଯୌନ ନିର୍ଯାତନା ମାମଲାରେ ଗୋଆ ସରକାରଙ୍କ ଆପିଲ୍ ଉପରେ ଶୁଣାଣି କରି ହାଇକୋର୍ଟ ଏହି ବଡ଼ ଶୁଣାଣି କରିଛନ୍ତି ।
ନିଜ ସହକର୍ମୀଙ୍କୁ ହୋଟେଲ୍ ଲିଫ୍ଟ ଭିତରେ ଦୁଷ୍କର୍ମ କରିବା ଅଭିଯୋଗରେ ୨୦୨୧ ମସିହାରେ ସେସନ୍ସ କୋର୍ଟ ତେଜପାଲଙ୍କୁ ଖଲାସ କରିଥିଲେ। କିନ୍ତୁ ନିମ୍ନ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଗୋଆ ସରକାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ରାୟ ଘୋଷଣା ପୂର୍ବରୁ ଉଭୟ ପକ୍ଷର ଯୁକ୍ତି ଶୁଣାଯାଇଥିଲା । ତେଜପାଲଙ୍କ ପକ୍ଷର ଓକିଲ କହିଥିଲେ ଯେ, ତାଙ୍କ ବିରୋଧରେ ଏହା ବ୍ୟତୀତ ଆଉ କୌଣସି ଆପରାଧିକ ମାମଲା ନାହିଁ। ୨୦୧୩ର ଘଟଣା ପରଠାରୁ ସେ ଜାମିନରେ ଅଛନ୍ତି ଏବଂ ଏହା ତାଙ୍କର ପ୍ରଥମ ଅପରାଧ ବୋଲି ଦାବି କରି ସର୍ବନିମ୍ନ ଦଣ୍ଡ ଦେବାକୁ ଅନୁରୋଧ କରିଥିଲେ । ସେହିପରି ଆତ୍ମସମର୍ପଣ ପାଇଁ ୮ ସପ୍ତାହ ସମୟ ମଧ୍ୟ ମାଗିଥିଲେ ।
ଅନ୍ୟପଟେ, ସଲିସିଟର ଜେନେରାଲ୍ ଅଦାଲତଙ୍କୁ ସର୍ବାଧିକ ଦଣ୍ଡ ଦେବାକୁ ଅନୁରୋଧ କରିଥିଲେ। ତାଙ୍କ ଯୁକ୍ତି ଥିଲା ଯେ, ପୀଡ଼ିତାଙ୍କ ପ୍ରତି ତେଜପାଲଙ୍କର ପିତା ସଦୃଶ ଭୂମିକା ଥିଲା। ପୀଡ଼ିତାଙ୍କ ବାରମ୍ବାର ବିରୋଧ ସତ୍ତ୍ୱେ ସେ ଅପରାଧ କରିଥିଲେ ଏବଂ ଘଟଣା ପାଇଁ କେବେ ବି ଅନୁତାପ ପ୍ରକାଶ କରିନଥିଲେ ।
ଏହି ମାମଲା ୨୦୧୩ ମସିହାର, ଯେତେବେଳେ ତେହଲକାର ଜଣେ କନିଷ୍ଠ ମହିଳା କର୍ମଚାରୀ ଗୋଆର ଏକ ହୋଟେଲର ଲିଫ୍ଟରେ ତରୁଣ ତେଜପାଲଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ । ତେଜପାଲ ଏହି ଅଭିଯୋଗକୁ ସବୁବେଳେ ଅସ୍ୱୀକାର କରିଆସିଛନ୍ତି। ୨୦୨୧ ମସିହାରେ ଗୋଆର ଟ୍ରାଏଲ କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଥିଲେ। ପରେ ଗୋଆ ସରକାର ସେହି ରାୟକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
ଶେଷରେ ବମ୍ବେ ହାଇକୋର୍ଟ ଟ୍ରାଏଲ କୋର୍ଟର ରାୟକୁ ରଦ୍ଦ କରି ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ତେଜପାଲଙ୍କ ପକ୍ଷରୁ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ସୂଚନା ମିଳିଛି ।

#WATCH | Goa | Tehelka magazine Founder Tarun Tejpal sentenced to 10 years of imprisonment in the 2013 sexual assault case
— ANI (@ANI) August 6, 2026
Goa Advocate General Devidas Pangam says, "...Regarding the sentence of 10 years, we will study the matter. We will decide whether to challenge that part of… pic.twitter.com/CPe4JQgp5M
ରାୟ ଘୋଷଣା ପୂର୍ବରୁ ଉଭୟ ପକ୍ଷର ଯୁକ୍ତି ଶୁଣାଯାଇଥିଲା । ତେଜପାଲଙ୍କ ପକ୍ଷର ଓକିଲ କହିଥିଲେ ଯେ, ତାଙ୍କ ବିରୋଧରେ ଏହା ବ୍ୟତୀତ ଆଉ କୌଣସି ଆପରାଧିକ ମାମଲା ନାହିଁ। ୨୦୧୩ର ଘଟଣା ପରଠାରୁ ସେ ଜାମିନରେ ଅଛନ୍ତି ଏବଂ ଏହା ତାଙ୍କର ପ୍ରଥମ ଅପରାଧ ବୋଲି ଦାବି କରି ସର୍ବନିମ୍ନ ଦଣ୍ଡ ଦେବାକୁ ଅନୁରୋଧ କରିଥିଲେ । ସେହିପରି ଆତ୍ମସମର୍ପଣ ପାଇଁ ୮ ସପ୍ତାହ ସମୟ ମଧ୍ୟ ମାଗିଥିଲେ ।
ଅନ୍ୟପଟେ, ସଲିସିଟର ଜେନେରାଲ୍ ଅଦାଲତଙ୍କୁ ସର୍ବାଧିକ ଦଣ୍ଡ ଦେବାକୁ ଅନୁରୋଧ କରିଥିଲେ। ତାଙ୍କ ଯୁକ୍ତି ଥିଲା ଯେ, ପୀଡ଼ିତାଙ୍କ ପ୍ରତି ତେଜପାଲଙ୍କର ପିତା ସଦୃଶ ଭୂମିକା ଥିଲା। ପୀଡ଼ିତାଙ୍କ ବାରମ୍ବାର ବିରୋଧ ସତ୍ତ୍ୱେ ସେ ଅପରାଧ କରିଥିଲେ ଏବଂ ଘଟଣା ପାଇଁ କେବେ ବି ଅନୁତାପ ପ୍ରକାଶ କରିନଥିଲେ ।
ଏହି ମାମଲା ୨୦୧୩ ମସିହାର, ଯେତେବେଳେ ତେହଲକାର ଜଣେ କନିଷ୍ଠ ମହିଳା କର୍ମଚାରୀ ଗୋଆର ଏକ ହୋଟେଲର ଲିଫ୍ଟରେ ତରୁଣ ତେଜପାଲଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ । ତେଜପାଲ ଏହି ଅଭିଯୋଗକୁ ସବୁବେଳେ ଅସ୍ୱୀକାର କରିଆସିଛନ୍ତି। ୨୦୨୧ ମସିହାରେ ଗୋଆର ଟ୍ରାଏଲ କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଥିଲେ। ପରେ ଗୋଆ ସରକାର ସେହି ରାୟକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
ଶେଷରେ ବମ୍ବେ ହାଇକୋର୍ଟ ଟ୍ରାଏଲ କୋର୍ଟର ରାୟକୁ ରଦ୍ଦ କରି ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ତେଜପାଲଙ୍କ ପକ୍ଷରୁ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ସୂଚନା ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories