Odisha BRICS meeting / ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ବ୍ରିକ୍ସ ଗୋଷ୍ଠୀର ଦ୍ୱିତୀୟ ବୈଠକ ପୁରୀରେ ଆୟୋଜିତ
·3 months ago·2 min read

Key Points
ବିପର୍ଯ୍ୟୟ ପ୍ରଶମନ ପାଇଁ ଭାରତ ନେତୃତ୍ୱରେ ପୁରୀ ଏକାଠି ହୋଇଛନ୍ତି ବ୍ରିକ୍ସ ସଦସ୍ୟ ଦେଶର ପ୍ରତିନିଧି।
BRICS disaster management meeting 2026: ବିପର୍ଯ୍ୟୟ ପରିଚାଳନା କରିବାକୁ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡ଼ିଏମଏ) ପକ୍ଷରୁ ପୁରୀରେ ଆୟୋଜିତ ହୋଇଯାଇଛି ଏକ ଉଚ୍ଚସ୍ତରୀୟ ବୈଠକ। ଏନଡ଼ିଏମଏ ପକ୍ଷରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଙ୍କୁ ନେଇ ଆୟୋଜିତ ହୋଇଥିବା ବୈଠକ ଜୁନ୍ ୩ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୫ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ପୁରୀରେ ପ୍ରାୟ ୩ ଦିନ ଧରି ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହେବ। ବର୍ତ୍ତମାନ ଭାରତ ବିକ୍ସ ରାଷ୍ଟ୍ର ଗୋଷ୍ଠୀର ଅଧ୍ୟକ୍ଷତା କରୁଛି।
ଏହି ବୈଠକର ଶୀର୍ଷକ "ଦୀର୍ଘସ୍ଥାୟୀତ୍ୱ, ନବସୃଜନ, ସହଯୋଗ ଏବଂ ସ୍ଥିରତା ଲାଗି ନିର୍ମାଣ" ରହିଛି। ଯେଉଁଥିରେ ବିପର୍ଯ୍ୟୟ ବିପଦ ହ୍ରାସ କରିବା କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ସୁଦୃଢ କରିବା ପାଇଁ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଭାରତ ସମେତ ଅନ୍ୟ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଯଥା ଋଷିଆ, ବ୍ରାଜିଲ, ଚୀନ, ଇଜିପ୍ଟ ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ସାଉଦି ଆରବ, ଆରବ ଅମିରାତ ଏବଂ ଦକ୍ଷିଣ ଆଫ୍ରିକାର ବରିଷ୍ଠ ଅଧିକାରୀ ଏବଂ ବିଶେଷଜ୍ଞ ଯୋଗ ଦେଇଛନ୍ତି।
ମୁଖ୍ୟତଃ ଗୋଷ୍ଠୀ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ବିପର୍ଯ୍ୟୟ ବିପଦ ପରିଚାଳନା ପାଇଁ ଆର୍ଥିକ ସହାୟତା, ବହୁମୁଖି ବିପଦ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ଦୃଢ଼ ଭିତ୍ତିଭୂମି, ପ୍ରକୃତି-ଭିତ୍ତିକ ସମାଧାନ ଏବଂ ବିପର୍ଯ୍ୟୟ ସହନଶୀଳତାକୁ ମଜବୁତ କରିବା ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ନବସୃଜନର ବ୍ୟବହାର ଆଦି ପ୍ରମୁଖ କ୍ଷେତ୍ରରେ ଏହି ବୈଠକରେ ବିଚାରବିମର୍ଶ କରାଯିବ।
ଓଡି଼ଶାର ବିଶ୍ୱ ସ୍ତରରେ ଏକ ସ୍ୱୀକୃତିପ୍ରାପ୍ତ ବିପର୍ଯ୍ୟୟ ପ୍ରସ୍ତୁତି ବ୍ୟବସ୍ଥା ରହିଛି। ବିଶେଷ କରି ବାତ୍ୟା ପରିଚାଳନା, ପ୍ରାରମ୍ଭିକ ସତର୍କତା ପ୍ରସାରଣ, ସ୍ଥାନାନ୍ତର ଯୋଜନା ଏବଂ ଗୋଷ୍ଠୀ ଭିତ୍ତିକ ପ୍ରତିକ୍ରିୟା ଭିତ୍ତିକ ମୃତକଙ୍କ ସଂଖ୍ୟା ଶୂନ୍ୟ ରଖିବାରେ ଓଡ଼ିଶା ସଫଳ ହୋଇଛି । ଏହି ଉପଲବ୍ଧିକୁ ସ୍ୱୀକୃତି ଦେଇ ଓଡିଶାକୁ ଆୟୋଜକ ରାଜ୍ୟ
ଭାବରେ ମନୋନୀତ କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରତିନିଧି ରାମଚଣ୍ଡି ଠାରେ ପାଣିରୁ ଉଦ୍ଧାର କାର୍ଯ୍ୟ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ଉପରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଓଡ୍ରାଫ) ଦ୍ୱାରା ଏକ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଦେଖିବେ। ପ୍ରତିନିଧି ଓଡି଼ଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଲିମପ୍ରାପ୍ତ ଗୋଷ୍ଠୀର ସ୍ୱେଚ୍ଛାସେବକଙ୍କ ସହ ମଧ୍ୟ ଆଲାଚନା କରିବେ। ଯାହା ଦ୍ୱାରା ଉପକୂଳ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଦୃଢ଼ତା ଏବଂ ଗୋଷ୍ଠୀ ଭିତ୍ତିକ ପ୍ରସ୍ତୁତିରେ ଓଡି଼ଶାର ସର୍ବୋତ୍ତମ ଅଭ୍ୟାସ ସମ୍ପର୍କରେ ଜାଣିବା ଲାଗି ସୁଯୋଗ ମିଳିବ। ଏବା ସହିତ ବ୍ରିକ୍ସ ପ୍ରତିନିଧି ୟୁନେସ୍କା ବିଶ୍ୱ ଐତିହ୍ୟ ସ୍ଥଳ କୋଣାର୍କ ମଧ୍ୟ ପରିଦର୍ଶନ କରିବେ।
Related Topics
Explore more stories