BRICS Summit 2026 / ଭାରତୀୟ ପରମ୍ପରା, ସ୍ୱାଦିଷ୍ଟ ବ୍ୟଞ୍ଜନ ଓ ବିଶ୍ୱ ନେତାଙ୍କ ଅଭେଦ୍ୟ ସୁରକ୍ଷା ବଳୟ
·59 mins ago·3 min read

Key Points
ନୂଆଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ- ୨୦୨୬
ପୁଟିନ୍, ଜିନପିଙ୍ଗଙ୍କ ଅଭେଦ୍ୟ କାର୍ର ସୁପର୍ ସୋ'
ଭାରତୀୟ ନିରାମିଷ ଥାଳିରୁ କୋରାପୁଟ କଫି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀର ମହାକୁମ୍ଭ । ଗୋଟିଏ ପଟେ ହାଇ-ପ୍ରୋଫାଇଲ୍ କୂଟନୀତି, ଆଉ ଅନ୍ୟପଟେ ଭାରତୀୟ ପରମ୍ପରା, ସ୍ୱାଦିଷ୍ଟ ବ୍ୟଞ୍ଜନ ଓ ବିଶ୍ୱ ନେତାଙ୍କ ଅଭେଦ୍ୟ ସୁରକ୍ଷା ବଳୟର ମହାସଙ୍ଗମ । ସମଗ୍ର ବିଶ୍ୱର ନଜର ଏବେ ଭାରତ ଉପରେ ।
ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଶନିବାର ପୂର୍ବାହ୍ନରେ ଦିଲ୍ଲୀରେ ପହଞ୍ଚିଥିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ସ୍ବତନ୍ତ୍ର 'ଏୟାର ଫୋର୍ସ ୱାନ୍' ବିମାନରେ ପାଲାମ ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ଯାଇଥିଲେ ଭାରତ ମଣ୍ଡପମ୍ ।
ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିଦେଶ ଗସ୍ତ ସମୟରେ ବ୍ୟବହୃତ ହେଉଥିବା ଏହି ସ୍ୱତନ୍ତ୍ର ବୋଇଂ Boeing 747-8 I ବିମାନ ଆକାଶମାର୍ଗରେ ଏକ ଅଭେଦ୍ୟ ସୁରକ୍ଷା ଦୁର୍ଗ ଓ ଚଳନ୍ତି କମାଣ୍ଡ ସେଣ୍ଟର ଭାବେ କାମ କରେ । ଠିତ୍ ସେହିପରି, ବିଶ୍ୱର ଶକ୍ତିଶାଳୀ ନେତାମାନଙ୍କ ସୁରକ୍ଷା ବ୍ୟବସ୍ଥା ସବୁବେଳେ ଚର୍ଚ୍ଚାର ବିଷୟ ହୋଇ ରହିଆସିଛି ।
ଜିନପିଙ୍ଗଙ୍କ କାର୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ୱତନ୍ତ୍ର କାର୍ 'ହଙ୍ଗକି L5' ନିଜର ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଅଭେଦ୍ୟ ସୁରକ୍ଷା ବଳୟ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ୬.୦ L V12 ଟର୍ବୋଚାର୍ଜଡ୍ ଇଞ୍ଜିନ୍, ମୋଟା ବୁଲେଟପ୍ରୁଫ୍ କାଚ, ଆର୍ମର ପ୍ଲେଟ୍ ସୁରକ୍ଷା, ବିଷାକ୍ତ ଗ୍ୟାସ୍ ନିରୋଧୀ ଏୟାର କମ୍ପ୍ରେସନ୍ ସିଷ୍ଟମ୍, ୨୧ ଇଞ୍ଚ ବୁଲେଟପ୍ରୁଫ୍ ଟାୟାର ଏବଂ ଏନକ୍ରିପ୍ଟେଡ୍ ଭିଡିଓ କନଫରେନ୍ସିଂ ସ୍କ୍ରିନ୍ ସୁବିଧା ଏହି କାର୍ଟିକୁ ଏକ 'ଚଳନ୍ତି ସୁରକ୍ଷା ଦୁର୍ଗ'ରେ ପରିଣତ କରିଛି ।
ପୁଟିନଙ୍କ କାର୍
ଶୁକ୍ରବାରଠାରୁ ଭାରତରେ ପହଞ୍ଚି ସାରିଥିବା ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଗାଡ଼ିର ସ୍ଵତନ୍ତ୍ରତା ମଧ୍ୟ କିଛି କମ୍ ନୁହେଁ । ଔରସ୍ ସେନାଟ୍ ପୁଟିନ୍ଙ୍କ ଗାଡ଼ିର ନାଁ । ୭ ଟନ୍ ଓଜନ, ୯ ଶହ କିଲୋଗ୍ରାମ୍ ହାଇଡ୍ରୋଲିକ୍ କବାଟ, ଘଣ୍ଟା ପ୍ରତି ସର୍ବାଧିକ ବେଗ ୨୫୦ କିଲୋମିଟର, ୬ ସେଣ୍ଟିମିଟରର ବୁଲେଟପ୍ରୁଫ୍ କାଚ, ଟାୟାର ଫାଟିଲେ ବି ୮୦ କିମି ଘଣ୍ଟାପ୍ରତି ସ୍ପିଡ୍, ସ୍ୱୟଂଚାଳିତ ଅକ୍ସିଜେନ୍, ୩୬୦ ଡିଗ୍ରୀ ଆଲର୍ଟ, ଲୁହବୁହା ଗ୍ୟାସ୍, ସ୍ମୋକ୍ ସ୍କ୍ରିନ୍ ଏବଂ ଇଲେକଟ୍ରିକ୍ ସକ୍ କବାଟ ଏହାକୁ ଅନ୍ୟ ବିଶ୍ବନେତାଙ୍କ ଯାନଠାରୁ ସ୍ବତନ୍ତ୍ର କରିପାରିଛି ।
ବ୍ରିକ୍ସରେ କୋରାପୁଟ କଫି
ଭାରତ ମଣ୍ଡପମରେ ଆୟଜିତ ବ୍ରିକ୍ସ ସମ୍ମିଳନୀରେ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ବିହାରର ଛତୁଆ, କୋରାପୁଟର କଫି ସହ ଗୁଜରାଟର ହସ୍ତଶିଳ୍ପ ଜିଣୁଛି ମନ । ନୂଆଦିଲ୍ଲୀରେ ଦୁଇ ଦିନିଆ ୧୮ ତମ BRICS ଶିଖର ସମ୍ମିଳନୀ ଅବସରରେ ଉଚ୍ଚସ୍ତରୀୟ କୂଟନୀତି ସହ ଭାରତର ସମୃଦ୍ଧ ସଂସ୍କୃତି, ପାରମ୍ପରିକ ଖାଦ୍ୟ ଓ ସ୍ୱଦେଶୀ କାରିଗରୀର ଭବ୍ୟ ପ୍ରଦର୍ଶନ ଦେଖିବାକୁ ମିଳିଛି ।
ଏଥିସହ ପଢ଼ନ୍ତୁ: ହାତରେ ହାତ ଆଉ ମୁହଁରେ ହସ… BRICSରୁ ଆସିଲା ପିଏମ୍ ମୋଦି, ପୁଟିନ୍ ଓ ଜିନପିଙ୍ଗଙ୍କ ଫଟୋ

ବିହାରର ଦେଶୀ ଛତୁଆରୁ ଆରମ୍ଭ କରି ଓଡ଼ିଶାର 'କୋରାପୁଟ କଫି' ପର୍ଯ୍ୟନ୍ତ ଭାରତର ବିଭିନ୍ନ ପ୍ରାନ୍ତର ସ୍ୱାଦ ବ୍ରିକ୍ସ ମଞ୍ଚରେ ସ୍ୱତନ୍ତ୍ର ଆକର୍ଷଣ ସାଜିଛି । କୋରାପୁଟର ଜୈବ-ବିବିଧ ପାହାଡ଼ିଆ ଅଞ୍ଚଳରେ ୯ ଶହ ୨୦ ମିଟର ଉଚ୍ଚତାରେ ଜନଜାତି ଭାଇଭଉଣୀଙ୍କ ଦ୍ୱାରା ଚାଷ କରାଯାଉଥିବା ପ୍ରିମିୟମ୍ ଆରାବିକା କଫି 'ଟାଇଗର୍ ବ୍ରାଇଟ୍' ଏହି କିଟ୍ରେ ସାମିଲ ହୋଇଛି ।
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ଗୁଜରାଟର ସୂକ୍ଷ୍ମ ତଥା ମନୋରମ ହସ୍ତଶିଳ୍ପ ମାଧ୍ୟମରେ ଭାରତୀୟ କାରିଗରଙ୍କ ନିପୁଣ କଳା ଓ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରାଯାଇଛି । MEA ପକ୍ଷରୁ ଦେଶ ଓ ବିଦେଶରୁ ଆସିଥିବା ସାମ୍ବାଦିକମାନଙ୍କ ପାଇଁ ଏକ ଖାସ୍ 'ମିଡିଆ କିଟ୍' ପ୍ରସ୍ତୁତ କରାଯାଇଛି, ଯାହା ମାଧ୍ୟମରେ ସେମାନେ ଭାରତର ବିବିଧ ସଂସ୍କୃତି ଓ ପରମ୍ପରାର ସ୍ୱାଦ ନେଇପାରିବେ ।
ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ହୋଇଛି ରାଜକୀୟ ରାତ୍ରୀଭୋଜନ । ଯେଉଁଥିରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ବିଶ୍ୱ ନେତାମାନଙ୍କୁ ସ୍ୱାଦିଷ୍ଟ ଭାରତୀୟ ନିରାମିଷ ଥାଳି ପରସା ଯାଇଛି ।
ରାତ୍ରୀଭୋଜନର ମେନ୍ୟୁ
ସୁପ୍ ଓ ଷ୍ଟାର୍ଟର- ସଜନା ପତ୍ର ଓ ମୁଗ ଡାଲିରୁ ତିଆରି ସ୍ୱାଦିଷ୍ଟ 'ମୁରୁଙ୍ଗେଲାଇ ଚାରୁ'
ସ୍ୱାଦିଷ୍ଟ ଆପେଟାଇଜର- କାଶ୍ମୀରୀ ଗୁଚ୍ଛି, କାଲା ଚନା ଶିକାମପୁରୀ କବାବ୍ ଓ ଭେଜିଟେବୁଲ୍ ଝୋଲ୍ ମୋମୋ
ମୁଖ୍ୟ ଖାଦ୍ୟ- ଜାଫ୍ରାନି ପନୀର ରୋଲ୍, ପାଳଙ୍ଗ ମେଥି ମଟର ଶାଗ, ତନ୍ଦୁରୀ ଭରୱାଁ ଆଳୁ, ଆଚାରୀ ବାଇଗଣ, ୟେଲୋ ଡାଲି ତଡ଼କା, ଡ୍ରାଇ-ଫ୍ରୁଟ୍ ଜାଫ୍ରାନ୍ ପୁଲାଓ ଏବଂ ଲଚ୍ଛା ପରଟା, ମିସି ରୁଟି ଓ ମଗଜ୍ ନାନ୍
ମିଷ୍ଟାନ୍ନ ଓ ପାନୀୟ- ବାଦାମ୍ ହଲୁଆ, କେଶର-ପିସ୍ତା କୁଲ୍ଫି, ଗୁଡ଼ ସନ୍ଦେଶ ଓ ଫ୍ରେସ୍ ଡାଳିମ୍ବ, କମଳା, ଗାଜର-ଅଦା ଓ ବିଟରୁଟ୍ ଜୁସ୍
ବ୍ରିକ୍ସ ସମ୍ମିଳନୀର ଆୟୋଜନ କରାଯାଇଥିବା ଭାରତ ମଣ୍ଡପମ୍ ବାହାରେ ଏକ ରୋଚକ କଣ୍ଢେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । କାରଣ ଭାରତୀୟ ଶାଢ଼ୀରେ ନଜର ଆସୁଛି ଋଷିଆର 'ନେବାନ ୟାସିକା' କଣ୍ଢେଇ । ଋଷିଆର ଏହି ପାରମ୍ପରିକ କଣ୍ଢେଇଟି ବ୍ରିକ୍ସ ସମ୍ମିଳନୀରେ ଭାରତୀୟ ଶାଢ଼ୀ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
କଣ୍ଢେଇଟିକୁ ଯେତେଥର ତଳେ ପକାଇଦେଲେ ବି ଏହା ନିଜେ ନିଜେ ଛିଡ଼ା ହୋଇଯାଏ, ଯାହା ଋଷିଆ ସଂସ୍କୃତିରେ 'ଧୈର୍ଯ୍ୟ ଓ ପୁନରୁତ୍ଥାନ'ର ସଙ୍କେତ । ନୂଆଦିଲ୍ଲୀର ବ୍ରିକ୍ସ ମଞ୍ଚରେ ଏକାଠି ହୋଇଥିବା ୨୧ଟି ଦେଶ ବାକିବିଶ୍ବକୁ ଏହି ବର୍ତ୍ତା ଦେଉଥିବା ମଧ୍ୟ କୁହାଯାଉଛି ।

Related Topics
Explore more stories