Videos
|
National

BRICS Summit 2026 / ହାତରେ ହାତ ଆଉ ମୁହଁରେ ହସ… BRICSରୁ ଆସିଲା ପିଏମ୍ ମୋଦି, ପୁଟିନ୍ ଓ ଜିନପିଙ୍ଗଙ୍କ ଫଟୋ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ହାତରେ ହାତ ଆଉ ମୁହଁରେ ହସ… BRICSରୁ ଆସିଲା ପିଏମ୍ ମୋଦି, ପୁଟିନ୍ ଓ ଜିନପିଙ୍ଗଙ୍କ ଫଟୋ
Viral BRICS Photo Sends Big Global Message

Key Points

ଏସିଆ ମହାଦେଶର ୩ ମହାଶକ୍ତି କୁହା ଯାଉଥିବା ଭାରତ, ଚୀନ ଓ ଋଷର ସର୍ବୋଚ୍ଚ ନେତାଙ୍କ ଏକ ଫଟୋ ଆସିଛି । ଯେଉଁଥିରେ ହାତ ଉପରେ ହାତ ରହିଥିବା ବେଳେ ସମସ୍ତଙ୍କ ମୁହଁରେ ରହିଛି ହସ ।
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ବ୍ରିକ୍ସ (BRICS) ସମ୍ମିଳନୀ ୨୦୨୬ ଆରମ୍ଭ ହୋଇଛି । ଆଉ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦସ୍ୟ ଦେଶଙ୍କ ସାମ୍ନାରେ ଘୋଷଣା ପତ୍ର ରଖିଛନ୍ତି । ଯାହାକୁ ସର୍ବସମ୍ମତି କ୍ରମେ ସ୍ଵୀକାର କରାଯାଇଛି ।

ଘୋଷଣା ପତ୍ରରେ BRICS ଦେଶର ବିକାଶ ସହ ବୈଶ୍ଵିକ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ସଦସ୍ୟ ରାଷ୍ଟ୍ରଙ୍କ ଆଭିମୁଖ୍ୟ ସାମିଲ୍ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "BRICS ଦେଶମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ବିଚାରରେ ଭିନ୍ନତା ଥାଇପାରେ । କିନ୍ତୁ, ସହଯୋଗକୁ ନେଇ ସମସ୍ତଙ୍କ ମଧ୍ୟରେ ପ୍ରତିବଦ୍ଧତା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଦୁନିଆ ଯେଭଳି ଦ୍ରୁତ ଗତିରେ ବଦଳୁଛି । ଏଭଳି ସ୍ଥଳେ ପୁରୁଣା ସଂସ୍ଥା ଜରିଆରେ ପରିବର୍ତ୍ତିତ ଦୁନିଆ ଆଗକୁ ନିଆଯାଇ ପାରିବ ନାହିଁ ।"

ବୈଶ୍ଵିକ ସଂସ୍ଥାର ପ୍ରତିନିଧିତ୍ଵ, ଉତ୍ତରଦାୟିତ୍ଵ ଓ ନିୟମ ପ୍ରସ୍ତୁତି ପ୍ରକ୍ରିୟାରେ ସୁଧାର ଆଣିବା ଉପରେ ଗୁରୁତ୍ଵ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, "ପରିବର୍ତ୍ତିତ ବିଶ୍ଵର ଆବଶ୍ୟକତା ଅନୁସାରେ, ଏହି ସଂସ୍ଥାଗୁଡ଼ିକରେ ଜରୁରୀ ପରିବର୍ତ୍ତନ ଆବଶ୍ୟକ ।"

ଏଥିସହ ପଢ଼ନ୍ତୁ: PAଙ୍କ ଘରୁ ମିଳିଲା ନଗଦ ୩୨ ଲକ୍ଷ; କଂଗ୍ରେସରୁ ପଦ ଛାଡ଼ିବାକୁ ଚାହୁଁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ? 

ଘୋଷଣା ପତ୍ରରେ ସଂକଳ୍ପ

ଯୁଦ୍ଧ ବନ୍ଦ ଉପରେ ଗୁରୁତ୍ଵ: BRICS ଦେଶ ଯୁଦ୍ଧ ଓ ଉତ୍ତେଜନା ରୋକିବା ପାଇଁ ପ୍ରୟାସ କରିବା ଉପରେ ଗୁରୁତ୍ଵ ଦେଇଛନ୍ତି । ଏଥିପାଇଁ ବିବାଦର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଜୋର୍ ଦିଆଯାଇଛି ।

ଆଲୋଚନାରେ ବିବାଦର ସମାଧନ ପାଇଁ ସଂକଳ୍ପ: ସଦସ୍ୟ ରାଷ୍ଟ୍ର ଆନ୍ତର୍ଜାତୀୟ ବିବାଦର ସମାଧାନ ଆଲୋଚନା, ପରାମର୍ଶ ଓ କୂଟନୀତି ଜରିଆରେ କରିବାକୁ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।


ଭିନ୍ନ ଭିନ୍ନ ରାଷ୍ଟ୍ରର ବିଚାରକୁ ସମ୍ମାନ: ବୈଶ୍ଵିକ ପ୍ରସଙ୍ଗରେ BRICS ଦେଶ ବହୁପକ୍ଷୀୟ ଆଭିମୁଖ୍ୟ ଆପଣାଇବେ । ଯେଉଁଥିରେ ଭିନ୍ନ ଦେଶର ବିଚାର ଓ ରାଷ୍ଟ୍ର ସ୍ଵାର୍ଥକୁ ସମ୍ମାନ ଦିଆଯିବ ।

ଟାରିଫ୍‌କୁ ନେଇ ଚିନ୍ତା:
ଘୋଷଣା ପତ୍ରରେ ଆମେରିକାର ଏକତରଫା ଟାରିଫ୍ ଓ ବେଆଇନ୍ ଟାରିଫ୍‌କୁ ନେଇ ଉଦବେଗ୍ ପ୍ରକାଶ ପାଇଛି । ବ୍ରିକ୍ସ ଦେଶ ଅନୁସାରେ, ଏଭଳି ନିଷ୍ପତ୍ତି ବ୍ୟବସାୟରେ ବାଧା ସୃଷ୍ଟି ସହ WTO ନିୟମର ଉଲ୍ଲଂଘନ ଅଟେ ।

ପରମାଣୁ ବିପଦକୁ ନେଇ ଆଲୋଡ଼ନ: ବ୍ରିକ୍ସ ରାଷ୍ଟ ବଢ଼ୁଥିବା ପରମାଣୁ ବିପଦ ଓ ଉତ୍ତେଜନାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।

ମୋଦି-ପୁଟିନ-ଜିନପିଙ୍ଗ ଏକାଠି

ବ୍ରିକ୍ସ ସମ୍ମିଳନୀରୁ ଏକ ଫୋଟ ଆସିଛି । ଯାହା ଦୁନିଆକୁ ବଡ଼ ବାର୍ତ୍ତା ଦେଇଛି । ଏସିଆ ମହାଦେଶର ୩ ମହାଶକ୍ତି କୁହା ଯାଉଥିବା ଭାରତ, ଚୀନ ଓ ଋଷର ସର୍ବୋଚ୍ଚ ନେତାଙ୍କ ଏକ ଫଟୋ ଆସିଛି । ଯେଉଁଥିରେ ହାତ ଉପରେ ହାତ ରହିଥିବା ବେଳେ ସମସ୍ତଙ୍କ ମୁହଁରେ ରହିଛି ହସ । ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ମଝିରେ ରହିଥିବା ବେଳେ ଗୋଟିଏ ପାର୍ଶ୍ଵରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଓ ଅନ୍ୟ ପାର୍ଶ୍ଵରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ରହିଛନ୍ତି ।

ଏଥିସହ ପଢ଼ନ୍ତୁ: ୭ ବର୍ଷ ପରେ ନୂଆଦିଲ୍ଲୀରେ ପହଞ୍ଚିଲେ ଚୀନ୍‌ ରାଷ୍ଟ୍ରପତି, ସନ୍ଧ୍ୟାରେ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ବଡ଼ ଆଲୋଚନା 

ପ୍ରଧାନମନ୍ତ୍ରୀ ମୋଦି ଉଭୟ ପୁଟିନ ଓ ଜିନପିଙ୍ଗଙ୍କ ହାତ ଧରିଥିବା ବେଳେ ଗୋଟିଏ ଫ୍ରେମରେ ୩ ନେତା ହସୁଥିବା ନଜର ଆସୁଛନ୍ତି । ଗୋଟିଏ ପଟେ ଚୀନ ଓ ଭାରତକୁ ଦୀର୍ଘ ଦିନରୁ ପ୍ରତିଦ୍ଵନ୍ଦ୍ଵୀ ଭାବେ ଦେଖା ଯାଉଛି । କିନ୍ତୁ କିଛି ସମୟ ହେଲା ଦୁଇ ଦେଶର ସମ୍ପର୍କରେ ସୁଧାର ଆସୁଛି । ଯାହା ବ୍ରିକ୍ସରେ ଦେଖିବାକୁ ମିଳିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: