BRICS Summit Begins In Puri / ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ,ଏହି ସମ୍ମିଳନୀରୁ ହିଁ ବାହାରିବ ବିଶ୍ୱ ବିପର୍ଯ୍ୟୟ ପରିଚାଳନାର ସୂତ୍ର
·3 months ago·2 min read

Key Points
ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ
ଆଜିଠୁ ୫ ତାରିଖ ପର୍ଯ୍ୟନ୍ତ ହେବ କାର୍ଯ୍ୟକ୍ରମ
ଯୋଗଦେବେ ୧୧ ଦେଶର ପ୍ରତିନିଧି
ଆଜିଠୁ ୫ ତାରିଖ ପର୍ଯ୍ୟନ୍ତ ହେବ କାର୍ଯ୍ୟକ୍ରମ
ଯୋଗଦେବେ ୧୧ ଦେଶର ପ୍ରତିନିଧି
ପୁରୀ,୦୩/୦୬:ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ। ପୁରୀରେ ହେବ ବ୍ରିକ୍ସ ରିଡକ୍ସନ ୱାର୍କିଙ୍ଗ ଗ୍ରୁପର ଦ୍ବିତୀୟ ବୈଷୟିକ ସମ୍ମିଳନୀ, ବ୍ରାଜିଲ୍, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଓ ଚାଇନା ଭଳି ଦେଶର ପ୍ରତିନିଧିଗଣ ସାମିଲ ହେବେ। ଏଥିରେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧକ୍ଷମତା ବୃଦ୍ଧି ଓ ଅନ୍ତର୍ଜାତୀୟ ସହଯୋଗ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଆଜି ଭୁବନେଶ୍ୱର ବିମାନବନ୍ଦରରେ ବ୍ରିକ୍ସ ରାଷ୍ଟ୍ରସମୂହର ପ୍ରତିନିଧି ଦଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ଆସନ୍ତାକାଲି ବିପର୍ଯ୍ୟୟ ପ୍ରତିରୋଧୀ କ୍ଷମତା, ନୂତନ ଜ୍ଞାନକୌଶଳ, ସହଯୋଗ ଓ ସ୍ଥାୟିତ୍ଵ ବିକାଶ ନେଇ ଆଲୋଚନା ହେବ।
ଗୋଷ୍ଠୀ ଭିଭିକ ଡିଆର୍ଆର୍ ଶାସନ ବ୍ୟବସ୍ଥା, ବିପର୍ଯ୍ୟୟ ସମ୍ଭାବ୍ୟ ବିପଦ ପାଇଁ ସୁଦୃଢ଼ ଅର୍ଥ ବ୍ୟବସ୍ଥା, ବହୁ ମୁଖୀ ବିପଦ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା, ପ୍ରକୃତି ଆଧାରିତ ଓ ସ୍ବଦେଶୀ ସମାଧାନ, ଡିଆରଆର କ୍ଷେତ୍ରରେ ବିଜ୍ଞାନ, ପ୍ରଯୁକ୍ତି ଓ ନୂତନ ଜ୍ଞାନକୌଶଳ ଉପରେ ଆଲୋଚନା ହେବ। ଜୁନ୍ ୪ରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅଧିବେଶନରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସ୍ଥାୟୀ ଅର୍ଥ ବ୍ୟବସ୍ଥା, ସମାବେଶୀ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଏଥିସହ ସଦସ୍ୟମାନେ କୋଣାର୍କ ପରିଦର୍ଶନ କରିବେ। ୫ ତାରିଖରେ ବୈଷୟିକ ଅଧିବେଶନ ହେବ। ଏଥିରେ ଜଳବାୟୁ ପ୍ରତିରୋଧ ଭିତ୍ତିଭୂମି, ପାରମ୍ପରିକ ଓ ପ୍ରକୃତି ଆଧାରିତ ସମାଧାନର ସମନ୍ଵୟ, ଡିଆରଆରରେ ବିଜ୍ଞାନ ଓ ପ୍ରଯୁକ୍ତିର ଭୂମିକା ଉପରେ ଆଲୋଚନା ହେବ। ଏଥିସହ ରାମଚଣ୍ଡୀରେ ନୌକା ଉଦ୍ଧାର କାର୍ଯ୍ୟକଳାପର କ୍ଷେତ୍ର ପରିଦର୍ଶନ କରିବେ ସଦସ୍ୟ।
ପଢନ୍ତୁ ଏହି ଖବର: ସୀମା ଟପିଗଲେ ଟ୍ରମ୍ପ; ନେତାନ୍ୟାହୁଙ୍କୁ କହିଲେ...
ଏହି ସମ୍ମଳନୀ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ପୁରୀ। ପ୍ରସ୍ତୁତ ହୋଇଛି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ନିୟୋଜିତ ହୋଇଛନ୍ତି ବରିଷ୍ଠ ଅଧିକାରୀ । ପୁରୀ ସହ କୋଣାର୍କରେ ବି ପରିଦର୍ଶନ କରିବେ ବ୍ରିକ୍ସ୍ ରାଷ୍ଟ୍ର ସମୂହର ପ୍ରତିନିଧି । ତାଜ୍ରେ ସ୍ବାସ୍ଥ୍ୟ ଟିମ୍ ପ୍ରସ୍ତୁତ ରହିଛି । କୋଣାର୍କରେ ମଧ୍ୟ ରହିବେ ଜଣେ ମେଡିସିନ ସ୍ପେଶିଆଲିଷ୍ଟ । କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଇଣ୍ଟରପ୍ରିଟେସନ ସେଣ୍ଟର୍ ମଧ୍ୟ ବୁଲିବେ । ଏନେଇ ପ୍ରସ୍ତୁତ ରହିଛନ୍ତି ଏଏସଆଇ ଓ ଆଇଓସିଏଲ ଟିମ୍ ସଦସ୍ୟ । କୋଣାର୍କର କଳାକୃତି ବୁଲି ଦେଖିବେ ସମସ୍ତ ଅତିଥି । ଆଜିଠୁ 5 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ବିଶ୍ୱ ବିପର୍ଯ୍ୟୟ ପରିଚାଳନାର ସୂତ୍ର ଏହି ସମ୍ମିଳନୀ ରୁ ହିଁ ବାହାରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁରୀର ବଳିଆପଣ୍ଡାସ୍ଥିତ୍ ତାଜ୍ ହୋଟେଲ ପରିସରରେ ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ହୋଟେଲକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆ। ଏହି ସମୟରେ ଟ୍ରାଫିକ, ଭିଆଇପିଙ୍କ ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଟିକିନିଖି ଏସ୍ପି ପ୍ରତୀକ ସିଂଙ୍କଠାରୁ ବୁଝିଛନ୍ତି। ବୈଠକ ସମୟରେ ହୋଟେଲ ଚତୁଃପାର୍ଶ୍ୱକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ। ଏଥି ଲାଗି ବରିଷ୍ଠ ଅଧିକାରୀମାନଙ୍କ ସହ ୮ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ସମ୍ମିଳନୀରେ ସାମିଲ ହେବାକୁ ଥିବା ସଦସ୍ୟମାନେ କୋଣାର୍କ ଓ ଚିଲିକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିବାରୁ ସେମାନଙ୍କ ସୁରକ୍ଷାକୁ ପୁଲିସ ପକ୍ଷରୁ ଗୁରୁତ୍ଵ ଦିଆଯାଇଛି। ଡିଜିପିଙ୍କ ସମୀକ୍ଷା ସମୟରେ କେନ୍ଦ୍ରାଞ୍ଚଳ ଆଇଜି ଡ. ସତ୍ୟଜିତ୍ ନାୟକ, ଏସପି ପ୍ରତୀକ ସିଂଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ମିଳନୀ ନେଇ ପୁରୀ ସହର ପ୍ରସ୍ତୁତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ପ୍ରଚାର ପ୍ରସାର ପାଇଁ ବ୍ୟାନର ପୋଷ୍ଟର ଲଗାଯାଇଛି।
Related Topics
Explore more stories