Trump Netanyahu Phone Call / ସୀମା ଟପିଗଲେ ଟ୍ରମ୍ପ; ନେତାନ୍ୟାହୁଙ୍କୁ କହିଲେ...
·2 hours ago·2 min read

Key Points
ଇରାନ୍ ସହ ଚାଲିଥିବା ଶାନ୍ତି ବାର୍ତ୍ତା ବେଳେ ଲେବାନନ୍ ରେ ଇସ୍ରାଏଲ ସେନାର ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ନେତାନ୍ୟାଙ୍କୁ ସହ କଥା ହେବା ଭଳି ଶାଳୀନତା ଭୁଲି ଯାଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।
Trump verbally abused Netanyahu: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନ୍ ଯୋଗେ କଥା ହେବା ବେଳେ ସୀମା ଚପି ଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ, ଟ୍ରମ୍ପ। ଏପରିକି ରାଷ୍ଟ୍ରପତି ଟ୍ରମ୍ପ, ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଭର୍ତ୍ସନା କରିଥିବାର ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଲେବାନନ୍ରେ ହିଜବୁଲ୍ଲା ବିରୋଧରେ ଇସ୍ରାଏଲ ସେନା ପକ୍ଷରୁ ହେଉଥିବା କ୍ରମାଗତ ସାମରିକ କାର୍ଯ୍ୟାନୁଷ୍ଠାନକୁ ନାରାଜ ହୋଇ ଉଠିଛନ୍ତି ଆମେରିକୀୟ ରାଷ୍ଟ୍ରପତି। କାରଣ ଏହି ସାମରିକ ଅଭିଯାନ ପାଇଁ ଇରାନ ସହିତ ଚାଲିଥିବା ଶାନ୍ତି ଆଲୋଚନା ପ୍ରଭାବିତ ହୋଇପାରେ। ଏହା ପରେ ଟ୍ରମ୍ପ୍ କହିଥିଲେ ଯେ ଇସ୍ରାଏଲ-ହିଜବୁଲ୍ଲା ଲଢେଇ ବନ୍ଦ କରିବାକୁ ରାଜି ହୋଇଛନ୍ତି। ହେଲେ ଟ୍ରମ୍ପଙ୍କ ଘୋଷଣା ପରେ ମଧ୍ୟ, ଇସ୍ରାଏଲ ସେନା କହିଥିଲା ଯେ ଲେବାନନ୍ରୁ ଇସ୍ରାଏଲୀ ଅଞ୍ଚଳରେ ଦୁଇଟି ରକେଟ ମାଡ଼ କରାଯାଇଥିଲା। ହେଲେ ଏହାକୁ ବାୟୁରେ ମାରି ଖସାଇ ଦିଆଯାଇଥିଲା।
ଫୋନ୍ କଲ୍ ବେଳେ ନେତାନ୍ୟାହୁଙ୍କୁ ଗାଳି ଦେଲେ ଟ୍ରମ୍ପ
ଆମେରିକୀୟ ଗଣମାଧ୍ୟମ ସଙ୍ଗଠନ "ଆକ୍ସିଓସ୍" (US Media Axios) ରିପୋର୍ଟ ଅନୁଯାୟୀ, ଫୋନ୍ କଲ୍ ସମୟରେ ରାଷ୍ଟ୍ରପତି ଟ୍ରମ୍ପ, ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ "ପାଗଳ" ବୋଲି ମଧ୍ୟ କହିବାକୁ ପଛାଇ ନଥିଲେ।
ରିପୋର୍ଟ ଅନୁସାରେ ଆମେରିକୀୟ ଅଧିକାରୀ ଏବଂ କଲ୍ ସହିତ ପରିଚିତ ଅନ୍ୟ ଏକ ସୂତ୍ରକୁ ଉଦ୍ଧୃତ କରି କୁହାଯାଇଛି, ଆମେରିକା ରାଷ୍ଟ୍ରପତି ଇସ୍ରାଏଲ ସେନାର ବେରୁତ ଆକ୍ରମଣ ଯୋଜନାକୁ ମଧ୍ୟ ଅଟକାଇ ଦେଇଥିଲେ। ସେ ନେତାନ୍ୟାହୁଙ୍କୁ କହିଥିଲେ ଯେ ଯଦ ଲେବାନନ୍ ରାଜଧାନୀରେ ବୋମାମାଡ଼ କରିବାର ଧମକ ଇସ୍ରାଏଲକୁ ବିଶ୍ୱରେ ଆହୁରି ଅଲଗା କରିଦେବ। ଟ୍ରମ୍ପ ମଧ୍ୟ ଫୋନ୍ କଲ୍ ବେଳେ କଥିତ ରୂପରେ ଏକଥା ଦାବି କରିଥିଲେ ସେ ନେତାନ୍ୟାହୁଙ୍କୁ ଜେଲ୍ ଯିବାରୁ ବଞ୍ଚାଇ ଦେଇଛନ୍ତି। ଯାହା ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଚାଲିଥିବା ଦୁର୍ନୀତି ମାମଲାରେ ତାଙ୍କୁ ସେ କରିଥିବା ସମର୍ଥନର ଏକ ଉଦାହରଣ।
ଏହା ସହ ପଢନ୍ତୁ: 'ଭାରତରେ ଇସ୍ରାଏଲ ପ୍ରତି ରହିଛି ଅପାର ପ୍ରେମ'
ଟ୍ରମ୍ପଙ୍କ ଘୋଷଣା ପରେ ହୋଇଛି ମିସାଇଲ୍ ଆକ୍ରମଣ?
ଇସ୍ରାଏଲ ସେନା କହିଛି ଯେ ମଙ୍ଗଳବାର ସକାଳେ ଏହାର ବାୟୁ ପ୍ରତିରକ୍ଷା ଲେବାନନ୍ରୁ ଉତ୍ତର ଇସ୍ରାଏଲ ଆଡ଼କୁ ଆସୁଥିବା ଦୁଇଟି କ୍ଷେପଣାସ୍ତ୍ରକୁ ଅଟକାଇ ଦେଇଥିଲା। ଇସ୍ରାଏଲୀ ସେନାର ଏହି ଦାବି ଡୋନାଲ୍ଡ ଟ୍ରମ୍ପ ଦାବି କରିବାର କିଛି ଘଣ୍ଟା ପରେ ଆସିଥିଲା। ଏନେଇ କୁହାଯାଇଥିଲା ଇସ୍ରାଏଲ ଏବଂ ଲେବାନନ୍ ରେ ସକ୍ରିୟ ରହିଥିବା ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଶେଷ ହୋଇଛି। ଉଭୟ ପରସ୍ପର ଉପରେ ଆକ୍ରମଣ କରିବେ ନାହିଁ ବୋଲି ସହମତ ହୋଇଛନ୍ତି।
ହେଲେ ଇସ୍ରାଏଲ ସେନା ଏହାର ଟେଲିଗ୍ରାମ୍ ଚ୍ୟାନେଲ୍ ରେ କହିଥିଲା ଯେ, ଦେଶର ଉତ୍ତର ଭାଗରେ ଅବସ୍ଥିତ ଅନେକ ଅଞ୍ଚଳରେ ରାତି ୧:୩୫ ସମୟରେ ସାଇରନ୍ ବାଜିବା ପରେ, ବାୟୁସେନା ଲେବାନନ୍ରୁ ଉତ୍ତର ଇସ୍ରାଏଲ ଆଡ଼କୁ ଆସୁଥିବା ଦୁଇଟି କ୍ଷେପଣାସ୍ତ୍ରକୁ ଅଟକାଇ ଦେଇଥିଲା। ଏହା ସହ କୁହାଯାଇଛି ଯେ ଏକ ସନ୍ଦେହଜନକ ବାୟୁ ଲକ୍ଷ୍ୟକୁ ଚିହ୍ନଟ କରାଯାଇଛି। ଯାହା ପରେ ଲେବାନନ୍ ସୀମା ନିକଟରେ ଇସ୍ରାଏଲୀ ଅଞ୍ଚଳରେ ପଡ଼ିଥିଲା। ଏହା ଦ୍ୱାରା କୌଣସି କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ଆସିନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Trump Netanyahu Phone CallTrump slams NetanyahuTrump jail remark NetanyahuDonald Trump Benjamin Netanyahu Axios reportTrump tells Netanyahu you'd be in prisonTrump leaked phone call Lebanon escalationAxios Trump Netanyahu call detailsDonald Trump tells Bibi I saved your assIsrael Lebanon ceasefire Trump pressure