Manali Leh Road / ମନାଲି-ଲେହ ରାସ୍ତାକୁ ସାରାବର୍ଷ ଖୋଲା ରଖୁଛି BRO
·2 weeks ago·2 min read

Key Points
ହିମାଳୟରେ ଇଞ୍ଜିନିୟରିଂ ଚମତ୍କାର
BROର ଅଦ୍ଭୁତ କାର୍ଯ୍ୟ
BRO ରଖୁଛି ମନାଲି-ଲେହ ରାସ୍ତା ସାରାବର୍ଷ ଖୋଲା

ପିଆଇବି ଭୁବନେଶ୍ୱରଙ୍କ ଆୟୋଜନରେ ହିମାଚଳ ପ୍ରଦେଶ ଗସ୍ତରେ ଥିବା ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ ମନାଲି ନିକଟରେ ଥିବା ସୀମା ସଡ଼କ ସଂଗଠନ (ବିଆରଓ)ର ‘ପ୍ରୋଜେକ୍ଟ ୟୋଜକ’ ପରିଦର୍ଶନ କରିଛନ୍ତି । ସୁଉଚ୍ଚ ହିମାଳୟ ପର୍ବତମାଳାରେ ସଂଗଠନ ଦ୍ୱାରା ନିର୍ମିତ ଅଦ୍ଭୁତ ଭିତ୍ତିଭୂମି ଓ ପ୍ରଯୁକ୍ତିଗତ କୌଶଳ ଦେଖି ସେମାନେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ।
ପରିଦର୍ଶନ ସମୟରେ ବିଆରଓ ଅଧିକାରୀମାନେ ସଂଗଠନର ଅତ୍ୟାଧୁନିକ ପ୍ରୟାସ ଓ ରଣନୀତିକ ପ୍ରକଳ୍ପଗୁଡ଼ିକ ବିଷୟରେ ପ୍ରତିନିଧି ଦଳକୁ ବିସ୍ତୃତ ସୂଚନା ଦେଇଥିଲେ । ସୀମାଞ୍ଚଳରେ ଦୃଢ଼ ଭିତ୍ତିଭୂମି ଗଠନ ସହ ଦୁର୍ଗମ ଅଞ୍ଚଳଗୁଡ଼ିକୁ ସାରାବର୍ଷ ଯାତାୟାତଯୋଗ୍ୟ କରିବା ପାଇଁ ବିଆରଓର ଅକ୍ଷୟ ପ୍ରତିବଦ୍ଧତା ପ୍ରତି ସେମାନେ ପ୍ରଶଂସା ବ୍ୟକ୍ତ କରିଥିଲେ ।
ଅଟଳ ସୁଡ଼ଙ୍ଗ ନିର୍ମାଣ ପରେ ଗଠିତ ‘ପ୍ରୋଜେକ୍ଟ ୟୋଜକ’ ବର୍ତ୍ତମାନ ନୂତନ ରଣନୀତିକ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ସହ ଏହି ବିଶ୍ୱପ୍ରସିଦ୍ଧ ସୁଡ଼ଙ୍ଗର ରକ୍ଷଣାବେକ୍ଷଣ କରୁଛି । ଯାହା ୧୦ ହଜାର ଫୁଟରୁ ଅଧିକ ଉଚ୍ଚତାରେ ଅବସ୍ଥିତ ବିଶ୍ୱର ସର୍ବଦୀର୍ଘ ରାଜପଥ ସୁଡ଼ଙ୍ଗ ମଧ୍ୟରୁ ଅନ୍ୟତମ । ବିଆରଓ କର୍ମଚାରୀମାନେ ଅତ୍ୟଧିକ ତୁଷାରପାତ, ମାଇନସ୍ ୩୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ଓ କଠିନ ପରିସ୍ଥିତି ମଧ୍ୟରେ ବର୍ଷ ସାରା ମନାଲି-କେଲଙ୍ଗ-ଲେହ ରାସ୍ତାକୁ ଖୋଲା ରଖିବା ପାଇଁ ନିରନ୍ତର କାମ କରୁଛନ୍ତି ।
ଏହି ପ୍ରକଳ୍ପର ଏକ ମୁଖ୍ୟ ଅଂଶ ହେଉଛି ନିମ୍ମୁ-ପଦୁମ୍-ଦାରଚା ମାର୍ଗ, ଯେଉଁଥିରେ ପ୍ରସ୍ତାବିତ ଶିଙ୍କୁ ଲା ସୁଡ଼ଙ୍ଗ (ପ୍ରାୟ ୪-୫ କି.ମି. ଲମ୍ବା) ଅନ୍ତର୍ଭୁକ୍ତ। ଏହା ସମାପ୍ତ ହେଲେ ଜାନ୍ସକାର ଉପତ୍ୟକା ମାର୍ଗରେ ଲଦାଖକୁ ତୃତୀୟ ସବୁଦିନିଆ ମାର୍ଗ ମିଳିବ । ଏହା ଲାହୌଲ-ସ୍ପିତି ଅଞ୍ଚଳର ଋତୁକାଳୀନ ବିଚ୍ଛିନ୍ନତାକୁ ଦୂର କରିବା ସହ ପର୍ଯ୍ୟଟନ, ସାମରିକ ଯାତାୟାତ ଓ ସ୍ଥାନୀୟ ଅର୍ଥନୀତିକୁ ଉନ୍ନତ କରିବ ।
ସାମ୍ପ୍ରତିକ ପାଣିପାଗ ଚ୍ୟାଲେଞ୍ଜ ସମୟରେ ବିଆରଓର ତ୍ୱରିତ ପଦକ୍ଷେପ ବିଷୟରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା । ୨୦୨୬ ମାର୍ଚ୍ଚ ମଧ୍ୟଭାଗରେ ଅଟଳ ସୁଡ଼ଙ୍ଗର ଦକ୍ଷିଣ ପୋର୍ଟାଲ୍ ନିକଟରେ ଭାରି ତୁଷାରପାତ ଯୋଗୁଁ ୨୦୦ରୁ ଅଧିକ ଯାନ ଅଟକି ପଡ଼ିଥିଲା । ବିଆରଓ, ପୋଲିସ ଓ ପ୍ରଶାସନର ସମନ୍ୱୟରେ ଦ୍ରୁତ ଉଦ୍ଧାର କାର୍ଯ୍ୟ ଚାଲିଥିଲା ଏବଂ ୧୨ ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଯାନକୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା ।
ସେହିପରି ଗତ ବର୍ଷ ବନ୍ୟାରେ କ୍ଷତିଗ୍ରସ୍ତ ମନାଲି-କେଲଙ୍ଗ ରାସ୍ତାକୁ ବିଆରଓ ଇଞ୍ଜିନିୟରମାନେ ୧୨ ଘଣ୍ଟା ମଧ୍ୟରେ ପୁନଃ ଚାଲୁ କରିଥିଲେ, ଯାହା ଫଳରେ ଗୁରୁତ୍ୱପୂର୍ଣ୍ଣ ଯାତାୟାତରେ ବିଘ୍ନ ହ୍ରାସ ପାଇଥିଲା ।
ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରତିନିଧି ଦଳ ଅଟଳ ସୁଡ଼ଙ୍ଗକୁ ପରିଦର୍ଶନ କରି ବିଆରଓର କଠିନ ପରିସ୍ଥିତିରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସମର୍ପଣ ଓ ଦୃଢ଼ ସଂକଳ୍ପକୁ ପ୍ରଶଂସା କରିଥିଲେ । ‘ସଂଯୋଗ, ନିର୍ମାଣ ଓ ରୂପାନ୍ତର’ ମୂଳମନ୍ତ୍ରକୁ ପ୍ରତିପାଦନ କରୁଥିବା ପ୍ରୋଜେକ୍ଟ ୟୋଜକ ସୀମାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଉପାନ୍ତ ହିମାଳୟ ଅଞ୍ଚଳଗୁଡ଼ିକୁ ସାରାବର୍ଷ ସଂଯୋଗ ଯୋଗାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories