Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସରକାରୀ ଯୋଜନା ପାଇବା ପାଇଁ ବାହାହେଲେ ଭାଇ ଭଉଣୀ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ସରକାରୀ ଯୋଜନା ପାଇବା ପାଇଁ ବାହାହେଲେ ଭାଇ ଭଉଣୀ

Key Points

 

  • ସରକାରୀ ଯୋଜନା ପାଇଁ ବାହାହେଲେ ଭାଇ ଭଉଣୀ
  • ବିବାହିତ ଦମ୍ପତ୍ତିଙ୍କ ପାଇଁ ଯୋଜନାର ଲାଭ ଉଠାଇବାକୁ କଲେ ବିବାହ

ଅର୍ଗସ ବ୍ୟୁରୋ : ଆର୍ଥିକ ସ୍ବଚ୍ଛଳ ନଥିବା ନବ ଦମ୍ପତ୍ତିଙ୍କ ବିବାହ ପାଇଁ ଏକ ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର ।  ଯେଉଁଥିରେ ନବଦମ୍ପତ୍ତି ପାଇଁ ଅନେକ ପ୍ରକାର ସୁବିଧା ଯୋଗାଇ ଦିଆଯିବ । ଏହି ଯୋଜନାର ଫାଇଦା ଉଠାଇବା ପାଇଁ ଭାଇ ଭଉଣୀ ବିବାହ କରିଛନ୍ତି । ଯେଉଁ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ବାରା ଅସହାୟ ତଥା ଆର୍ଥିକ ସ୍ବଚ୍ଛଳ ଉନ୍ନତ ନଥିବା ବ୍ୟକ୍ତିଙ୍କ ପାଇଁ ଅନେକ ସୁବିଧା ଯୋଗାଇ ଦିଆଯାଉଛି । ହେଲେ ସବୁ ସୁବିଧା ଥିବା ଅନେକ ଅଫିସର ଶ୍ରେଣୀର ବ୍ୟକ୍ତିମଧ୍ୟ ଏହି ଯୋଜନାର ଲାଭ ଉଠାଇବା ପାଇଁ ଅନୈତିକ କାର୍ଯ୍ୟ କରୁଛନ୍ତି । 

ଅଧିକ ପଢନ୍ତୁ : ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ

ଉତ୍ତରପ୍ରଦେଶର ହାଥରସ୍‌ରେ ଏକ ଭାଇ ଭଉଣୀ ସରକାରୀ ଯୋଜନା ପାଇବା ପାଇଁ ବିବାହ କରିଛନ୍ତି । ଏହି ଯୋଜନାଟି ହେଉଛି, ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା । ଯେଉଁଥିରେ ବିବାହ କରୁଥିବା ବରର ଆକାଉଣ୍ଟକୁ ବିବାହ ଖର୍ଚ୍ଚ ବାବଦକୁ ୩୫ ହଜାର ଟଙ୍କା ବର ଆକାଉଣ୍ଟକୁ ପଠାଇ ଦିଆଯିବ । ଯେଉଁ ସୁବିଧା ଯୋଗାଇ ଦିଆଯିବା ପରେ ଅନେକ ଆଶ୍ଚର୍ଯ୍ୟ ଖବର ସାମ୍ନାକୁ ଆସିଛି । ଜଣେ ବିବାହ କରିଥିବା ଦମ୍ପତ୍ତି ପୁନଃବିବାହ କରିଛନ୍ତି । ସେହିପରି ଜଣେ ମୁନିସିପାଲଟି କର୍ମଚାରୀ ମଧ୍ୟ ବିବାହ କରିଛନ୍ତି । ସେଥିମଧ୍ୟରୁ ଏହି ଭାଇ ଭଉଣୀ ମଧ୍ୟ ଯୋଜନା ପାଇବା ପାଇଁ ବିବାହ କରିବାକୁ ପଛାଇନାହାନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକେ ଏସଡିଏମଙ୍କୁ ଅଭିଯୋଗ କରିବା ପରେ ଏନେଇ ତଦନ୍ତ କରୁଛି ଏସଡିଏମ । 
ତେବେ ରିପୋର୍ଟ ମୁତାବକ, ଫେବୃଆରୀରେ ୨୦୦ଜଣ ନକଲି ଦମ୍ପତ୍ତି ଏହି ସୁବିଧା ପାଇବା ପାଇଁ ବିବାହ କରିଥିଲେ । ଏହାପରେ ସେମାନଙ୍କ ମଧ୍ୟରୁ ୧୫ ଜଣ ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Brother and sister went out to get government scheme | Argus News