Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Update / KCR suspends daughter K Kavitha: ବାପାଙ୍କ ସପକ୍ଷରେ କହିବାରୁ ଦଳରୁ ବିଦା କଲେ ସେହି ବାପା !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·3 min read
KCR suspends daughter K Kavitha: ବାପାଙ୍କ ସପକ୍ଷରେ କହିବାରୁ ଦଳରୁ ବିଦା କଲେ ସେହି ବାପା !

Key Points

୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ ରାଜ୍ୟରେ BRSର ସରକାର ଥିବା ବେଳେ ହରିଶ ରାଓ ୫ ବର୍ଷ ପାଇଁ ଜଳସେଚନ ମନ୍ତ୍ରୀ ଥିଲେ। ଆଉ ଦୁର୍ନୀତିରେ ତାଙ୍କର ବଡ଼ ଭୂମିକା ଥିଲା।

ତେଲେଙ୍ଗାନା ରାଷ୍ଟ୍ର ସମିତି (BRS)ରେ ଆଭ୍ୟନ୍ତରୀଣ କନ୍ଦଳ ଏବେ ଏକ ନୂତନ ମୋଡ଼ ନେଇଛି। ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (KCR) ତାଙ୍କ ଝିଅ ତଥା ବିଧାନ ପରିଷଦ ସଦସ୍ୟ କେ. କବିତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। କାଲେଶ୍ୱରମ ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ (KLIP)ରେ ଅନିୟମିତତା ନେଇ କେ. କବିତା, ତାଙ୍କ କାକା ଟି. ହରିଶ ରାଓ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଜେ. ସନ୍ତୋଷ କୁମାରଙ୍କୁ ସିଧାସଳଖ ଦାୟୀ କରିଥିଲେ । ଯାହାଫଳରେ ସୋମବାର KCRଙ୍କୁ ଏଭଳି କଡ଼ା ପଦକ୍ଷେପ ନେବାକୁ ପଡ଼ିଛି । କବିତାଙ୍କ ଏଭଳି ବୟାନ ପରିବାର ମଧ୍ୟରେ ଥିବା ଫାଟ ସାମ୍ନାକୁ ଆସିଛି । ଯାହା ଆଗାମୀ ଦିନରେ BRSର ଭାବମୂର୍ତ୍ତିକୁ ଆହୁରି କ୍ଷତି ପହଞ୍ଚାଇପାରେ।

କବିତାଙ୍କ ଅଭିଯୋଗ, କିଛି ନିକଟ ସମ୍ପର୍କୀୟ ଲୋକ କେସିଆର୍‌ଙ୍କ ନାଁ ନେଇ ଦୁର୍ନୀତି କରିଥିଲେ । ବହୁ ଟଙ୍କା ବି ଅର୍ଜନ କରିଛନ୍ତି । ସେଇଥିପାଇଁ କେସିଆରଙ୍କ ନାଁ ଆଜି ବଦ୍‌ନାମ ହୋଇଛି । ଏତିକି କଥା କହିବା ଭିତରେ, କବିତା ନିଜ କାକାଙ୍କ ହରିଶ ରାଓଙ୍କ ନାଁ ନେଇଥିଲେ । ଆଉ କହିଥିଲେ ୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ ରାଜ୍ୟରେ BRSର ସରକାର ଥିବା ବେଳେ ହରିଶ ରାଓ ୫ ବର୍ଷ ପାଇଁ ଜଳସେଚନ ମନ୍ତ୍ରୀ ଥିଲେ। ଆଉ ଦୁର୍ନୀତିରେ ତାଙ୍କର ବଡ଼ ଭୂମିକା ଥିଲା।

କେ. କବିତା ଆହୁରି ଦାବି କରିଛନ୍ତି ଯେ, ହରିଶ ରାଓ ଏବଂ ସନ୍ତୋଷ କୁମାରଙ୍କୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ସୁରକ୍ଷା ଦେଉଛନ୍ତି, ଯେଉଁମାନେ କେସିଆରଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ହାତ ମିଳାଇଛନ୍ତି। ସେ କହିଛନ୍ତି ଯେ ଜଣେ ଝିଅ ଭାବରେ, ମୁଁ ଦୁଃଖିତ ଯେ ମୋ ବାପାଙ୍କୁ ଏହାର ସମ୍ମୁଖୀନ ହେବାକୁ ପଡୁଛି। ସିବିଆଇ ତଦନ୍ତରେ, କେସିଆର ମୁକ୍ତା ପରି ନିର୍ଦ୍ଦୋଷ ପ୍ରମାଣିତ ହେବେ । 


ଏହାସହ ପଢ଼ନ୍ତୁ:- ଟ୍ରମ୍ପଙ୍କ 'ଟାରିଫ୍' ଅଭିମାନ; କହିଲେ, 'ଏବେ ବହୁତ ଡେରି ହୋଇଗଲାଣି, ଏସବୁ ଆଗରୁ କରିବାର ଥିଲା'


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଶ୍ୱର ସର୍ବ ବୃହତ ଲିଫ୍ଟ ଇରିଗେସନ୍ ପ୍ରକଳ୍ପ କାଳେଶ୍ୱରମ୍ ପ୍ରୋଜେକ୍ଟରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଯେତେବେଳେ ରେବନ୍ତ ରେଡ୍ଡିଙ୍କ କଂଗ୍ରେସ ସରକାର ସିବିଆଇ ହାତକୁ ହସ୍ତାନ୍ତର କଲା, ଠିକ୍‌ ଏହାର ପରଦିନ କେବିତାଙ୍କ ଏଭଳି ବୟାନ ସାମ୍ନାକୁ ଆସିଛି । ଏଥିରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ଏବଂ ଡିଜାଇନ୍‌ରେ ତ୍ରୁଟି ନେଇ ଅଭିଯୋଗ ରହିଛି । BRS ପକ୍ଷରୁ ସବୁବେଳେ ଏହାକୁ ରାଜନୈତିକ ଷଡ୍‌ଯନ୍ତ୍ର ବୋଲି କୁହାଯାଇଛି । କିନ୍ତୁ କବିତାଙ୍କ ବୟାନ, BRSରେ ଥିବା ଅନ୍ତକନ୍ଦଳକୁ ପଦାରେ ପକାଇଛି ।

ବିଆରଏସର କାର୍ଯ୍ୟକାରୀ ସଭାପତି କେ.ଟି. ରାମା ରାଓ (କବିତାଙ୍କ ଭାଇ) ଏନେଇ ମୁହଁ ଖୋଲି ନାହାନ୍ତି । କିନ୍ତୁ ହରିଶ ରାଓ ଏଭଳି ଅଭିଯୋଗକୁ ଭିତ୍ତିହୀନ ଓ ଗୁଜବ ବୋଲି କହିଛନ୍ତି। ଅନ୍ୟପଟେ କେସିଆରଙ୍କ ରାଜନୈତିକ ବ୍ୟାପାର କମିଟି କବିତାଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଥିଲା । ଯାହାଫଳରେ ଦଳ ଏକତା ବଜାୟ ରହିବ । ଦଳର ମୁଖପାତ୍ର କହିଛନ୍ତି ଯେ କବିତାଙ୍କ ବୟାନ ଦଳର ବିଶ୍ୱସନୀୟତାକୁ ପ୍ରଭାବିତ କରୁଛି । ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ନିଲମ୍ବନ ଆବଶ୍ୟକ।

କବିତା ମଧ୍ୟ ଏହି ନିଲମ୍ବନ ଆଦେଶକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହା ମୋ ନିଜର ଲଢ଼େଇ। ମୁଁ ନିର୍ଦ୍ଦୋଷ । ମୁଁ ଏହାକୁ ପ୍ରମାଣ କରି ଦେଖାଇବି । ଅନ୍ୟପଟେ କବିତାଙ୍କ ସମର୍ଥକ ଏଭଳି ଆଦେଶକୁ ପରିବାରିକ ଚାପ ବୋଲି କହିଛନ୍ତି । ସେହିଭଳି ବିରୋଧୀ ଦଳ BRSରେ ପରିବାରବାଦର ଅନ୍ତକୁ ସ୍ୱାଗତ କରିଛନ୍ତି। ଏହି ଘଟଣା BRS ପାଇଁ ଏକ ବଡ଼ ବିପର୍ଯ୍ୟୟ, ଯାହା ୨୦୨୩ ନିର୍ବାଚନ ପରାଜୟ ପରେ ପୁନର୍ଗଠିତ ହେଉଛି।


ଏହା ସହ ପଢ଼ନ୍ତୁ:- Narendra Modi: 'କେବଳ ମୋ ମାଆ ନୁହେଁ, କଂଗ୍ରେସ ପ୍ରତ୍ୟେକ ମାଆଙ୍କୁ ଗାଳି ଦେଇଛି'


Sponsored
Update | BRS president K. Chandrasekhar Rao has suspended his daughter and MLC K. Kavitha from the party | Argus News