Narendra Modi / କେବଳ ମୋ ମାଆ ନୁହେଁ, କଂଗ୍ରେସ ପ୍ରତ୍ୟେକ ମାଆଙ୍କୁ ଗାଳି ଦେଇଛି

Key Points
ରାହୁଲ ଗାନ୍ଧିଙ୍କ ସଭାରେ ପ୍ରଧାନମନ୍ତ୍ରୀଙ୍କ ମା'ଙ୍କ ପ୍ରତି ଅପଶବ୍ଦ ବ୍ୟବହାର ଘଟଣା । ବର୍ଷିଲେ ମୋଦି, କହିଲେ ଏମିତି ଗାଳି କରି ସଂସାରର ସବୁ ମା'ଙ୍କୁ ଅପମାନିତ କଲା କଂଗ୍ରେସ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବିହାରର ଦରଭଙ୍ଗାରେ କଂଗ୍ରେସ-ଆରଜେଡି ଭୋଟର ଅଧିକାର ରାଲିରେ ତାଙ୍କ ମାଆଙ୍କ ପ୍ରତି ଦେଇଥିବା ଅପଶବ୍ଦ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ କେବେ କଳ୍ପନା କରିନଥିଲେ ଯେ ବିହାରରେ ଏପରି ପରିସ୍ଥିତି ସୃଷ୍ଟି ହେବ, ଯାହାର ଏକ ସମୃଦ୍ଧ ପରମ୍ପରା ରହିଛି, ଯେଉଁଠାରେ ମାଆଙ୍କ ସମ୍ମାନକୁ ଆଘାତ ଦିଆଯିବ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ମାଆ ହେଉଛନ୍ତି ଆମର ଦୁନିଆ । ମାଆ ହେଉଛନ୍ତି ଆମର ସଂସ୍କାର । ଭାରତୀୟ ସଂସ୍କୃତିରେ, ମାଆଙ୍କୁ ଦେବତାର ମାନ୍ୟତା ଦିଆଯାଇଛି ଏବଂ ଏପରି ଶବ୍ଦ ଆମର ସଭ୍ୟତା ଏବଂ ସଂସ୍କୃତି ଉପରେ ଆକ୍ରମଣ। କିଛି ଦିନ ପୂର୍ବରୁ ବିହାରରେ ଯାହା ଘଟିଥିଲା, ତାହା ନା ମୁଁ କଳ୍ପନା କରିଥିଲି, ନା ବିହାରର କୌଣସି ଭାଇ କିମ୍ବା ଭଉଣୀ ଏହା କଳ୍ପନା କରିଥିବେ, ନା ଭାରତର କୌଣସି ନାଗରିକ ଏହା ଭାବିଥିବେ।"
📱 Get Argus News App
✨माताओं-बहनों का जीवन आसान बनाने के लिए एनडीए सरकार दिन-रात काम कर रही है। आज बिहार राज्य जीविका निधि साख सहकारी संघ लिमिटेड का शुभारंभ कर गौरवान्वित हूं। https://t.co/381gpeg2oX
— Narendra Modi (@narendramodi) September 2, 2025
ଗାଳି ରାଜନୀତିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମୋ ମାଆଙ୍କୁ ବିରୋଧୀ ଗାଳିଦେଲେ, ତାଙ୍କର କ'ଣ ଭୁଲ୍ ଥିଲା । କେବଳ ମୋ ମାଆ ନୁହେଁ, କଂଗ୍ରେସ ପ୍ରତ୍ୟେକ ମାଆକୁ ଗାଳି ଦେଇଛନ୍ତି । ଆଜି ମୁଁ ଯାହା ବି କିଛି ଅଛି, ସେଥିରେ ମୋ ମାଆର ଭୂମିକା ଗୁରୁତ୍ବପୂର୍ଣ୍ଣ । ଅନେକ କଷ୍ଟ ସହି ମୋ ମାଆ ଆମକୁ ଲାଳନପାଳନ କରିଥିଲେ । ରାଜନୀତିରେ ମୋ ମାଆର କୌଣସି ଭୂମିକା ନାହିଁ, ତଥାପି ସେମାନେ ମୋ ମାଆଙ୍କୁ ଗାଳି କଲେ ।
ସେହିପରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମାଆ ଭଉଣୀଙ୍କୁ ଗାଳି କରିବା ଅର୍ଥ ମହିଳାଙ୍କୁ ଦୁର୍ବଳ କରିବା । RJD ଶାସନରେ ବିହାରରେ ମହିଳା ରାସ୍ତାକୁ ବାହାରି ପାରି ନଥିଲେ । ଆରଜେଡି କେବେ ମହିଳାଙ୍କୁ ଆଗକୁ ଛାଡ଼ୁନଥିଲା । ବିହାରବାସୀ ଲମ୍ବା ଲଢ଼େଇ କରି ଅନ୍ଧାରରୁ ମୁକ୍ତି ପାଇଛନ୍ତି । RJD-କଂଗ୍ରେସ ବିହାରରେ ମହିଳାଙ୍କୁ ଡରିଯାଇଛନ୍ତି । ଏହି ମହିଳାମାନେ ଏଥର ନିର୍ବାଚନରେ ସେମାନଙ୍କୁ ଜବାବ ଦେବେ । ମାତୃଭୂମି କେବେ ମାଆର ଅପମାନକୁ ବରଦାସ୍ତ କରିବନି । ଆଜି ଭିଡିଓ କନଫରେନ୍ସିଂ ଯୋଗେ ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଘ ଲିମିଟେଡର ଶୁଭାରମ୍ଭ କରିବା ଅବସରରେ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Related Topics
Explore more stories