India Bangladesh Border / ଯବାନ ନୁହେଁ ସାପ-କୁମ୍ଭୀର କରିବେ ସୀମା ସୁରକ୍ଷା! କ'ଣ ରହିଛି BSF Plan
·5 months ago·2 min read

Key Points
ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାର "ସମ୍ବେଦନଶୀଳ" ନଦୀକୂଳିଆ ଅଞ୍ଚଳର ସୁରକ୍ଷା ପାଇଁ ଏକ ଅଭିନବ ଯୋଜନା କାର୍ଯ୍ୟକାରୀ କରିବା ଉପରେ ବିଚାର କରୁଛି ବିଏସଏଫ।
India Bangladesh Border Security: ସୀମାରେ ହେଉଥିବା ଅବୈଧ ଅନୁପ୍ରବେଶ ଏବଂ ସୀମାପାର ଅପରାଧକୁ ରୋକିବା ପାଇଁ ଏକ ଅଭିନବ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି ସୀମା ସୁରକ୍ଷା ବଳ (ବିଏସଏଫ)। ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାର "ସମ୍ବେଦନଶୀଳ" ନଦୀକୂଳିଆ ଅଞ୍ଚଳର ସୁରକ୍ଷା ପାଇଁ ସାପ କୁମ୍ଭାୀର ଭଳି ସରୀସୃପଙ୍କୁ ନିୟୋଜିତ କରିବାର ସମ୍ଭାବନା ଉପରେ ବିଚାର କରୁଛି ବିଏସଏଫ। ଯଦିଓ ଏହି ଯୋଜନାକୁ ଏ ପର୍ଯ୍ୟନ୍ତ ସବୁଜ ସଙ୍କେତ ମିଳିନାହିଁ।
ଗତ ଫେବୃଆରୀ ୯ ତାରିଖରେ ଦିଲ୍ଲୀ ସ୍ଥିତ ସୀମା ସୁରକ୍ଷା ବଳ (ବିଏସଏଫ) ମୁଖ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏ ସମ୍ପର୍କିତ ଯୋଜନା ଉପରେ ଆଲୋଚନା ହୋଇଥିଲା। ଏହା ପରେ ୪୦୯୬ କିଲୋମିଟର ଲମ୍ବା ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ମୁତୟନ ହୋଇଥିବା ସ୍ଥାନୀୟ ବିଏଏସଏଫ ୟୁନିଟ ପାଖରୁ ଏ ସମ୍ପର୍କରେ ସେମାନଙ୍କ ମତାମତ ମଗାଯାଇଥିଲା। ଏନେଇ ଅଧିକାରୀ କହିଛନ୍ତି ଯେ ବିଏଏସଏଫ ପ୍ରସ୍ତାବ ଦେଇଛି ଯେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକ୍ଷମ ସଫଳତା ହାସଲ କରିବା ପାଇଁ ସମ୍ବେଦନଶୀଳ ନଦୀକୂଳିଆ ଅଞ୍ଚଳରେ ସାପ-କୁମ୍ଭୀର ଭଳି ସରୀସୃପଙ୍କୁ ଛାଡ଼ିବାର ସମ୍ଭାବ୍ୟତା ବିଚାର କରାଯିବା ଆବଶ୍ୟକ।
ଶତ୍ରୁଙ୍କୁ ରୋକିବା ପାଇଁ ନଦୀରେ ସାପ-କୁମ୍ଭୀର ଛାଡ଼ିବା ଉପରେ କରାଯାଉ ବିଚାର
ଅଧିକାରୀ କହିଛନ୍ତି ଯେ ଅନେକ ସ୍ଥାନୀୟ ବିଏସଏଫ କମାଣ୍ଡର ମତ ଦେଇଛନ୍ତି ଯେ ନଦୀକୂଳ ଅଞ୍ଚଳରେ ସରୀସୃପଙ୍କୁ ଛାଡି଼ବା ବ୍ୟବହାରିକ ନୁହେଁ। କାରଣ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅନେକ ଜନବସତି ରହିଛି। ବନ୍ୟା ସମୟରେ ସରୀସୃପଙ୍କ ଉପସ୍ଥିତି ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।
ଜଣେ ବିଏସଏଫ୍ ଅଧିକାରୀ କହିଛନ୍ତି ଗତ ମାସରେ ବିଭାଗୀୟ ମହାନିର୍ଦ୍ଦେଶକ ପ୍ରବୀଣ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ଯୋଜନାର ସମ୍ଭାବ୍ୟତା ମୂଲ୍ୟାଙ୍କନ କରିବା ପାଇଁ ଏହି ବୈଠକ ଆୟୋଜିତ ହୋଇଥିଲା। ବିଏସଏଫ୍ ସ୍ଥାନୀୟ କମାଣ୍ଡରଙ୍କ ଦ୍ୱାରା ପଠାଯାଇଥିବା ମତାମତ ଉପରେ ଅଧ୍ୟୟନ କରୁଛି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ନଦୀକୂଳିଆ ଅଞ୍ଚଳର ସୀମାକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପ୍ରକାରର ଜ୍ଞାନକୌଶଳ ଏବଂ ନିରୀକ୍ଷଣ ଉପକରଣ ନିୟୋଜିତ କରିବା ପାଇଁ ଆହୁରି ଅନେକ ପ୍ରସ୍ତାବ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶର ଆଶଙ୍କା
ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଘଞ୍ଚ ଜଙ୍ଗଲ ଏବଂ ନଦୀକୂଳିଆ ଅଞ୍ଚଳ ଭଳି କଷ୍ଟକର ଭୌଗୋଳିକ ପରିସ୍ଥିତି ଯୋଗୁଁ ଭାରତ-ବାଂଲାଦେଶ ସୀମାରେ ପ୍ରାୟ ୮୫୬ କିଲୋମିଟର ବାଡ଼ ମୁକ୍ତ ରହିଛି। ଭାରତ-ବାଂଲାଦେଶ ସୀମାରେ, ବାଂଲାଦେଶ ପଟୁ ଅନୁପ୍ରବେଶର ନିରନ୍ତର ବିପଦ ରହିଛି। ଏହା ସହିତ ମାନବ ଚାଲାଣ, ନିଶାଦ୍ରବ୍ୟ ଚୋରାଚାଲାଣ, ଜାଲ୍ ନୋଟ୍, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଚୋରା ଚାଲାଣ ଭଳି ବିଭିନ୍ନ ସୀମାପାର ଅପରାଧର ସମ୍ଭାବନା ମଧ୍ୟ ରହିଛି। ସୀମାପାର ଅପରାଧର କାରଣରୁ ବିଏସଏଫ ଏହାକୁ ରୋକିବା ପାଇଁ ବିଭିନ୍ନ ଯୋଜନା ଉପରେ ବିଚାର କରୁଛି। ହେଲେ ସୀମା ସୁରକ୍ଷା ବାହିନୀର ଏହି ପ୍ରସ୍ତାବକୁ ଏ ପର୍ଯ୍ୟନ୍ତ ଅନୁମୋଦନ ମିଳିନାହିଁ।

Related Topics
Explore more stories