Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

3 ପ୍ରକାର କ୍ୟାନସର ଔଷଧ ଉପରୁ କମିବ କଷ୍ଟମ ଡ୍ୟୁଟି

Smruti Parija
Browse all articles by Smruti Parija
·1 year ago·2 min read
3 ପ୍ରକାର କ୍ୟାନସର ଔଷଧ ଉପରୁ କମିବ କଷ୍ଟମ ଡ୍ୟୁଟି

ଅର୍ଗସ ବ୍ୟୁରୋ:   ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ରେ 3 ପ୍ରକାର କ୍ୟାନସର ଔଷଧ ଉପରୁ କଷ୍ଟମ ଡ୍ୟୁଚି କମିବ ବା ସୀମା ଶୁଳ୍କ ଛାଡ ହେବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଫଳରେ ମେଡିକାଲ ଯନ୍ତ୍ରପାତି ଶସ୍ତା ହେବ । ଶସ୍ତା ହେଲା କ୍ୟାନସର ଔଷଧ । 3 ପ୍ରକାର କ୍ୟାନସର ଔଷଧ ଉପରୁ କଷ୍ଟମ ଡ୍ୟୁଚି କମିବ ବା ସୀମା ଶୁଳ୍କ ଛାଡ ହେବ । ଔଷଧ ଏବଂ ମେଡିକାଲ ଜିନିଷ ଉପରୁ କଷ୍ଟମ ଡ୍ୟୁଟି କମିବ । ଯାହା ଗରିବ ଓ ମଧ୍ୟବିତଙ୍କୁ ଆଶ୍ୱସ୍ତି ଦେଇଛି । 

ବଜେଟ ୨୦୨୪: ୧୦ ଲକ୍ଷରୁ ୨୦ ଲକ୍ଷକୁ ବଢିଲା ମୁଦ୍ରା ଲୋନ୍

ଗରିବ,ମହିଳା, ଯୁବବର୍ଗ ଓ କୃଷକଙ୍କ ଉପରେ ସରକାରଙ୍କ ଫୋକସ୍  । ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ରୋଜଗାର ଦେବା ପାଇଁ ଲକ୍ଷ୍ୟ । ୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ। ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ। ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ ।୨୫ ହଜାର ଗାଁକୁ ପକ୍କା ରାସ୍ତା ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ତିଆରି ହେବ ରାସ୍ତା। ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଯୁବ ବର୍ଗ ଙ୍କୁ ଆତ୍ମନିର୍ଭର ପାଇଁ ଯୋଜନା । ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ।ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ। କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି । ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି ଦେବା ନେଇ ଘୋଷଣା ହୋଇଛି ।
 

Sponsored
budget-2024-three-cancer-medicines-out-from-basic-customs-duty | Argus News