Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅନ୍ତରୀଣ ବଜେଟ ୨୦୨୪ : କେଉଁ ବିଷୟକୁ ଗୁରୁତ୍ବ, କେଉଁ ଯୋଜନା ପାଇଁ କେତେ ?

National

ଅନ୍ତରୀଣ ବଜେଟ ୨୦୨୪ : କେଉଁ ବିଷୟକୁ ଗୁରୁତ୍ବ, କେଉଁ ଯୋଜନା ପାଇଁ କେତେ ?

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଅନ୍ତରୀଣ ବଜେଟ ୨୦୨୪ : କେଉଁ ବିଷୟକୁ ଗୁରୁତ୍ବ, କେଉଁ ଯୋଜନା ପାଇଁ କେତେ ?

ଅର୍ଗସ ବ୍ୟୁରୋ :  ଆଜି ସଂସଦରେ ଉପସ୍ଥାପିତ ହୋଇଥିଲା ଅନ୍ତରୀଣ ବଜେଟ-୨୦୨୪ । ଏହି ବଜେଟକୁ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ଅନ୍ତରୀଣ ବଜେଟ ହୋଇଥିବାରୁ ଆୟକର ଛାଡ ସୀମାରେ କୌଣସି ପରିବର୍ତ୍ତନ ଆସିବ ନାହିଁ । ଆଗାମୀ ନିର୍ବାଚନ ପରେ ନୂଆ ସରକାର ଆସିଲେ ପୂର୍ଣ୍ଣାଙ୍ଗ ବଜେଟରେ ଆୟକର ସୀମା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ତେବେ ଆସନ୍ତୁ ଜାଣିବା ୨୦୨୩-୨୪ ବଜେଟରେ କେଉଁ କେଉଁ ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି ।

୧- ବଜେଟରେ ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ ରହିଲା । ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଗଲା । ଫେରସ୍ତ ପ୍ରକ୍ରିୟା ମଧ୍ୟ ସରଳୀକୃତ କରାଯାଇଛି । ଟିକସ ରିହାତି ପାଇଁ ଜୁଲାଇ ଯାଏଁ ଅପେକ୍ଷା କରିବାକୁ ପଡିବ । 
୨- କର୍ପୋରେଟ ଟିକସ ହାର ୩୦ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ କରାଯାଇଛି । ବିତ୍ତୀୟ ନିଅଣ୍ଟକୁ ୪.୫ ପ୍ରତିଶତ ହ୍ରାସ କରାଯିବା ଲକ୍ଷ ରହିଛି ।
୩-  ପ୍ରତିରକ୍ଷା ବ୍ୟୟ ୧୧.୧ ପ୍ରତିଶତ ବୃଦ୍ଧି କରାଯାଇଛି । 
୪- ଭିତ୍ତିଭୂମିର ବିକାଶ ପାଇଁ ୧୧.୧୧ ଲକ୍ଷକୋଟି ଦିଆଯାଇଛି ।
୫- ଗରିବଙ୍କ ପାଇଁ ୨ କୋଟି ନୂଆଘର ପ୍ରଦାନ କରାଯାଇଛି । 
୬- ଦୁଗ୍ଘ ଉତ୍ପାଦନରେ ପାଇଁ କୃଷକଙ୍କୁ ପ୍ରୋତ୍ସାହନ ମିଳିବ ।
୭- ମାସକୁ ୩୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ କରାଯିବ ।
୮- ୯-୧୪ ବର୍ଷ ବାଳିକାଙ୍କୁ ମାଗଣା ଟୀକାକରଣର ବ୍ୟବସ୍ଥା କରାଯାଇଛି । 
୯- ୫ ବର୍ଷରେ ଆଉ ୨ କୋଟି ପକ୍କାଘର ଲକ୍ଷ୍ୟ ରଖାଯାଇଛି  ।
୧୦- 3ଟି ରେଳ କରିଡର ଆରମ୍ଭ ହେବ । 
୧୧- ଆୟୁଷ୍ମାନ ଭାରତରେ ସାମିଲ ହେବେ ଆଶା ଓ ଅଙ୍ଗନବାଡି ।
୧୨- ପର୍ଯ୍ୟଟନର ବିକାଶ ପାଇଁ ଲାକ୍ଷାଦ୍ବୀପର ବିକାଶ ହେବ ।
୧୩- ୨୦୪୭ ସୁଦ୍ଧା ବିକଶିତ ଭାରତ ମୂଳ ଲକ୍ଷ୍ୟ ରହିଛି ।

କେଉଁ ଯୋଜନା ପାଇଁ କେତେ ?
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପିଏମ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା : 2400 କୋଟି
ପିଏମ ଆବାସ ଯୋଜନା : 80, 671 କୋଟି
ଜଳଜୀବନ ମିଶନ : ୭୦,୧୬୩ କୋଟି
ୟୁରିୟା ସବସିଡି : 1,64,000 କୋଟି
ମନରେଗା : 86,000 କୋଟି 
ଆୟୁଷ୍ମାନ ଭାରତ : 7,500 କୋଟି
ପିଏମ କୃଷି ସିଞ୍ଚନ ଯୋଜନା : 11, 391 କୋଟି
 

Argus Whatsapp Channel Mobile Top
Sponsored
Budget 2024: What matters, how much for which scheme? | Argus News