New IT Rule / ଆୟକର ଫାଙ୍କିଲେ ଆଉ ମିଳିବନି ଦଣ୍ଡ, ଅତିରିକ୍ତ ୩୦% ଟିକସ ଦେଇ ମୁକୁଳିପାରିବେ
·2 months ago·2 min read

Key Points
୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ
ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ
ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହି ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି ଯେ ସେ ନିରନ୍ତର ନିବେଶ ବୃଦ୍ଧି ପାଇଁ ଚେଷ୍ଟା କରିବେ ଏବଂ ଭାରତକୁ ଏହାର ରପ୍ତାନି ବୃଦ୍ଧି କରିବାକୁ ପଡିବ । ଏଆଇକୁ ଅଧିକ ବ୍ୟାପକ ଭାବରେ ବ୍ୟବହାର କରାଯିବ ଏବଂ ବିକାଶ ସମାଜର ପ୍ରତ୍ୟେକ ବର୍ଗକୁ ଲକ୍ଷ୍ୟ ରଖାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱ ଅସ୍ଥିରତା ମଧ୍ୟରେ ବିକାଶ ଉପରେ ଧ୍ୟାନ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ।
ବଜେଟ୍ ଉପସ୍ଥାପନ ବେଳେ ଇନ୍କମ୍ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ୧ ଏପ୍ରିଲ୍ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ । ଏନେଇ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ । ୩୧ ଜୁଲାଇ ପର୍ଯ୍ୟନ୍ତ ଦାଖଲ କରିପାରିବେ ଆଇଟି ରିଟର୍ଣ୍ଣ । ITR 1, ITR 2 ଲୋକେ ଦାଖଲ କରିପାରିବେ ରିଟର୍ଣ୍ଣ । ସେହିପରି ଏବେ PAN ଜରିଆରେ ନିଜ ସଂପତ୍ତି ବିକିପାରିବେ NRI । ଆୟକର ଫାଙ୍କିଲେ ଆଉ ମିଳିବନି ଦଣ୍ଡ । ଅତିରିକ୍ତ ୩୦% ଟିକସ ଦେଇ ମୁକୁଳିପାରିବେ ।
ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ବିଦେଶୀ ଯାତ୍ରା କାର୍ଯ୍ୟକ୍ରମ ପ୍ୟାକେଜ ବିକ୍ରୟ ଉପରେ TCS ହାର ଏବେ ୨% ହେବ । ଯାହା ପୂର୍ବରୁ ୫% ଏବଂ ୨୦% ଥିଲା । କୌଣସି ଆର୍ଥିକ ସୀମା ରହିବ ନାହିଁ ।
Union Finance Minister Smt. @nsitharaman proposed multiple direct tax measures for TDS, TCS, income tax exemptions, and revised dates for filing returns.#ViksitBharatBudget pic.twitter.com/vb76qBkOtP
— Ministry of Finance (@FinMinIndia) February 1, 2026
ବଜେଟ୍ ଉପସ୍ଥାପନ ବେଳେ ଇନ୍କମ୍ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ୧ ଏପ୍ରିଲ୍ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ । ଏନେଇ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ । ୩୧ ଜୁଲାଇ ପର୍ଯ୍ୟନ୍ତ ଦାଖଲ କରିପାରିବେ ଆଇଟି ରିଟର୍ଣ୍ଣ । ITR 1, ITR 2 ଲୋକେ ଦାଖଲ କରିପାରିବେ ରିଟର୍ଣ୍ଣ । ସେହିପରି ଏବେ PAN ଜରିଆରେ ନିଜ ସଂପତ୍ତି ବିକିପାରିବେ NRI । ଆୟକର ଫାଙ୍କିଲେ ଆଉ ମିଳିବନି ଦଣ୍ଡ । ଅତିରିକ୍ତ ୩୦% ଟିକସ ଦେଇ ମୁକୁଳିପାରିବେ ।
ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ବିଦେଶୀ ଯାତ୍ରା କାର୍ଯ୍ୟକ୍ରମ ପ୍ୟାକେଜ ବିକ୍ରୟ ଉପରେ TCS ହାର ଏବେ ୨% ହେବ । ଯାହା ପୂର୍ବରୁ ୫% ଏବଂ ୨୦% ଥିଲା । କୌଣସି ଆର୍ଥିକ ସୀମା ରହିବ ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories