Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜାଣିଛନ୍ତି କି ଭାରତୀୟ ସମ୍ବିଧାନରେ ବଜେଟ ଶବ୍ଦ ବ୍ୟବହାର କରାଯାଇଛି ନା ନାହିଁ ?

National

ଜାଣିଛନ୍ତି କି ଭାରତୀୟ ସମ୍ବିଧାନରେ ବଜେଟ ଶବ୍ଦ ବ୍ୟବହାର କରାଯାଇଛି ନା ନାହିଁ ?

Jitendra Dash
Browse all articles by Jitendra Dash
·2 years ago·2 min read
ଜାଣିଛନ୍ତି କି ଭାରତୀୟ ସମ୍ବିଧାନରେ ବଜେଟ ଶବ୍ଦ ବ୍ୟବହାର କରାଯାଇଛି ନା ନାହିଁ ?

ଅର୍ଗସ ବ୍ୟୁରୋ : ବଜେଟ୍ ଶବ୍ଦ ଆସିଛି ଫ୍ରେଞ୍ଚ ଶବ୍ଦ ବୁଝେରୁ । ବୁଝେ ଅର୍ଥ ଛୋଟ ଥଳି । ବର୍ଷ ୧୭୩୩ରେ ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ ସର ରବର୍ଟ ୱାଲପୋଲ ଏକ ଛୋଟିଆ ଥଳିରେ ବଜେଟ୍ କାଗଜପତ୍ର ରଖି ସଂସଦକୁ ଆଣିଥିଲେ । ତାଙ୍କୁ ଯେତେବେଳେ ଏ ସମ୍ପର୍କରେ ପଚରାଯାଇଥିଲା ସେ କହିଥିଲେ ଏଥିରେ ଆପଣମାନଙ୍କ ପାଇଁ ବଜେଟ୍ ଅଛି । ତା ପରଠାରୁ ହିଁ ବଜେଟ୍ ଶବ୍ଦ ପ୍ରଚଳିତ ହୋଇ ଆସୁଛି । 

ଯଦିଓ ଭାରତରେ ସାଧାରଣ କଥିତ ଭାଷାରେ ବଜେଟ୍ ଶବ୍ବକୁ ବ୍ୟବହାର କରାଯାଉଛି କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତୀୟ ସମ୍ବିଧାନରେ ବଜେଟ୍ ଶବ୍ଦ ବ୍ୟବହାର କରାଯାଇନି । ସମ୍ବିଧାନର ଅନୁଚ୍ଛେଦ ୧୧୨ରେ ଏହାକୁ ବାର୍ଷୀକ ଆର୍ଥିକ ବିବରଣୀ ବୋଲି କୁହାଯାଇଛି । ଭାରତର ପ୍ରଥମ ବଜେଟ୍ ୭ ଏପ୍ରିଲ ୧୮୬୦ ମସିହାରେ ଉପସ୍ଥାପିତ ହୋଇଥିଲା । ଅର୍ଥଶାସ୍ତ୍ରୀ ଜେମ୍ସ ୱିଲସନ ଏହାକୁ ଉପସ୍ଥାପନ କରିଥିଲେ ।  ଜେମ୍ସ ୱିଲସନ ଇଷ୍ଟ ଇଣ୍ଡିଆ କମ୍ପାନୀରୁ ଥିଲେ । ଭାରତୀୟ ଇତିହାସର ସବୁଠାରୁ ଲମ୍ବା ବଜେଟ୍ ଭାଷଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୦-୨୧ରେ ରଖିଥିଲେ । 

ସେହିବର୍ଷ ସୀତରମଣ ୨ଘଣ୍ଟା ୪୨ ମିନିଟର ବଜେଟ ଭାଷଣ ଦେଇଥିଲେ । ଏହା ପୂର୍ବରୁ ଜୁଲାଇ ୨୦୧୯ରେ ୨ ଘଣ୍ଟା ୧୭ ମିନିଟ ଲମ୍ବା ବଜେଟ୍ ଭାଷଣ ଦେଇଥିଲେ । ଏହି ଭାଷଣ ବି ନିର୍ମଳା ସୀତାରମଣ ଦେଇଥିଲେ । ଯଦି ଗୋଟିଏ ବଜେଟ ଭାଷଣରେ ସର୍ବାଧିକ ଶବ୍ବ ବ୍ୟବହାର କଥା ଦେଖାଯାଏ, ବର୍ଷ ୧୯୯୧ରେ ଡକ୍ଟର ମନମୋହନ ସିଂ ତାଙ୍କ ବଜେଟ୍ ଭାଷଣରେ ୧୮ ହଜାର ୬୫୦ ଶବ୍ଦ ବ୍ୟବହାର କରିଥିଲେ । ବର୍ଷ ୧୯୭୭ରେ ଦେଶର ସବୁଠୁ ଛୋଟ ବଜେଟ୍ ଉପସ୍ଥାପିତ ହୋଇଥିଲା । ତତକାଳୀନ ଅର୍ଥମନ୍ତ୍ରୀ ହିରୁଭାଇ ମୁଲଝିଭାଇ ପଟେଲ ମାତ୍ର ୮୦୦ ଶବ୍ବର ବଜେଟ୍ ଭାଷଣ ପଢିଥିଲେ । ଏହାଠାରୁ ଛୋଟ ବଜେଟ ଭାଷଣ ଆଜି ପର୍ଯ୍ୟନ୍ତ ଭାରତୀୟ ଇତିହାସରେ କେହି ଦେଇନାହାନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ଆଜି ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଦେଶରେ ସର୍ବାଧିକ ଥର ବଜେଟ୍ ଉପସ୍ଥାପନର ରେକର୍ଡ ଡକ୍ଟର ମୋରାରଜୀ ଦେଶାଇଙ୍କ ନାଁରେ ରହିଛି । ସେ ୧୦ ଥର ବଜେଟ୍ ଉପସ୍ଥାପନ କରିଥିଲେ । ତାଙ୍କ ପରେ ପି. ଚିଦାମ୍ବଲମ୍ ଙ୍କ ନାଁ ଆସୁଛି । ସେ ୯ ଥର ବଜେଟ୍ ଉପସ୍ଥାପନ କରିଛନ୍ତି । ଯେତେବେଳେ କି ପ୍ରଣବ ମୁଖାର୍ଜୀ ଓ ଯଶୋବନ୍ତ ସିହ୍ନା ଆଠ ଆଠ ଥର ବଜେଟ୍ ଉପସ୍ଥାପନ କରିଛନ୍ତି । ଦେଶରେ ଆଜିଯାଏ ମାତ୍ର ଦୁଇ ଜଣ ମହାଳାଙ୍କୁ ବଜେଟ୍ ଉପସ୍ଥାପନ କରିବାର ସୁଯୋଗ ମିଳିଛି । ବର୍ଷ ୧୯୭୦ରେ ଇନ୍ଦିରା ଗାନ୍ଧି ଅର୍ଥମନ୍ତ୍ରୀ ଭାବେ ବଜେଟ୍ ଉପସ୍ଥାପନ କରିଥିଲେ । ଏହାପରେ ନିର୍ମାଳା ସୀତାରମଣଙ୍କୁ ବର୍ଷ ୨୦୧୯ରେ ପ୍ରଥମ ଥର ବଜେଟ୍ ଉପସ୍ଥାପନର ସୁଯୋଗ ମିଳିଥିଲା । ପୂର୍ବରୁ ସାଧାରଣ ବଜେଟ୍ ଓ ରେଳ ବଜେଟ୍ ଅଲାଗା ଅଲଗା ଉପସ୍ଥାପନ ହେଉଥିଲା । କିନ୍ତୁ ୨୦୧୭ରେ ଉଭୟ ବଜେଟକୁ ଏକାଠି ଉପସ୍ଥାପନ କରାଯାଇଥିଲା । ସେବେଠାରୁ ଗୋଟିଏ ବଜେଟ୍ ହିଁ ଉପସ୍ଥାପିତ ହେଉଛି । 

Sponsored
budgeting definition and meaning | Argus News