Union Budget / ପ୍ରତିରକ୍ଷାକୁ ଗୁରୁତ୍ଵ ଓ 'ବିକଶିତ ଭାରତ'ର ରୋଡ୍ ମ୍ୟାପ୍ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ ମୋଦି
·2 months ago·2 min read

Key Points
ଭାରତ ଆଜି ଯେଉଁ ରିଫର୍ମ ଏକ୍ସପ୍ରେସ୍ରେ ବସିଛି, ଏହି ବଜେଟ୍ ତାହାକୁ ନୂଆ ଶକ୍ତି, ନୂଆ ଗତି ପ୍ରଦାନ କରିବ । ଏହି ବଜେଟ୍ MSMEକୁ ଲୋକାଲରୁ ଗ୍ଲୋବାଲ ହେବାର ଶକ୍ତି ଦେବ ।
ନୂଆଦିଲ୍ଲୀ: ସ୍ଵାଧୀନ ଭାରତରେ ପ୍ରଥମଥର କୌଣସି ମହିଳା ଅର୍ଥ ମନ୍ତ୍ରୀ ଜଣେ ହିଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ନବମଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଯାହାକି ସରକାରଙ୍କ ନୀତି ଉପରେ ଜନତାଙ୍କ ବିଶ୍ଵାସକୁ ଦର୍ଶାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ବଜେଟ୍ରେ ପ୍ରତିରକ୍ଷା ବଜେଟ୍କୁ ବୃଦ୍ଧି କରାଯାଇଛି । ଭବିଷ୍ୟତର ଆଧୁନିକ ପ୍ରତିରକ୍ଷା ଆବଶ୍ୟକତାକୁ ଦେଖି ଅତିରିକ୍ତ ପାଣ୍ଠି ଆବଣ୍ଟନ କରାଯାଇଛି ।"
ଏଥିସହ ପଢ଼ନ୍ତୁ: ଶିକ୍ଷାରୁ ନେଇ ସ୍ଵ-ରୋଜଗାର, ପର୍ଯ୍ୟଟନ କ୍ଷେତ୍ରକୁ ମଜଭୁତ୍ କରିବ ବଜେଟ୍: ଅମିତ ଶାହ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ବଜେଟ୍କୁ ଐତିହାସିକ କହିବା ସହ ଏହା ଏକାଧିକ କ୍ଷେତ୍ରକୁ ସମାନ ଗୁରୁତ୍ଵ ଦେଇଛି ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଭିଜନ ରାସ୍ତା ସଫା କରିଛି ।
ପ୍ରଧାନମନ୍ତ୍ରୀ ମୋଦି 'ନାରୀ ଶକ୍ତି' ଉପରେ ଆଲୋଚନା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଖୁବ୍ ପ୍ରଶଂସା କରିଛନ୍ତି । କହିଛନ୍ତି, "ନାରୀ ଶକ୍ତି ଅର୍ଥାତ୍ ମହିଳାଙ୍କ ପ୍ରତି ଏହା ଭାରତର ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି ।"
ସେ ଆହୁରି କହିଛନ୍ତି, "ଭାରତ ଆଜି ଯେଉଁ ରିଫର୍ମ ଏକ୍ସପ୍ରେସ୍ରେ ବସିଛି, ଏହି ବଜେଟ୍ ତାହାକୁ ନୂଆ ଶକ୍ତି, ନୂଆ ଗତି ପ୍ରଦାନ କରିବ । ଏହି ବଜେଟ୍ MSMEକୁ ଲୋକାଲରୁ ଗ୍ଲୋବାଲ ହେବାର ଶକ୍ତି ଦେବ ।"
ଏଥିସହ ପଢ଼ନ୍ତୁ: ଓଡ଼ିଶା ହେବ ପୂର୍ବ ଭାରତର ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ପ୍ରଧାନ
ଦୁନିଆର ଏକ ବିଶ୍ଵସ୍ତ ଗଣତାନ୍ତ୍ରିକ ସହଯୋଗୀ ଏବଂ ବିଶ୍ଵସ୍ତ ଗୁଣବତ୍ତା ଯୋଗାଣକାରୀ ବାବେ ଭାରତର ଭୂମିକା ବୃଦ୍ଧି ପାଉଛି । ଭାରତ ନିକଟରେ ଏନେକ ବଡ଼ ବଡ଼ ବାଣିଜ୍ୟ ଚୁକ୍ତି କରିଛି । ଯାହାର ଲାଭ ଯୁବବର୍ଗଙ୍କ ସହ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ମିଳିବ । ଏହି ଦିଗରେ ବଜେଟ୍ରେ ବଡ଼ ବଡ଼ ପଦକ୍ଷେପ ନିଆ ଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ବଜେଟ୍ରେ ଭାରତର ବୈଶ୍ଵିକ ଭୂମିକା ଆହୁରି ମଜଭୁତ୍ ହୋଇଛି । ଭାରତର ୧୪୦ କୋଟି ଜନତା ଦ୍ରୁତତମ ଅର୍ଥ ବ୍ୟବସ୍ଥାରେ ସନ୍ତୁଷ୍ଟ ନୁହନ୍ତି । ଆମକୁ ଶୀଘ୍ର ଦୁନିଆର ବୃହତ୍ତ ତୃତୀୟ ଅର୍ଥ ବ୍ୟବସ୍ଥା ହେବାକୁ ପଡ଼ିବ । ଏହା ଦେଶବାସୀଙ୍କ ସଂକଳ୍ପ ଅଟେ ।

The Union Budget reflects the aspirations of 140 crore Indians. It strengthens the reform journey and charts a clear roadmap for Viksit Bharat.#ViksitBharatBudget https://t.co/26hIdizan9
— Narendra Modi (@narendramodi) February 1, 2026
ପ୍ରଧାନମନ୍ତ୍ରୀ ମୋଦି 'ନାରୀ ଶକ୍ତି' ଉପରେ ଆଲୋଚନା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଖୁବ୍ ପ୍ରଶଂସା କରିଛନ୍ତି । କହିଛନ୍ତି, "ନାରୀ ଶକ୍ତି ଅର୍ଥାତ୍ ମହିଳାଙ୍କ ପ୍ରତି ଏହା ଭାରତର ପ୍ରତିବଦ୍ଧତା ପ୍ରଦର୍ଶନ କରୁଛି ।"
ସେ ଆହୁରି କହିଛନ୍ତି, "ଭାରତ ଆଜି ଯେଉଁ ରିଫର୍ମ ଏକ୍ସପ୍ରେସ୍ରେ ବସିଛି, ଏହି ବଜେଟ୍ ତାହାକୁ ନୂଆ ଶକ୍ତି, ନୂଆ ଗତି ପ୍ରଦାନ କରିବ । ଏହି ବଜେଟ୍ MSMEକୁ ଲୋକାଲରୁ ଗ୍ଲୋବାଲ ହେବାର ଶକ୍ତି ଦେବ ।"
ଏଥିସହ ପଢ଼ନ୍ତୁ: ଓଡ଼ିଶା ହେବ ପୂର୍ବ ଭାରତର ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ପ୍ରଧାନ
ଦୁନିଆର ଏକ ବିଶ୍ଵସ୍ତ ଗଣତାନ୍ତ୍ରିକ ସହଯୋଗୀ ଏବଂ ବିଶ୍ଵସ୍ତ ଗୁଣବତ୍ତା ଯୋଗାଣକାରୀ ବାବେ ଭାରତର ଭୂମିକା ବୃଦ୍ଧି ପାଉଛି । ଭାରତ ନିକଟରେ ଏନେକ ବଡ଼ ବଡ଼ ବାଣିଜ୍ୟ ଚୁକ୍ତି କରିଛି । ଯାହାର ଲାଭ ଯୁବବର୍ଗଙ୍କ ସହ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ମିଳିବ । ଏହି ଦିଗରେ ବଜେଟ୍ରେ ବଡ଼ ବଡ଼ ପଦକ୍ଷେପ ନିଆ ଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ବଜେଟ୍ରେ ଭାରତର ବୈଶ୍ଵିକ ଭୂମିକା ଆହୁରି ମଜଭୁତ୍ ହୋଇଛି । ଭାରତର ୧୪୦ କୋଟି ଜନତା ଦ୍ରୁତତମ ଅର୍ଥ ବ୍ୟବସ୍ଥାରେ ସନ୍ତୁଷ୍ଟ ନୁହନ୍ତି । ଆମକୁ ଶୀଘ୍ର ଦୁନିଆର ବୃହତ୍ତ ତୃତୀୟ ଅର୍ଥ ବ୍ୟବସ୍ଥା ହେବାକୁ ପଡ଼ିବ । ଏହା ଦେଶବାସୀଙ୍କ ସଂକଳ୍ପ ଅଟେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories