Union Budget / ଶିକ୍ଷାରୁ ନେଇ ସ୍ଵ-ରୋଜଗାର, ପର୍ଯ୍ୟଟନ କ୍ଷେତ୍ରକୁ ମଜଭୁତ୍ କରିବ ବଜେଟ୍: ଅମିତ ଶାହ
·2 months ago·2 min read

Key Points
ଶିକ୍ଷାରୁ ନେଇ ସ୍ଵ-ରୋଜଗାର ପର୍ଯ୍ୟନ୍ତ ବଜେଟ୍ରେ ସବୁ କିଛି ରହିଛି । ବିକଶିତ ଭାରତ ବଜେଟ୍ ଅଗ୍ରଣୀ ଭାରତ ନିର୍ମାଣର ସଂକଳ୍ପକୁ ଦର୍ଶାଉଥିବା କହିଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।
ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍ରେ ପ୍ରତିଫଳିତ ହୋଇଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନ । ଶିକ୍ଷାରୁ ନେଇ ସ୍ଵ-ରୋଜଗାର ପର୍ଯ୍ୟନ୍ତ ବଜେଟ୍ରେ ସବୁ କିଛି ରହିଛି । ବିକଶିତ ଭାରତ ବଜେଟ୍ ଅଗ୍ରଣୀ ଭାରତ ନିର୍ମାଣର ସଂକଳ୍ପକୁ ଦର୍ଶାଉଥିବା କହିଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।
ସେ କହିଛନ୍ତି, "ବଡ଼ ଉଦ୍ୟୋଗ ଓ ଲଜିଷ୍ଟିକ୍ସ କରିଡର୍ ଆଖପାଖରେ ୫ଟି ୟୁନିଭରସିଟି ଟାଉନସିପ୍ ବିକାଶ ଦ୍ଵାରା ଶିକ୍ଷା ଓ ଶିଳ୍ପ ଏକାଠି ଆଗକୁ ବଢ଼ିବେ । ଏଥିସହ ୪ଟି ଟେଲିସ୍କୋପ୍ ଭିତ୍ତିଭୂମି ସୁବିଧାର ନିର୍ମାଣ ଓ ଉନ୍ନତିକରଣ ଦ୍ଵାରା ଅଧ୍ୟୟନକୁ ନୂଆ ଦିଶା ମିଳିବ ।"
ଏଥିସହ ପଢ଼ନ୍ତୁ: ଓଡ଼ିଶା ହେବ ପୂର୍ବ ଭାରତର ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ପ୍ରଧାନ
ନ୍ୟାସନାଲ ଡିଜାଇନ୍ ଇନଷ୍ଟିଚ୍ୟୁଟ୍, ୧୫ ହଜାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୫୦୦ କଲେଜରେ AVGC ଲ୍ୟାବ୍ସ ପ୍ରତିଷ୍ଠା ଦ୍ଵାରା ଶିକ୍ଷାରୁ ନିଯୁକ୍ତି ମିଳିବ । ଉଚ୍ଚସ୍ତରୀୟ କମିଟି ଗଠନ ଦ୍ଵାରା ନୂଆ ପିଢ଼ି କୌଶଳ ସମ୍ପନ୍ନ ହୋଇ ପ୍ରତି କ୍ଷେତ୍ରରେ ଅଗ୍ରଣୀ ଭାରତର ନିର୍ମାଣରେ ସାମିଲ୍ ହେବେ ।
ସେହିଭଳି ଧୋଲାବୀରା ସହିତ ୧୫ ପ୍ରତ୍ନତାତ୍ତ୍ଵିକ ସ୍ଥଳକୁ ସାଂସ୍କୃତିକ ଗନ୍ତବ୍ୟ ଭାବେ ବିକଶିତ କରାଯିବ । ଯାହାକି ଭାରତର ପ୍ରାଚୀନ ସଂସ୍କୃତିକୁ ବିଶ୍ଵ ମଞ୍ଚରେ ପରିଚିତ କରାଇବ ।
ଏଥିସହ ପଢ଼ନ୍ତୁ: କେନ୍ଦ୍ରୀୟ ବଜେଟ୍ରେ ଓଡ଼ିଶାକୁ ଗୁରୁତ୍ଵ; ଏହି ସବୁ ଜିଲ୍ଲାକୁ ମିଳିବ ଲାଭ
ପୂର୍ବୋତ୍ତରର ୫ ରାଜ୍ୟରେ ବୌଦ୍ଧ ସର୍କିଟର ନିର୍ମାଣ । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର ଓ ଅରାକ୍କୁ ଗାଟିରେ ପର୍ବତ ଟେଲ୍ସ ତଥା ଓଡ଼ିଶା, କର୍ଣ୍ଣାଟକ ଓ କେରଳରେ ଟର୍ଟଲ୍ସ ଟେଲ୍ସ ବିକଶିତ କରିବା ଏହି ଅଞ୍ଚଳର ବିକାଶକୁ ନୂଆ ଗତି ଦେଇ ଇକୋ-ଟୁରିଜିମକୁ ପ୍ରୋତ୍ସାହତ କରିବ ।
ଏଥିସହ ନ୍ୟାସନାଲ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ହସ୍ପିଟାଲିଟି ପ୍ରତିଷ୍ଠା ଦ୍ଵାରା ଯୁବପିଢ଼ିଙ୍କ କୌଶଳ ବିକଶିତ ହେବ । ସେମାନଙ୍କୁ ରୋଜଗାରର ଅବସର ମିଳିବ । ଏହାଦ୍ଵାରା ସ୍ଥାନୀୟ ପର୍ଯ୍ୟଟନ କ୍ଷେତ୍ର ମଜଭୁତ୍ ହେବ ବୋଲି କହିଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।
#ViksitBharatBudget शिक्षा से स्वरोजगार तक मोदी जी के विजन का सशक्त प्रतिबिंब है। बड़े औद्योगिक और लॉजिस्टिक्स कॉरिडोर के आसपास 5 यूनिवर्सिटी टाउनशिप्स के विकास से एजुकेशन-इंडस्ट्री इंटीग्रेशन को बढ़ावा मिलेगा।
— Amit Shah (@AmitShah) February 1, 2026
साथ ही, चार टेलिस्कोप इंफ्रास्ट्रक्चर सुविधाओं के निर्माण व…
ସେ କହିଛନ୍ତି, "ବଡ଼ ଉଦ୍ୟୋଗ ଓ ଲଜିଷ୍ଟିକ୍ସ କରିଡର୍ ଆଖପାଖରେ ୫ଟି ୟୁନିଭରସିଟି ଟାଉନସିପ୍ ବିକାଶ ଦ୍ଵାରା ଶିକ୍ଷା ଓ ଶିଳ୍ପ ଏକାଠି ଆଗକୁ ବଢ଼ିବେ । ଏଥିସହ ୪ଟି ଟେଲିସ୍କୋପ୍ ଭିତ୍ତିଭୂମି ସୁବିଧାର ନିର୍ମାଣ ଓ ଉନ୍ନତିକରଣ ଦ୍ଵାରା ଅଧ୍ୟୟନକୁ ନୂଆ ଦିଶା ମିଳିବ ।"
ଏଥିସହ ପଢ଼ନ୍ତୁ: ଓଡ଼ିଶା ହେବ ପୂର୍ବ ଭାରତର ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ପ୍ରଧାନ
ନ୍ୟାସନାଲ ଡିଜାଇନ୍ ଇନଷ୍ଟିଚ୍ୟୁଟ୍, ୧୫ ହଜାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୫୦୦ କଲେଜରେ AVGC ଲ୍ୟାବ୍ସ ପ୍ରତିଷ୍ଠା ଦ୍ଵାରା ଶିକ୍ଷାରୁ ନିଯୁକ୍ତି ମିଳିବ । ଉଚ୍ଚସ୍ତରୀୟ କମିଟି ଗଠନ ଦ୍ଵାରା ନୂଆ ପିଢ଼ି କୌଶଳ ସମ୍ପନ୍ନ ହୋଇ ପ୍ରତି କ୍ଷେତ୍ରରେ ଅଗ୍ରଣୀ ଭାରତର ନିର୍ମାଣରେ ସାମିଲ୍ ହେବେ ।
ସେହିଭଳି ଧୋଲାବୀରା ସହିତ ୧୫ ପ୍ରତ୍ନତାତ୍ତ୍ଵିକ ସ୍ଥଳକୁ ସାଂସ୍କୃତିକ ଗନ୍ତବ୍ୟ ଭାବେ ବିକଶିତ କରାଯିବ । ଯାହାକି ଭାରତର ପ୍ରାଚୀନ ସଂସ୍କୃତିକୁ ବିଶ୍ଵ ମଞ୍ଚରେ ପରିଚିତ କରାଇବ ।
ଏଥିସହ ପଢ଼ନ୍ତୁ: କେନ୍ଦ୍ରୀୟ ବଜେଟ୍ରେ ଓଡ଼ିଶାକୁ ଗୁରୁତ୍ଵ; ଏହି ସବୁ ଜିଲ୍ଲାକୁ ମିଳିବ ଲାଭ
ପୂର୍ବୋତ୍ତରର ୫ ରାଜ୍ୟରେ ବୌଦ୍ଧ ସର୍କିଟର ନିର୍ମାଣ । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର ଓ ଅରାକ୍କୁ ଗାଟିରେ ପର୍ବତ ଟେଲ୍ସ ତଥା ଓଡ଼ିଶା, କର୍ଣ୍ଣାଟକ ଓ କେରଳରେ ଟର୍ଟଲ୍ସ ଟେଲ୍ସ ବିକଶିତ କରିବା ଏହି ଅଞ୍ଚଳର ବିକାଶକୁ ନୂଆ ଗତି ଦେଇ ଇକୋ-ଟୁରିଜିମକୁ ପ୍ରୋତ୍ସାହତ କରିବ ।
#ViksitBharatBudget में मोदी सरकार द्वारा धोलावीरा सहित 15 पुरातात्विक स्थलों को सांस्कृतिक गंतव्य के रूप में विकसित करने का निर्णय भारत की प्राचीन संस्कृति को वैश्विक मंच पर स्थापित करेगा।
— Amit Shah (@AmitShah) February 1, 2026
पूर्वोत्तर के 5 राज्यों में बौद्ध सर्किट के निर्माण, हिमाचल, उत्तराखंड, जम्मू-कश्मीर और…
ଏଥିସହ ନ୍ୟାସନାଲ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ହସ୍ପିଟାଲିଟି ପ୍ରତିଷ୍ଠା ଦ୍ଵାରା ଯୁବପିଢ଼ିଙ୍କ କୌଶଳ ବିକଶିତ ହେବ । ସେମାନଙ୍କୁ ରୋଜଗାରର ଅବସର ମିଳିବ । ଏହାଦ୍ଵାରା ସ୍ଥାନୀୟ ପର୍ଯ୍ୟଟନ କ୍ଷେତ୍ର ମଜଭୁତ୍ ହେବ ବୋଲି କହିଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories