Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Budget Session / ୨୮ରୁ ଆରମ୍ଭ ହେବେ ବଜେଟ୍ ଅଧିବେଶନ, ରବିବାର ଉପସ୍ଥାପନ ହେବ ବଜେଟ୍

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
୨୮ରୁ ଆରମ୍ଭ ହେବେ ବଜେଟ୍ ଅଧିବେଶନ, ରବିବାର ଉପସ୍ଥାପନ ହେବ ବଜେଟ୍
Budget Session

Key Points

ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ
ଦୁଇଟି ପର୍ଯ୍ୟାୟରେ ଚାଲିବ ସଂସଦର ବଜେଟ୍ ଅଧିବେଶନ
ଜାନୁଆରୀ ୨୮ରୁ ଫେବ୍ରୁଆରୀ ୧୩ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ
୨୮ ଜାନୁଆରୀରୁ ଆରମ୍ଭ ହେବ ସଂସଦର ବଜେଟ୍‌ ଅଧିବେଶନ । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ । ସେ କହିଛନ୍ତି, ସଂସଦର ବଜେଟ ଅଧିବେଶନ ୨୮ ଜାନୁଆରୀ, ୨୦୨୬ ରୁ ଆରମ୍ଭ ହେବ ଏବଂ ୨ ଏପ୍ରିଲ, ୨୦୨୬ ପର୍ଯ୍ୟନ୍ତ ଚାଲିବ ।

ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି, "ଭାରତ ସରକାରଙ୍କ ସୁପାରିଶ କ୍ରମେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୬ ବଜେଟ ଅଧିବେଶନ ପାଇଁ ସଂସଦର ଉଭୟ ଗୃହର ବୈଠକକୁ ଅନୁମୋଦନ କରିଛନ୍ତି । ଏହି ଅଧିବେଶନ ୨୮ ଜାନୁଆରୀ, ୨୦୨୬ ରୁ ଆରମ୍ଭ ହେବ ଏବଂ ୨ ଏପ୍ରିଲ, ୨୦୨୬ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟ ୧୩ ଫେବୃଆରୀ, ୨୦୨୬ରେ ଶେଷ ହେବ। ଦ୍ୱିତୀୟ ପର୍ଯ୍ୟାୟ ୯ ମାର୍ଚ୍ଚ, ୨୦୨୬ ରୁ ୨ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ।"



ବଜେଟ୍‌ ଅଧିବେଶନର ପ୍ରଥମ ଦିନ ସାଧାରଣତଃ ରାଷ୍ଟ୍ରପତିଙ୍କ ପାରମ୍ପରିକ ଅଭିଭାଷଣ ସହ ଆରମ୍ଭ ହୋଇଥାଏ। ତେବେ ବିଟିଂ ରିଟ୍ରିଟ ସମାରୋହ ଯୋଗୁ ଜାନୁୟାରୀ ୨୯ ତାରିଖ ଦିନ ସଂସଦର ଉଭୟ ସଦନରେ ବୈଠକ ହେବ ନାହିଁ। ହେଲେ ପରବର୍ତ୍ତି ବୈଠକ ଜାନୁୟାରୀ ୩୦ ତାରିଖରେ ହେବାକୁ ଥିବା ବେଳେ ଏହି ଦିନ ସଂସଦରେ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ଉପସ୍ଥାପନ ହେବ। ଏହା ପରଦିନ ଅର୍ଥାତ ୩୧ ଜାନୁୟାରୀରେ ଉଭୟ ସଦନର ବୈଠକ ହେବ ନାହିଁ। ତେବେ ୧ ଫେବୃଆରୀ ରବିବାର ଦିନ ସଦନରେ ଅର୍ଥମନ୍ତ୍ରୀ ବାର୍ଷିକ ବଜେଟ୍ ଉପସ୍ଥାପନ କରିପାରନ୍ତି ।

କେବେ ବଜେଟ ଉପସ୍ଥାପନ ହେବ ?

ରବିବାର, ଫେବୃଆରୀ ୧ ତାରିଖରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଏବଂ କେନ୍ଦ୍ରୀୟ ବଜେଟ୍ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ପରେ ଫେବୃଆରୀ ୧୩ ତାରିଖରେ ସଂସଦ ପ୍ରାୟ ଏକ ମାସ ପାଇଁ ମୁଲତବୀ ରହିବ । ମାର୍ଚ୍ଚ ୯ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ୍‌ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

ତେବେ ଚଳିତ ଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର କ୍ରମାଗତ ନବମ ବଜେଟ୍ ଉପସ୍ଥାପନ କରିବେ । ବର୍ତ୍ତମାନର ସରକାର ୨୦୧୭ ମସିହାରୁ ବଜେଟ୍ ସୂଚୀରେ ଫେବୃଆରୀ ୧ ତାରିଖକୁ ବଜାୟ ରଖିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Budget Session to Begin on January 28, Union Budget Likely on Sunday | Argus News