Videos
|
National

School Holiday / ଦୁଇ ଦିନ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ: ଡିଏମଙ୍କ ନିର୍ଦ୍ଦେଶ, କାଉଡିଆ ଯାତ୍ରା ସହ ବର୍ଷା ଜାରି

Banajyotshna Ray
Browse all articles by Banajyotshna Ray
·1 month ago·2 min read
ଦୁଇ ଦିନ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ: ଡିଏମଙ୍କ ନିର୍ଦ୍ଦେଶ, କାଉଡିଆ ଯାତ୍ରା ସହ ବର୍ଷା ଜାରି
School Holiday

Key Points

ଡିଏମଙ୍କ ନିର୍ଦ୍ଦେଶ
ବୁଲନ୍ଦସହରର ସମସ୍ତ ସ୍କୁଲ ଏବଂ କଲେଜ ଅଗଷ୍ଟ ୧୦ ଏବଂ ୧୧ ତାରିଖରେ ବନ୍ଦ ରହିବ
ଜାଣନ୍ତୁ କାହିଁକି ?
ରାଜ୍ୟ ତଥା ଦେଶରେ ବର୍ଷାର କୋପ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଥିବା ଖବର ଆସିଛି। ଏହାରି ଭିତରେ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଦୁଇ ଦିନ ଏହି ଜିଲ୍ଲାରେ ସ୍କୁଲ ବନ୍ଦ ରହିବ। ଜାଣନ୍ତୁ ପୁରା ଘଟଣାକ୍ରମ କଣ ରହିଛି। ଶ୍ରାବଣ ମାସ ଅବସରରେ ଭକ୍ତ ଏବଂ କାଉଡିଆ ପ୍ରବଳ ଭିଡ଼ ଏବଂ ଟ୍ରାଫିକ୍ ଆଶଙ୍କାକୁ ଦୃଷ୍ଟିରେ ରଖି, ଜିଲ୍ଲା ମାଜିଷ୍ଟ୍ରେଟ୍ ଅଗଷ୍ଟ ୧୦ ଏବଂ ୧୧ ତାରିଖରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।''

କାଉଡିଆ ଯାତ୍ରା ସମୟରେ ସୁରକ୍ଷା ବଜାୟ ରଖିବା ଏବଂ ଟ୍ରାଫିକ୍ ପ୍ରବାହକୁ ସୁଗମ କରିବା ପାଇଁ ଉତ୍ତର ପ୍ରଦେଶର ବୁଲନ୍ଦସହରରରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ରାସ୍ତା ଏବଂ ସହର ମଧ୍ୟରେ କାଉଡିଆଙ୍କ ପ୍ରବଳ ଯାତାୟାତ ଯୋଗୁଁ ପିଲାମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଟ୍ରାଫିକ୍ ଅସୁବିଧାକୁ ଏଡାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।''ଏହି ଆଦେଶ ବୁଲନ୍ଦସହର ଜିଲ୍ଲାର ସମସ୍ତ ବୋର୍ଡ (CBSE, ICSE, UP ବୋର୍ଡ, ଇତ୍ୟାଦି) ସହିତ ଜଡିତ ସମସ୍ତ ପରିଷଦ, ମାଧ୍ୟମିକ, ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ। ଏଥିରେ ବୈଷୟିକ ଏବଂ ଅଣ-ବୈଷୟିକ ପ୍ରତିଷ୍ଠାନ, ଏବଂ ଡିଗ୍ରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଭଳି ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ।''

ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷା ତାଣ୍ଡବ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା

ତଥାପି, ଯଦି କୌଣସି ଶିକ୍ଷାନୁଷ୍ଠାନରେ ଏହି ତାରିଖଗୁଡ଼ିକ ପାଇଁ ପୂର୍ବରୁ ପରୀକ୍ଷା ସ୍ଥିର କରାଯାଇଛି, ତେବେ ଏହା କୌଣସି ପରିବର୍ତ୍ତନ ବିନା ସୂଚୀବଦ୍ଧ ଭାବରେ ପରିଚାଳନା କରାଯିବ। ଜିଲ୍ଲା ମାଜିଷ୍ଟ୍ରେଟ୍ କୁମାର ହର୍ଷ ସ୍ପଷ୍ଟ କରିଛନ୍ତି ଯେ ନିର୍ଦ୍ଦେଶ ଉଲ୍ଲଂଘନ କରୁଥିବା ଶିକ୍ଷାନୁଷ୍ଠାନ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ କିଛିଦିନ ହେଲା ସାରା ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ବର୍ଷା। ଲୋକଙ୍କୁ ଅସ୍ତବ୍ୟସ୍ତ କରିଲାଣି ଏହି ବର୍ଷା। ସାଧାରଣ ଜୀବନଯାତ୍ରା ବର୍ଷା ପାଇଁ ବ୍ୟାହତ ହେଉଛି। କେଉଁଠି କେଉଁଠି ଜଳବନ୍ଦୀରେ ଅଛନ୍ତି ଲୋକେ। ସେପଟେ ଆସାମ ଏବଂ କେରଳରେ ବର୍ଷା ପାଇଁ ଜଳପ୍ରଳୟ ହୋଇଛି। ହଜାର ହଜାର ଲୋକ ବାସହୀନ ହୋଇଛନ୍ତି। ମୂଷଳଧାରାରେ ବର୍ଷା ପ୍ରବଳ ଜଳବନ୍ଦୀ ଯୋଗୁଁ, କୌଶାମ୍ବୀ ଏବଂ ପ୍ରୟାଗରାଜ ଜିଲ୍ଲାର ସମସ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଆଜି ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି। ପାଗ ଏବଂ ପିଲାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଆସନ୍ତାକାଲି ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।''

ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories

Bulandshahr Schools and Colleges to Remain Closed on August 10 and 11 | Argus News | Argus News