Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୬ଟି ବୁଲେଟ ଆକ୍ରମଣକୁ ପ୍ରତିହତ କରିପାରିବ ଏହି ଜ୍ୟାକେଟ୍

Jitendra Dash
Browse all articles by Jitendra Dash
·2 years ago
୬ଟି ବୁଲେଟ ଆକ୍ରମଣକୁ ପ୍ରତିହତ କରିପାରିବ ଏହି ଜ୍ୟାକେଟ୍

ଅର୍ଗସ ବ୍ୟୁରୋ : ସେନା ପାଇଁ ଆସିଲା ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ । ଡିଆରଡିଓ ପକ୍ଷରୁ ସବୁଠାରୁ ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ ପ୍ରସ୍ତୁତ କରାଯାଇଛି । ଏହା ଶତ୍ରୁର ବୁଲେଟ୍ ଆକ୍ରମଣକୁ ପ୍ରତିହତ କରିପାରିବ । ଏହି ଅତ୍ୟାଧୁନିକ ବୁଲେଟପ୍ରୁଫ୍ ଜ୍ୟାକେଟକୁ କାନପୁରର ଡିଫେନ୍ସ ମ୍ୟାଟେରିଆଲସ ଏଣ୍ଡ ଷ୍ଟୋରସ ରିସର୍ଚ୍ଚ ଏଣ୍ଟ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ପକ୍ଷରୁ ପ୍ରସ୍ତୁତ କରାଯାଇଛି ।

ଅଧିକ ପଢନ୍ତୁ ଭାରତ ଖବର 

ଚଣ୍ଡିଗଡର ଟର୍ମିନାଲ ବାଲିଷ୍ଟିକସ ରିସର୍ଚ୍ଚ ଲାବରୋଟରିରେ ଏହାର ପରୀକ୍ଷା କରାଯାଇଛି । ଏହି ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ ୬ଟି ବୁଲେଟକୁ ପ୍ରତିହତ କରିପାରିବ । ଏହାର ସାମ୍ନା ହାର୍ଡ ଆର୍ମର ପ୍ୟାନେଲରେ ମୋନୋଲିଥିକ୍ ସେରାମିକ ପ୍ଲେଟ୍‍ ରହିଛି । ଏହି ବୁଲେଟପ୍ରୁଫ୍ ଜ୍ୟାକେଟ ପିନ୍ଧିବାକୁ ଆରାମଦାୟକ ସହ ହାଲୁକା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
light bulletproof jackets arrive for army | Argus News