Videos
|
National

By Election Results / ଆଜି ଉପନିର୍ବାଚନ ଫଳାଫଳ; ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ବିଜେପି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ଆଜି ଉପନିର୍ବାଚନ ଫଳାଫଳ; ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ବିଜେପି
By Election Results

Key Points

ଆଜି ୪ଟି ରାଜ୍ୟର ଉପ ନିର୍ବାଚନ ଫଳାଫଳ
ଯାହା ଉପରେ ରହିଛି ସାରା ଦେଶର ନଜର
ପ୍ରାରମ୍ଭିକ ଟ୍ରେଣ୍ଡରେ ନନ୍ଦିଗ୍ରାମରେ ଆଗୁଆ ବିଜେପି
ନୂଆଦିଲ୍ଲୀ: ଦେଶର ତିନୋଟି ପ୍ରମୁଖ ବିଧାନସଭା ଆସନରେ ଅକ୍ଟୋବର ୬ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସମସ୍ତ ୬ଟି ଆସନ ପାଇଁ ଆଜି ଏକକାଳୀନ ଭୋଟ ଗଣତି ହେଉଛି । ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଏବଂ ରେଜିନଗର ଆସନ, ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସାମୀଙ୍କ ଦ୍ୱାରା ଖାଲି କରାଯାଇଥିବା ପୁଡୁଚେରୀର ଥଟ୍ଟାଞ୍ଚାୱାଡି ଆସନ ଏବଂ ତାମିଲନାଡୁର ମଦୁରନ୍ତକମ ଏବଂ ଧରାପୁରମ ଆସନରେ ଡିଏମକେ, ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କ ଦଳ ଟିଭିକେ ଏବଂ ଏଆଇଏଡିଏମକେ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ଏହି ବିଧାନସଭା ଆସନଗୁଡ଼ିକ ବ୍ୟତୀତ ଆସାମର ନାଗାଓଁ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ​​ପଡ଼ିଥିବା ଭୋଟ ମଧ୍ୟ ଆଜି ଗଣନା ହେଉଛି ।

  • ନନ୍ଦିଗ୍ରାମରେ ଆଗୁଆ ବିଜେପି
ପଶ୍ଚିମବଙ୍ଗ ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଲାଗି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇସାରିଛି । ମେ ମାସରେ ରାଜ୍ୟରେ ପ୍ରଥମ କରି ବିଜେପି ଶାସନ କ୍ଷମତାକୁ ଆସିବା ପରେ ଏହା ଦଳ ଲାଗି ପ୍ରଥମ ନିର୍ବାଚନୀ ପରୀକ୍ଷା । ଏହି ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଖାଲି କରିଥିବା ହାଇଭୋଲ୍ଟେଜ ନନ୍ଦିଗ୍ରାମ ଆସନରେ ଆଗୁଆ ଅଛି ବିଜେପି । ଭାରତୀୟ ନିର୍ବାଚନ କମିଶନଙ୍କ ସଂଖ୍ୟା ଦେଖିଲେ, ଏବେ ସୁଦ୍ଧା ବିଜେପି ପ୍ରାର୍ଥୀ ହସିରାଣୀ ରଥ ୨୪,୦୫୬ ଭୋଟ୍‌ରେ ଆଗୁଆ ଅଛନ୍ତି । ସେହିପରି ତାଙ୍କ ପଛକୁ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନ ୪୩୬୫ ଏବଂ ସିପିଆଇ ପ୍ରାର୍ଥୀ ଶାନ୍ତି ଗୋପାଳ ଗିରିଙ୍କୁ ଏବେ ସୁଦ୍ଧା ମିଳିଛି ୮୭୧ ଖଣ୍ଡ ଭୋଟ୍ ।

  • ପଶ୍ଚିମବଙ୍ଗର ରେଜିନଗରରେ ବି ଆଗୁଆ ବିଜେପି
ସେହିପରି ପଶ୍ଚିମବଙ୍ଗର ଆଉ ଏକ ବିଧାନସଭା ଆସନ ରେଜିନଗରରେ ବି ଆଗରେ ଅଛି ବିଜେପି । ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ବିଜେପି ପ୍ରାର୍ଥୀ ଶଙ୍କରାବହ ସରକାରଙ୍କୁ ୧୧,୬୧୪ ଖଣ୍ଡ ଭୋଟ୍ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଅବଦୁଲ୍ଲାହିଲ୍ କୈଫିଙ୍କୁ ୫୮୧ ଖଣ୍ଡ ଭୋଟ୍ ଏବଂ ଆମ୍ ଜନତା ଉନ୍ନୟନ ପାର୍ଟିର ପ୍ରାର୍ଥୀଙ୍କୁ ୪୪୬ ଖଣ୍ଡ ଭୋଟ୍ ମିଳିଛି ।

  • ପୁଡୁଚେରୀରେ ଏନଡିଏ ବିଜୟୀ
ପୁଡୁଚେରୀର ଥଟ୍ଟାଞ୍ଚାୱାଡି ବିଧାନସଭା ଉପନିର୍ବାଚନର ଚତୁର୍ଥ ଏବଂ ଅନ୍ତିମ ପର୍ଯ୍ୟାୟ ଗଣନାର ଫଳାଫଳ ନିର୍ବାଚନ କମିଶନ ପ୍ରକାଶ କରିଛନ୍ତି । ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ବିଜେପି ନେତୃତ୍ଵାଧୀନ ଏନଡିଏର ସହଯୋଗୀ ଦଳ ଅଖିଳ ଭାରତୀୟ ଏନ.ଆର. କଂଗ୍ରେସ (AINRC) ପ୍ରାର୍ଥୀ ଅଶୋକ ଆନନ୍ଦ ୧୩,୩୫୮ ଭୋଟ ପାଇ ଉପନିର୍ବାଚନରେ ​​ବିଜୟୀ ହୋଇଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଇ. ବିନୟଗମ ୪,୮୭୬ ଭୋଟ ପାଇଛନ୍ତି ଏବଂ ଡିଏମକେ ପ୍ରାର୍ଥୀ କେ. ସେତୁ ସେତୁସେଲଭମ ୨,୬୬୪ ଭୋଟ ପାଇଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଦେଶର ୬ଟି ଆସନରେ ଉପନିର୍ବାଚନ; ସକାଳ ୭ଟାରୁ ଭୋଟ୍ ଦେଉଛନ୍ତି ମତଦାତା

  • ଆସାମ ନଗାଓଁରେ ଆଗରେ ବିଜେପି ପ୍ରାର୍ଥୀ
ଆସାମର ନାଗାଓଁ ସଂସଦୀୟ ଉପନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେବାଶିଷ ଶର୍ମା ଆଗରେ ଅଛନ୍ତି । ଭାରତୀୟ ନିର୍ବାଚନ କମିଶନ (ECI) ପକ୍ଷରୁ ସରକାରୀ ଟ୍ରେଣ୍ଡ ଅନୁଯାୟୀ, ସେ ଏପର୍ଯ୍ୟନ୍ତ ୧,୮୧,୦୧୭ ଭୋଟ ପାଇଛନ୍ତି, ଯେତେବେଳେ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ସଭାପତି ମହମ୍ମଦ ବଦରୁଦ୍ଦିନ୍ ଅଜମଲ୍ ୧,୦୫,୭୬୯ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ଶିବମଣି ବୋରା ୨୯,୮୨୬ ଖଣ୍ଡ ଭୋଟ ପାଇଛନ୍ତି ।

  • ତାମିଲନାଡୁର ଦୁଇଟି ଆସନରେ କିଏ ଆଗୁଆ ?

ଧରାପୁରମ ଆସନରେ ଟିଭିକେ ଆଗରେ
ତାମିଲନାଡୁର ଧରାପୁରମ ବିଧାନସଭା ଆସନରେ AIADMK ଏବଂ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କ ଦଳ TVK ମଧ୍ୟରେ ଏକ କଡ଼ା ପ୍ରତିଯୋଗିତା ହୋଇଛି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଅଷ୍ଟମ ପର୍ଯ୍ୟାୟ ଗଣନା ପରେ TVK ପ୍ରାର୍ଥୀ ଏବେ ଆଗୁଆ ଅଛନ୍ତି । ସେ ଏପର୍ଯ୍ୟନ୍ତ ୨୧,୦୩୪ ଭୋଟ୍ ପାଇଛନ୍ତି । ସେପଟେ AIADMK ପ୍ରାର୍ଥୀ ୧୯,୭୩୦ ଭୋଟ୍ ପାଇଛନ୍ତି ଏବଂ DMK ପ୍ରାର୍ଥୀ ୧୭,୮୯୮ ଖଣ୍ଡ ଭୋଟ୍ ପାଇଛନ୍ତି ।

ମଦୁରନ୍ତକମ୍ ଆସନରେ ଟିଭିକେ ଏବଂ ଡିଏମକେ ମଧ୍ୟରେ ଟକ୍କର
ସେହିପରି ତାମିଲନାଡୁର ଆଉ ଏକ ନିର୍ବାଚନମଣ୍ଡଳୀ ମଦୁରନ୍ତକମର ଚତୁର୍ଥ ପର୍ଯ୍ୟାୟ ଗଣନାରେ, ଟିଭିକେ ପ୍ରାର୍ଥୀ କେ. ମାରାଗାଥମ୍ କୁମାରଭେଲ୍ ୧୫୭୨୫ ଭୋଟ୍, ଦ୍ରାବିଡ଼ ମୁନ୍ନେତ୍ର କାଝାଗମ ପ୍ରାର୍ଥୀ ଆଇ. ପରନ୍ଥମେନ୍ ୧୧୨୪୧ ଭୋଟ୍ ଏବଂ ଏଆଇଏଡିଏମକେ ପ୍ରାର୍ଥୀ ୯୬୯୧ ଭୋଟ୍ ପାଇଛନ୍ତି ।