Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଖୁ ଚାଷୀଙ୍କ ପାଇଁ ଖୁସି ଖବର

Jitendra Dash
Browse all articles by Jitendra Dash
·2 years ago·1 min read
ଆଖୁ ଚାଷୀଙ୍କ ପାଇଁ ଖୁସି ଖବର

ଅର୍ଗସ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି । ଆଖୁ ଚାଷୀଙ୍କ ପାଇଁ ଆସନ୍ତା ଅକ୍ଟୋବର ୨୦୨୪ ରୁ ସେପ୍ଟେମ୍ବର ୩୦, ୨୦୨୫ ମଧ୍ୟରେ ଆଖୁର ମୂଲ୍ୟ ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୩୪୦ ଟଙ୍କା ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବ ବର୍ଷ ଏହି ମୂଲ୍ୟ ୩୧୫ ଟଙ୍କା ରହିଥିଲା, ଯାହା ଚଳିତ ବର୍ଷ କ୍ୱିଣ୍ଟାଲ ପ୍ରତି ୩୪୦ ଟଙ୍କାକୁ ବୃଦ୍ଧି ପାଇଛି । 

ଅଧିକ ପଢନ୍ତୁ ଭାରତ ଖବର

ଅନ୍ୟପଟେ ମହିଳା ସୁରକ୍ଷା ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର କ୍ୟାବିନେଟ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ମହିଳାଙ୍କ ପାଇଁ ମୋଟ୍ ୧ ହଜାର ୧୭୯.୭୨ କୋଟି ଟଙ୍କା ମୂଲ୍ୟରେ 'ମହିଳାଙ୍କ ସୁରକ୍ଷା' ଉପରେ umbrela ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ସେହିପରି ମୋଟ ପ୍ରକଳ୍ପର ଆକଳନରୁ 885.49 କୋଟି ଟଙ୍କା MHA ନିଜ ବଜେଟରୁ ପ୍ରଦାନ କରାଯିବ ଏବଂ ନିର୍ଭୟ ପାଣ୍ଠିରୁ କ୍ୟାବିନେଟ୍ 294.23 କୋଟି ଟଙ୍କା ପ୍ରଦାନ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cabinet okays hike in sugarcane FRP by Rs 25 to Rs 340 a quintal in sweet deal for farmers | Argus News