ଅବସାନ ଘଟିଲା ଦୀର୍ଘ ଦିନର ଚର୍ଚ୍ଚା, ବିଜେପିରେ ଯୋଗ ଦେଲେ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ

ଅର୍ଗସ ବ୍ୟୁରୋ : ଅବସାନ ଘଟିଲା ଦୀର୍ଘ ଦିନର ଚର୍ଚ୍ଚା । ଶେଷରେ ବିଜେପିରେ ଯୋଗ ଦେଲେ ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ । ଜଷ୍ଟିସ ଗଙ୍ଗୋପାଧ୍ୟାଙ୍କ ସହ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ସୁବେନ୍ଦୁ ଅଧିକାରୀ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି ।
ଗତ ୫ ତାରିଖରେ ବିଚାରପତି ପଦରୁ ଇସ୍ତଫା ଦେଇଥିଲେ ଜଷ୍ଟିସ ଗଙ୍ଗୋପାଧ୍ୟାୟ । ଜଷ୍ଟିସ ଗଙ୍ଗୋପାଧ୍ୟାୟ ରାଜନୀତିରେ ପାଦ ଦେବେ ବୋଲି ଚର୍ଚ୍ଚା ଜୋର ଚର୍ଚ୍ଚା ହୋଉଥିଲା । ଚର୍ଚ୍ଚା ମଧ୍ୟରେ ସେ ଇସ୍ତଫା ଦେଇଥିଲେ । ଅଭିଜିତ ଗଙ୍ଗୋପାଧ୍ୟାୟ ଇସ୍ତଫା ଦେଲା ପରେ କହିଥିଲେ, ‘ମୁଁ କେବେ ବି ବିଚାରପତି ଭାବରେ ରାଜନୈତିକ ନିଷ୍ପତ୍ତି ଶୁଣାଇ ନାହିଁ ଯାହା ରାଜନୈତିକ ଦୃଷ୍ଟିରୁ ପକ୍ଷପାତକୁ ଦର୍ଶାଉଥିବା ।
ଅଧିକ ପଢନ୍ତୁ ଭାରତ ଖବର
ମୁଁ ସବୁବେଳେ ମୋ ସାମ୍ନାରେ ଉପସ୍ଥାପିତ କରାଯାଇଥିବା ତଥ୍ୟ ଆଧାରରେ ନିଷ୍ପତ୍ତି ଶୁଣାଇଛି ଏବଂ ଆଦେଶ ପାରିତ କରିଛି ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କୌଣସି ଦୁର୍ନୀତି ସହ ଜଡ଼ିତ ମାମଲା ବିଚାରପତି ସାମ୍ନାରେ ଆସିଥାଏ ତେବେ ସେ ସବୁବେଳେ ଉଚିତ ଏଜେନ୍ସି ଦ୍ୱାରା ଯାଞ୍ଚ କରିବା ପାଇଁ ଚେଷ୍ଟା କରିଥାଏ । ମୁଁ ବି ତାହା ହିଁ କରିଛି ।
📱 Get Argus News App
✨
