Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାଠଗଡ଼ାରେ ମମତା ସରକାର , ନ୍ୟାୟ ନ ମିଳିବାରୁ ହାହାକାର

Swayangprajna Mishra
Browse all articles by Swayangprajna Mishra
·1 year ago·3 min read
କାଠଗଡ଼ାରେ ମମତା ସରକାର , ନ୍ୟାୟ ନ ମିଳିବାରୁ ହାହାକାର

ଅର୍ଗସ ବ୍ୟୁରୋ : ଦେଶସାରା ଦାଉଦାଉ ହୋଇ ଜଳୁଛି କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ନିଆଁ । କଲିକତାରୁ କେରଳ, ଦିଲ୍ଲୀରୁ ତାମିଲନାଡୁ, ସବୁଠି ପ୍ରତିବାଦ, ସବୁଠିୁ ବିକ୍ଷୋଭ, ସବୁଠି ଆନ୍ଦୋଳନ (1708_AV_DOCTOR STRIKE NATIONAL 8 WIN ) । ଦ୍ବିତୀୟ ଈଶ୍ବରଙ୍କର ଧଳା ଆପ୍ରୁନ ରକ୍ତରେ ଲାଲ୍ ହୋଇଥିବାରୁ ଏବେ ସେମାନେ ହକ୍ ପାଇଁ ମରଣ ବିରୋଧରେ ନୁହେଁ ବରଂ ସିଷ୍ଟମ ବିରୋଧରେ ହିଁ ରାସ୍ତାକୁ ଓହ୍ଲାଇଛନ୍ତି । ଆଉ ଯାହାର ପ୍ରଭାବ ହେଉଛି ଇଏ । ଇମରଜେନ୍ସିକୁ ଛାଡ଼ି ବାକି ସେବା ବନ୍ଦ ଥିବାରୁ ଭୀଷଣ ଭାବେ ପ୍ରଭାବିତ ହୋଇଛି ରୋଗୀସେବା । ଟ୍ରେନି ଡ୍ରାକ୍ତରଙ୍କ ବିରୋଧରେ ହୋଇଥିବା ଭୟଙ୍କର ନିର୍ଯାତନା ପ୍ରତିବାଦରେ ଆଜି ଇଣ୍ଡିଆନ ମେଡିକାଲ ଆସୋସିଏସନ  ୨୪ ଘଣ୍ଟିଆ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରି ଡାକ୍ତରଙ୍କ ସୁରକ୍ଷା ଦାବି କରିଛି । ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଛଟପଟ ହୋଇଛନ୍ତି । 

ଅଧିକ ପଢନ୍ତୁ : ରାଜ୍ୟବ୍ୟାପୀ ଡାକ୍ତରଙ୍କ ପ୍ରତିବାଦ , ସ୍ବାସ୍ଥ୍ୟସେବା ପ୍ରଭାବିତ

ଏମର୍ଜେନ୍ସି ସେବା ଛାଡ଼ି ଓପିଡି, ଓଟି ଓ ଲ୍ୟାବ ସେବା ବୟକଟ ପାଇଁ ଆହ୍ବାନ ଦିଆଯାଇଛି । ଯାହାର ରିଆକ୍ସନ ଓଡ଼ିଶାରେ ବି ଭୟଙ୍କର ଭାବେ ଦେଖିବାକୁ ମିଳିଛି ।(5 WIN) କଟକରୁ ବୁର୍ଲା, ଏମକେସିଜିରୁ ଫକୀର ମୋହନ ମେଡିକାଲ କଲେଜ୍ । ସବୁଠି ରୋଗୀ ହନ୍ତସନ୍ତ, ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏସସିବିରେ ବି ରୋଗୀ ସେବା ନ ପାଇ ଫେରିଯାଇଥିବାର ଦେଖିବାକୁ ମିଳିଥିଲା । ଇଏ ବାରିପଦା ପିଆରଏମ ମେଡିକାଲ କଲେଜର ଦୃଶ୍ୟ । ଡାକ୍ତରଖାନା ପରିସରରେ କ୍ୟାଣ୍ଡେଲ ଜଳାଇ ମୃତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋଭାଯାତ୍ରା କରି ଦାବିପତ୍ର ପ୍ରଦାନ କରାଯାଇଛି । ବାଲେଶବରରେ ବି ରୋଗୀ ସେବା ସମ୍ପୂର୍ଣ୍ଣ ଅଚଳ । ରୋଗୀ ନାହିଁ ନ ଥିବା ଅସୁବିଧା ଭୋଗିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଏ ପୂରା ଘଟଣାରେ ଉଭୟ ଡାହାଣୀ ଓ ଗୁଣିଆ ଭୂମିକାରେ ମମତା ସରକାର। ଖୋଦ୍ ମମତାଙ୍କ ପାଖରେ ଉଭୟ ସ୍ବାସ୍ଥ୍ୟ ଓ ଗୃହ ବିଭାଗ । ତେଣୁ ସ୍ବାଭାବିକ ଭାବେ ଘଟଣା ଘଟିବା ପରେ ଯେଉଁଭଳି ଭାବେ ପଶ୍ଚିମବଙ୍ଗ ପୋଲିସ ପ୍ରଥମେ ଏହାକୁ ସୁଇସାଇଡ୍ କହି ଘଣ୍ଟ ଘଉଡ଼ାଇବାର ପ୍ରୟାସ କଲା ତାହା ନିଶ୍ଚିତ ରୂପେ ହାସ୍ୟାସ୍ପଦ । ଅନ୍ୟପକ୍ଷରେ ସିବିଆଇ ହାତକୁ ତଦନ୍ତ ଗଲା ପରେ ଏବେ ସିବିଆଇ ମାମଲାର ଖୁଲାସା ପାଇଁ ପୂରା ଦମଖମ୍ ଲଗାଇଛି । ଆର.ଜି.କର ମେଡିକାଲର  ପୂର୍ବତନ ପ୍ରିନସିପାଲ ସନ୍ଦୀପ ଘୋଷ ଯାହା ସମୟରେ ଘଟଣା ଘଟିଥିଲା, ଓ ଯାହାଙ୍କୁ ମମତା ସରକାର ତରବରିଆ ଭାବେ ବଦଳି କରିଦେଇଥିଲେ, ଅଧା ରାସ୍ତାରୁ ଉଠାଇ ନେଇ ଜେରା କରିଛି ସିବିଆଇ (1708_AV_SANDIP GHOSE ARRESTED BY CBI )। ତାଙ୍କ ସମେତ ୧୦ରୁ ଅଧିକ କର୍ମଚାରୀଙ୍କୁ ପଚରାଉଚରା ଜାରି ରହିଛି (1708_HL CBI ARRESTED 9 EMPLOYEE )। ୭ଟି ପ୍ରଶ୍ନର ଖୋଜିବାକୁ ସିବିଆଇ ଆପ୍ରାଣ ଉଦ୍ୟମ କରୁଛି । 
1.    କିଛି ଅଜଣା ରହସ୍ୟ ବା କଳା କାହାଣୀ ଜାଣିଥିଲେ କି ମୃତ ଡାକ୍ତରାଣୀ ?
2.    ଏକରୁ ଅଧିକ ଲୋକଙ୍କ ଦ୍ବାରା ସଙ୍ଗଠିତ ହୋଇଥିଲା କି ଏହି ବର୍ବର କାଣ୍ଡ ?
3.    କାହାର ଇଶାରାରେ ହୋଇଥିଲେ କ୍ରାଇମ ସିନ୍ ଛାରଖାର କରିବାର ଉଦ୍ୟମ ?
4.    କ’ଣ ଅଭିଯୁକ୍ତଙ୍କୁ ଜାଣିଥିଲା ହସ୍ପିଟାଲ ପ୍ରଶାସନ ?
5.    ଡାକ୍ତରାଣୀଙ୍କ ହତ୍ୟାକୁ କାହିଁକି ପ୍ରଥମେ କୁହାଯାଇଥିଲା ସୁଇସାଇଡ୍ ?
6.    ପ୍ରଥମେ କାହିଁକି ରୁଜୁ ହୋଇଥିଲା ଅନ୍ ନ୍ୟାଚୁରାଲ୍ ଡେଥ୍ ମାମଲା ?
7.    ମାମଲାରେ ଡାକ୍ତରାଣୀଙ୍କ ସହଯୋଗୀମାନଙ୍କର ଭୂମିକା କ’ଣ ?
ଏସବୁ ଭିତରେ ଡାକ୍ତରମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିବା ସହ କମିଟି ଗଠନ ପାଇଁ ପ୍ରତିଶ୍ରୁତି ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏହି କମିଟି ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କରେ ପ୍ରସ୍ତାବ ଦେବା ପାଇଁ ଗୋଟିଏ କମିଟି ଗଠନ କରାଯିବ। ରାଜ୍ୟ ସରକାରଙ୍କ ସମେତ ସବୁ ଅଂଶୀଦାରମାନେ ସୁରକ୍ଷାକୁ ନେଇ କମିଟି ଆଗରେ ନିଜ ନିଜର ପ୍ରସ୍ତାବ ଉପସ୍ଥାପନ କରିପାରିବେ। ଡାକ୍ତରଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ସବୁ ବେଳେ ପ୍ରତିଶ୍ରୁତି ବଦ୍ଧ ବୋଲି ମନ୍ତ୍ରଣାଳୟ କହିଛି। 
 

Sponsored
campaigning and protest for mumita's justice | Argus News