Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜାଣନ୍ତୁ, କେତୋଟି ଆସନରୁ ନିର୍ବାଚନ ଲଢିପାରିବେ ଜଣେ ପ୍ରାର୍ଥୀ ?

Jitendra Dash
Browse all articles by Jitendra Dash
·2 years ago·2 min read
ଜାଣନ୍ତୁ, କେତୋଟି ଆସନରୁ ନିର୍ବାଚନ ଲଢିପାରିବେ ଜଣେ ପ୍ରାର୍ଥୀ ?

ଅର୍ଗସ ବ୍ୟୁରୋ : ଭାରତରେ ଲୋକସଭା ନିର୍ବାଚନରେ ଦୁଇଟି ଆସନ କିମ୍ବା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ରହିଛନ୍ତି । ଏହା ଏକ ସାଧାରଣ କଥା ନୁହେଁ, ଯଦିଓ କିଛି ଆଇନଗତ ବ୍ୟବସ୍ଥା ଏବଂ ଏହାର ମଧ୍ୟ କିଛି ଅତିହାସିକ ଉଦାହରଣ ରହିଛି । ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଚଳିତ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ୍ବାଇନାଡ ଓ ରାଏବରେଲୀରୁ ପ୍ରାର୍ଥୀ ହୋଇଛନ୍ତି । ସେ ଏକମାତ୍ର ନେତା ଯିଏକି ଦୁଇଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ଜଣେ ପ୍ରାର୍ଥୀ ବହୁ ଆସନରେ ଲଢିବାର ବ୍ୟବସ୍ଥା ଥିଲା । ମାତ୍ର ୧୯୯୬ରେ ଜନ ପ୍ରତିନିଧି ଆଇନର ଧାରା ୩୩କୁ ସଂଶୋଧନ କରାଯିବା ପରେ ଏହି ସଂଖ୍ୟା ଦୁଇକୁ ହ୍ରାସ ପାଇଥିଲା ।

ସେହି ଅନୁସାରେ ବିଭିନ୍ନ ସମୟରେ ନେତାମାନେ କେବଳ ଦୁଇଟି ଆସନରେ ପ୍ରାର୍ଥୀ ହୋଇପାରୁଛନ୍ତି । ପୂର୍ବ ଆଇନ ଅନୁସାରେ ୧୯୫୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଏକାଦିକ୍ରମେ ମଥୁରା, ଲକ୍ଷ୍ମୌ ଓ ବଳରାମପୁରରୁ ଠିଆ ହୋଇଥିଲା । ସେ କେବଳ ବଳରାମପୁରରୁ ନିର୍ବାଚିତ ହୋଇଥିଲେ । ୧୯୬୨ରେ ବି ସେ ବଳରାମପୁର ଓ ଲକ୍ଷ୍ମୌରୁ ଲଢି ଦୁଇଟିଯାକ ଆସନରୁ ହାରିଯାଇଥିଲେ । ୧୯୯୧ରେ ବାଜପାୟୀ ବିଦିଶା ଓ ଲକ୍ଷ୍ମୌରୁ ଲଢି ଦୁଇଟି ଯାକ ଆସନରୁ ମଧ୍ୟ ବିଜୟୀ ହୋଇଥିଲେ । ସେହିଭଳି ୧୯୯୬ରେ ସେ ଗାନ୍ଧୀନଗର ଓ ଲକ୍ଷ୍ମୌରୁ ଲଢି ଦୁଇଟି ଯାକ ଆସନରେ ବିଜୟୀ ହୋଇଥିବାବେଳେ ଲକ୍ଷ୍ମୌ ଆସନ ରଖି ଗାନ୍ଧୀନଗର ଛାଡିଦେଇଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିଭଳି, ୧୯୯୯ରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଏବରେଲୀ ଓ ଆମେଥିରୁ ଲଢିଥିଲେ । ସେ ଦୁଇଟି ଯାକ ଆସନରୁ ବିଜୟୀ ହୋଇଥିଲେ । ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ନୂଆଦିଲ୍ଲୀ ଓ ଗାନ୍ଧୀନଗରରୁ ଲଢିଥିଲେ । ସେ ଦୁଇଟି ଯାକ ଆସନରୁ ବିଜୟୀ ହୋଇଥିଲେ । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଦୋଦରା ଓ ବାରାଣସୀରୁ ଲଢି ଦୁଇଟିଯାକରେ ବିଜୟୀ ହୋଇଥିଲେ । ତେବେ ସେ ବାରାଣସୀକୁ ରଖି ଭଦୋଦରା ଛାଡିଦେଇଥିଲେ । 

Sponsored