Cancer Drug Price Cuts / କ୍ୟାନସର ରୋଗୀଙ୍କୁ ବଡ଼ ଆଶ୍ବସ୍ତି, ହଜାର ହଜାର ଟଙ୍କା ଶସ୍ତା ହେବ ଔଷଧ
·1 hour ago·2 min read

Key Points
କ୍ୟାନ୍ସର ରୋଗୀଙ୍କ ପରିବାର ପାଇଁ ଏକ ବଡ଼ ଆଶ୍ବସ୍ତି
କର୍କଟ ଔଷଧର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିବା ଯାଉଛି
ଆସନ୍ତା ନଭେମ୍ବର ୯ରୁ ନୂଆ ଦର ସାରା ଦେଶରେ ଲାଗୁ ହେବ

ମଧ୍ୟବିତ୍ତ ଏବଂ କ୍ୟାନସର ରୋଗୀଙ୍କ ପରିବାର ପାଇଁ ଏକ ବଡ଼ ଆଶ୍ବସ୍ତି । ଦେଶରେ କର୍କଟ ବା କ୍ୟାନସର ଔଷଧର ମୂଲ୍ୟରେ ବେଶ୍ ବଡ଼ ଧରଣର ହ୍ରାସ ଘଟିବାକୁ ଯାଉଛି । ଆସନ୍ତା ନଭେମ୍ବର ୯ ତାରିଖରୁ ନୂଆ ମୂଲ୍ୟ ଲାଗୁ ହେବ । କେତେକ ଔଷଧର ଦାମ୍ ପ୍ରାୟ ୭୦ରୁ ୯୩ ପ୍ରତିଶତ ପର୍ଯ୍ୟନ୍ତ କମିଯାଇଛି ।
କ୍ୟାନସର ରୋଗୀ ଏବଂ ସେମାନଙ୍କ ପରିବାର ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବଡ଼ ଦୀପାବଳି ଭେଟି । ରୋଗୀଙ୍କ ଜୀବନ ବଞ୍ଚାଇବା ନାଁରେ ଦେଶରେ ଚାଲିଥିବା ମନମୁଖୀ ବ୍ୟବସାୟ ଉପରେ ଲାଗିବ ରୋକ୍ । ଭାରତର ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି ବା NPPA କ୍ୟାନସର ପାଇଁ ବ୍ୟବହୃତ ହେଉଥିବା ୧୩୭ଟି ଅଣ-ନିର୍ଦ୍ଧାରିତ ଔଷଧର ଟ୍ରେଡ୍ ମାର୍ଜିନକୁ ୩୦ ପ୍ରତିଶତକୁ ସୀମିତ କରିଦେଇଛନ୍ତି । ଏହା ଫଳରେ ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ ବା MRPରେ ହ୍ରାସ ଘଟିଛି ।
ଥାୟୋଟେପା 100 ମିଗ୍ରା: ପୂର୍ବ ମୂଲ୍ୟ ୮୦ ୦୭୨ ଟଙ୍କା ଥିବା ବେଳେ ଏବେ ଏହା ମାତ୍ର ୭ ହଜାର ୧୫୦ ଟଙ୍କାରେ ମିଳିବ
ଆବିରାଟେରୋନ ଆସେଟେଟ୍: ପ୍ରାୟ ୨୮ ହଜାର ଟଙ୍କାରୁ କମି ଏବେ ୪ ହଜାର ୮୪୦ ରୁ ୫ ହଜାର ୭୬୮ ମଧ୍ୟରେ ଉପଲବ୍ଧ ହେବ
ପାଲବୋସିକ୍ଲିବ: ୨୪ ହଜାର ୫୦୫ ଟଙ୍କାରୁ ସିଧାସଳଖ ହ୍ରାସ ପାଇ ୨ ହଜାର ୦୬୮ ଟଙ୍କା ହୋଇଛି।
ବେଭାକାଲ୍ପ ୧୦୦ ମିଗ୍ରା : ପୂର୍ବ ମୂଲ୍ୟ ୧୦ ହଜାର ୫୦୦ ଟଙ୍କା ଥିବା ବେଳେ ଏବେ ଏହା ହ୍ରାସ ପାଇ ମାତ୍ର ୪ ହଜାର ୫୨୩ ହୋଇଛି
ଏହି ନୂଆ ଦର ନଭେମ୍ବର ୯ ତାରିଖରୁ ସାରା ଦେଶରେ ପ୍ରଭାବଶାଳୀ ହେବ । କୋଲୋରେକ୍ଟାଲ୍, ଫୁସଫୁସ, ବ୍ଲଡ୍ ଏବଂ ସ୍ତନ କ୍ୟାନ୍ସର ଭଳି ୨୦ରୁ ଅଧିକ ପ୍ରକାରର କର୍କଟ ରୋଗ ପାଇଁ ବ୍ୟବହୃତ ହେଉଥିବା ୫୪୩ଟି ବ୍ରାଣ୍ଡର ଔଷଧ ଏହି ମୂଲ୍ୟ ହ୍ରାସ ପରିସରଭୁକ୍ତ ହୋଇଛି । ଯଦିଓ କେତେକ ପେଟେଣ୍ଟେଡ୍ ବିଦେଶୀ ଇମ୍ୟୁନୋଥେରାପି ଔଷଧର ମୂଲ୍ୟ ପୂର୍ବଭଳି ଅପରିବର୍ତ୍ତିତ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୂଆ ନିୟମ ଅନୁଯାୟୀ ସମସ୍ତ ହସ୍ପିଟାଲ୍ ଏବଂ ଫାର୍ମାସିଗୁଡ଼ିକୁ ନୂଆ ଦର ତାଲିକା ସାମ୍ନାରେ ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ସାଧାରଣ ଲୋକେ NPPAର 'ଫାର୍ମା ସହି ଦାମ' ଆପ୍ ଜରିଆରେ ମଧ୍ୟ ନିଜ ଔଷଧର ସଠିକ୍ ମୂଲ୍ୟ ଯାଞ୍ଚ କରିପାରିବେ ।
Related Topics
Explore more stories