Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Post / ଭାବବିହ୍ଵଳ କଲା ୨୧ ବର୍ଷୀୟ ଯୁବକଙ୍କ ପୋଷ୍ଟ, କହିଲେ ଏଥର ତାଙ୍କର ଶେଷ ଦୀପାବଳି...

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
ଭାବବିହ୍ଵଳ କଲା ୨୧ ବର୍ଷୀୟ ଯୁବକଙ୍କ ପୋଷ୍ଟ, କହିଲେ ଏଥର ତାଙ୍କର ଶେଷ ଦୀପାବଳି...

Key Points

ଦୀପାବଳିର ସୋରଶବ୍ଦ ଆରମ୍ଭ ହୋଇଗଲାଣି । ରାସ୍ତାଘାଟ ଆଲୋକମାଳାରେ ସଜେଇ ହେଲାଣି । ସମସ୍ତଙ୍କ ଭିତରେ ଆନନ୍ଦ ଉତ୍ସାହ ଭରି ରହିଥିବାବେଳେ ଏମିତି ଏକ ପୋଷ୍ଟ ସମସ୍ତଙ୍କୁ ଭାବବିହ୍ଵଳ କରିଦେଇଛି । ଆଉ ଅଜାଣତରେ ଆଖିରୁ ଝରିପଡିଛି ଦୁଇଟୋପା ଲୁହ । କିଏ ବା ନିଜ ମୃତ୍ୟୁକୁ ପାଖେଇ ଆସୁଥିବା ଜାଣି ଭୟ ନକରିବ । ମୃତ୍ୟୁ ଏକ ନିଚ୍ଛକ ସତ୍ୟ ।

ଏଥର ମୋର ଶେଷ ଦୀପାବଳି । ଏକଥା ଭାବିଲେ ଭାରି ଅଜବ ଲାଗୁଛି । ଦୀପାବଳି ପାଖେଇ ଆସିଲାଣି । ଆଲୋକମାଳାରେ ରାସ୍ତାଘାଟ ସଜେଇ ହେଲାଣି । ହେଲେ ଭାବିଲେ ବହୁତ କଷ୍ଟ ଲାଗୁଛି କି, ଏଇଟା ମୋର ଶେଷ ଦୀପାବଳି । ଏ ବର୍ଷ ଶେଷ ଯାଏଁ ମୁଁ ବଞ୍ଚିପାରିବି କି ନାହିଁ ଜାଣିନି । ଏହି ରଙ୍ଗବେରଙ୍ଗର ଆଲୋକ, ହସଖୁସି, ଏହି ଶବ୍ଦ ସବୁକୁ ବହୁତ ମିସ୍ କରିବି । ଦୀପାବଳିରେ ଲୋକଙ୍କ ଜୀବନ ଆଗକୁ ବଢୁଥିବା ବେଳେ ମୁଁ ମୃତ୍ୟୁ ଆଡକୁ ଟାଣି ହେଇ ଯାଉଛି । ମୁଁ ଜାଣିଛି, ଆରବର୍ଷ ଦୀପାବଳିରେ ମୋ ସ୍ଥାନରେ ଆଉ ଜଣେ ଦୀପ ଜଳାଉଥିବ । ଆଉ ମୁଁ କେବଳ ସମସ୍ତଙ୍କ ସ୍ମୃତିରେ ଥିବି । ମୃତ୍ୟୁ ପୂର୍ବରୁ ବୋଧେ ମୁଁ ଦୀପାବଳିଟା ଦେଖିପାରିବି । କ୍ୟାନସର୍ ଜିତିଗଲା guys, ଏହିଥର ମୋର ଶେଷ ଦୀପାବଳି ।

ଦୀପାବଳିର ସୋରଶବ୍ଦ ଆରମ୍ଭ ହୋଇଗଲାଣି । ରାସ୍ତାଘାଟ ଆଲୋକମାଳାରେ ସଜେଇ ହେଲାଣି । ସମସ୍ତଙ୍କ ଭିତରେ ଆନନ୍ଦ ଉତ୍ସାହ ଭରି ରହିଥିବାବେଳେ ଏମିତି ଏକ ପୋଷ୍ଟ ସମସ୍ତଙ୍କୁ ଭାବବିହ୍ଵଳ କରିଦେଇଛି । ଆଉ ଅଜାଣତରେ ଆଖିରୁ ଝରିପଡିଛି ଦୁଇଟୋପା ଲୁହ । କିଏ ବା ନିଜ ମୃତ୍ୟୁକୁ ପାଖେଇ ଆସୁଥିବା ଜାଣି ଭୟ ନକରିବ । ମୃତ୍ୟୁ ଏକ ନିଚ୍ଛକ ସତ୍ୟ । ସମସ୍ତଙ୍କ ଜୀବନରେ ଆସେ । ହେଲେ ନିଜ ମୃତ୍ୟୁ ଯେତେବେଳେ ଆଉ ମାତ୍ର କିଛିଦିନ ବୋଲି ଡାକ୍ତର ସତର୍କ କରାଇଦିଏ, ସେତେବେଳେ ଘଣ୍ଟାର ପ୍ରତିଟି କଣ୍ଟା ଆଗକୁ ବଢିବା ମାତ୍ରେ ଛାତିର ସ୍ପଦନ ବଢିଯାଏ ।

ଅଧିକ ପଢନ୍ତୁ : ବାଲେଶ୍ଵରରେ କାହିଁକି ବାରମ୍ବାର ଶୁଭୁଛି ପ୍ରଚଣ୍ଡ ଶବ୍ଦ ? ଲୋକଙ୍କ ମଧ୍ୟରେ ଆତଙ୍କ


ଜଣେ ୨୧ ବର୍ଷୀୟ ଯୁବକଙ୍କ ପୋଷ୍ଟ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି । କୋଲୋରେକ୍‌ଟାଲ କର୍କଟ ରୋଗରେ ପୀଡ଼ିତ ଥିବା ଯୁବକ ରେଡ୍ଡିଟ୍‌ରେ ଏମିତି ଏକ ପୋଷ୍ଟ କରିଛନ୍ତି । ସେ କର୍କଟ ରୋଗର ଚତୁର୍ଥ ଷ୍ଟେଜରେ ଅଛନ୍ତି । ଅନେକ ଥର କେମାଟୋଗ୍ରାଫି ସିଜିନ ସରିବା ପରେ ଡାକ୍ତର କହିଛନ୍ତି, ଆଉ କିଛି ବାକି ନାହିଁ ଚେଷ୍ଟା କରିବା ପାଇଁ । ହୁଏତ ଏହି ବର୍ଷ ଶେଷ ଯାଏଁ ବି ବଞ୍ଚିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cancer won guys , see ya !!!
byu/Erectile7dysfunction inTwentiesIndia


ସେ ଲେଖିଛନ୍ତି, ଏହି ବର୍ଷ ମୋର ଶେଷ ଦୀପାବଳି । ମତେ ଏବେ ବି ବିଶ୍ଵାସ ହୁଏନି, କି ମୁଁ ଖୁବଶୀଘ୍ର ଚାଲିଯିବି । ମୋ ଜୀବନରେ ମୋର ଅନେକ ଗୁଡିଏ ସ୍ଵପ୍ନ ଥିଲା । ମତେ ଅନେକ ସ୍ଥାନ ଭ୍ରମଣ କରିବାର ଥିଲା । ମୋ ନିଜ ପାଇଁ କିଛି କରିବାର ଥିଲା । ଏବେ ବି ବେଳେବେଳେ ମୁଁ ମୋର ଭବିଷ୍ୟତ ପାଇଁ ଅନେକ କିଛି କରିବାକୁ ଭାବୁଥାଏ । ହେଲେ ପୁଣି ନିଜ ଭାବନାକୁ ବନ୍ଦ କରିଦିଏ । ମୁଁ ଘରେ ରହୁଛି, ଏବଂ ମୋ ବାପା ମାଆଙ୍କର ଦୁଃଖଭରା ଚେହେରାକୁ ଦେଖୁଛି । ମୁଁ ଜାଣନି ମୁଁ ଏହି ପୋଷ୍ଟ କାହିଁକି କରୁଛି । ହୁଏତ ପରବର୍ତ୍ତି ସମୟରେ ଚାଲିଯିବା ପରେ ଏକ ଛୋଟ ଚିହ୍ନ ଛାଡିଦେବା ପାଇଁ ।

ଯୁବକଙ୍କର ଏହି ପୋଷ୍ଟ ସମସ୍ତ ୟୁଜର୍ସମାନଙ୍କୁ ଖୁବ ଭାବବିହ୍ଵଳ କରିଦେଇଛି । ସମସ୍ତେ ତାଙ୍କ ସୁସ୍ଥ ହେବାପାଇଁ ପ୍ରାର୍ଥନା କରିଛନ୍ତି ।



Related Topics

Explore more stories

Sponsored
‘Cancer won guys, see ya’: 21-year-old’s final Reddit post | Argus News