Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Mysterious Loud Sound / ବାଲେଶ୍ଵରରେ କାହିଁକି ବାରମ୍ବାର ଶୁଭୁଛି ପ୍ରଚଣ୍ଡ ଶବ୍ଦ ? ଲୋକଙ୍କ ମଧ୍ୟରେ ଆତଙ୍କ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ବାଲେଶ୍ଵରରେ କାହିଁକି ବାରମ୍ବାର ଶୁଭୁଛି ପ୍ରଚଣ୍ଡ ଶବ୍ଦ ? ଲୋକଙ୍କ ମଧ୍ୟରେ ଆତଙ୍କ
Balasore News

Key Points

ଗୁରୁବାର ବାଲେଶ୍ଵର ଥରିଥିଲା, ଶୁକ୍ରବାର ବି ନୀଳଗିରି ସହ ଥରିଲା ବାଲେଶ୍ଵର । ଦୁଇ ଦିନ ହେଲା ଅପରାହ୍ଣରେ ବାଲେଶ୍ଵର ଆକାଶରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳୁଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢ଼ୁଛି ।

ନୀଳଗିରି (ବାଲେଶ୍ଵର): ସେହି ଅପରାହ୍ଣ, ପୁଣି ପ୍ରଚଣ୍ଡ ଶବ୍ଦ । ଗୁରୁବାର ବାଲେଶ୍ଵର ଥରିଥିଲା, ଶୁକ୍ରବାର ବି ନୀଳଗିରି ସହ ଥରିଲା ବାଲେଶ୍ଵର । ଦୁଇ ଦିନ ହେଲା ଅପରାହ୍ଣରେ ବାଲେଶ୍ଵର ଆକାଶରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳୁଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢ଼ୁଛି ।

ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟା ୧୦ । ବାଲେଶ୍ଵର ଆକାଶରୁ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ । ଗୁରୁବାର ଭଳି ଶୁକ୍ରବାର ପ୍ରଚଣ୍ଡ ଶବ୍ଦ ପରେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ । ଆଉ ଭୟରେ ପୁଣି ଥରେ ବାହାରକୁ ଦୌଡ଼ିବାକୁ ଲାଗିଲେ । ଏଭଳି ସ୍ଥିତି ନୀଳଗିରି ସହ ବାଲେଶ୍ଵର ସହରରେ ଦେଖିବାକୁ ମିଳିଛି ।

ତେବେ ଲଗାତାର ଏଭଳି ଶବ୍ଦ କେଉଁଠି ଓ କାହିଁକି ହେଉଛି ? ତାହାର ସଠିକ୍ ସୂଚନା ଏଯାବତ୍ ମିଳିପାରିନାହିଁ । ନିକଟରେ ପ୍ରତିରକ୍ଷା ବିଭାଗର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଥିବାରୁ କୌଣସି ପରୀକ୍ଷଣ ପାଇଁ ଏଭଳି ଶବ୍ଦ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ପ୍ରଚଣ୍ଡ ଶବ୍ଦରେ ଥରିଲା ବାଲେଶ୍ଵର, ଭୟରେ ଘରୁ ବାହାରି ଆସିଲେ ଲୋକେ
ଗୁରୁବାର ଅପରାହ୍ଣରେ ହଠାତ୍ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା ବାଲେଶ୍ଵର । ସମୟ ପାଖାପାଖି ଦିନ ୩ଟା ୩୩, ଯିଏ ଯାହାକ କାମରେ ବ୍ୟସ୍ତ ଥାଆନ୍ତି । ଠିକ୍ ସେତିକି ବେଳେ ଆକାଶରୁ ଶୁଭିଥିଲା ରହସ୍ୟମୟ ପ୍ରଚଣ୍ଡ ଶବ୍ଦ । ହଠାତ୍ ପ୍ରଚଣ୍ଡ ଶବ୍ଦ ଶୁଣିବା ପରେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ ।

ଏଥିସହ ପଢ଼ନ୍ତୁ: ଘରକୁ ସ୍ଵାମୀ ଆସିଥିବା ବେଳେ ହାଇଦ୍ରାବାଦରେ ମିଳିଲା ସ୍ତ୍ରୀର ଝୁଲନ୍ତା ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଏହା ପୂର୍ବରୁ ୨୦୨୪ ଜୁନ୍ ୭ ତାରିଖରେ ବାଲେଶ୍ଵରର ସୋର ସହ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳ ଏଭଳି ପ୍ରଚଣ୍ଡ ଶବ୍ଦରେ କେଇ ସେକେଣ୍ଡ ପାଇଁ ଥରି ଉଠିଥିଲା । ସେତେବେଳେ ସକାଳ ୯ଟା ୫୦ରୁ ଦିନ ୧୦ଟା ମଧ୍ୟରେ ପ୍ରଚଣ୍ଡ ଶବ୍ଦ ଶୁଣିଥିଲେ ଲୋକେ । କିନ୍ତୁ ଆକାଶକୁ ଦେଖିଲା ବେଳକୁ କିଛି ନଥିଲା ।

ଜୁନ୍ ୬ ଅପରାହ୍ଣ ୨ଟା ୫୫ରୁ ୩ଟା ମଧ୍ୟରେ ମଧ୍ୟ ସମାନ ଘଟଣା ଘଟିଥିଲା ବାଲେଶ୍ଵରରେ । ପ୍ରଚଣ୍ଡ ଶବ୍ଦରେ ଲୋକଙ୍କ ଘରଦ୍ଵାର ଥରି ଉଠିଥିଲା । ପୁଣି ଏବେ ବାଲେଶ୍ଵରରେ ସେଭଳି ରହସ୍ୟମୟ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ଯାହାକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଶବ୍ଦ କେଉଁଠାରୁ ହେଲା, କାହିଁକି ହେଲା ସେନେଇ କିଛି ସ୍ପଷ୍ଟ ହୋଇ ନାହିଁ ।

Related Topics

Explore more stories

Sponsored
Mystery Loud Boom Shakes Balasore and Nilgiri Skies Again | Argus News | Argus News