ବେକରେ ଚପଲ ପକାଇ ମଇଦାନରେ ଭୋଟ ଭିକ୍ଷା
·2 years ago·1 min read

ଅର୍ଗସ ବ୍ୟୁରୋ : ନେତାଙ୍କ ବେକରେ ଚପଲମାଳ । କିନ୍ତୁ ପ୍ରତିବାଦ ନୁହେଁ ନିଜେ ନେତା ହିଁ ଚପଲକୁ ଗଳାର ମାଳା କରିଛନ୍ତି । ଉତ୍ତରପ୍ରଦେଶ ଆଲିଗଡରେ ନିର୍ବାଚନ ପ୍ରଚାର ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ଆଲିଗଡ ଲୋକସଭା ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି ପଣ୍ଡିତ କେଶବ ଦେବ । ତାଙ୍କୁ ନିର୍ବାଚନ ଚିହ୍ନ ମିଳିଛି ଯୋଡା ଚପଲ । ଏହାକୁ ନେଇ ସେ ପ୍ରଥମେ ଅସନ୍ତୁଷ୍ଟ ଥିଲେ । କିନ୍ତୁ ପରେ ଯୋଡା ଚପଲକୁ ନେଇ ସେ ଅଭିନବ ଢଙ୍ଗରେ ପ୍ରଚାର କରୁଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଶବ ବେକରେ ଚପଲ ମାଳ ପକାଇ ଭୋଟ ଭିକ୍ଷା କରୁଛନ୍ତି । ଘର ଘର ବୁଲି ପ୍ରଚାର କରିବା ସହ ଚପଲ ଚିହ୍ନରେ ଭୋଟ ଦେବାକୁ ଲୋକମାନଙ୍କୁ ମନାଉଛନ୍ତି । ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।