Videos
|
National

Smit Machhar Health Update / କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କୁ ନେଇ ବଡ଼ ଖବର, ହସ୍ପିଟାଲରେ ଭେଟିଲେ ରାଷ୍ଟ୍ରଦୂତ...ଜାଣନ୍ତୁ ଏବେ କେମିତି ଅଛି ସ୍ବାସ୍ଥ୍ୟବସ୍ଥା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କୁ ନେଇ ବଡ଼ ଖବର, ହସ୍ପିଟାଲରେ ଭେଟିଲେ ରାଷ୍ଟ୍ରଦୂତ...ଜାଣନ୍ତୁ ଏବେ କେମିତି ଅଛି ସ୍ବାସ୍ଥ୍ୟବସ୍ଥା
Smit Machhar Health Update

Key Points

କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କୁ ନେଇ ବଡ଼ ଖବର
ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଲା ଅପଡେଟ୍
ଆହତ କ୍ୟାପ୍ଟେନଙ୍କ ଏବେ କେମିତି ଅଛି ସ୍ୱାସ୍ଥ୍ୟ ?
୧୭୪ ଜଣ ଯାତ୍ରୀଙ୍କ ଜୀବନ ଥିଲା ବିପଦରେ...କକପିଟ୍‌ ଭିତରେ ଘଟିଥିଲା ଭୟଙ୍କର ଘଟଣା । ହଠାତ୍ କୋ-ପାଇଲଟ୍‌ଙ୍କ ଛୁରୀ ଆକ୍ରମଣରେ ଗୁରୁତର ଆହତ ହେଲେ ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛାର । କିନ୍ତୁ ଆହତ ହୋଇଥିଲେ ମଧ୍ୟ ହାର ମାନିନଥିଲେ କ୍ୟାପ୍ଟେନ । ନିଜ ଜୀବନକୁ ବାଜିରେ ଲଗାଇ ସେ ବିମାନ ଓ ଶତାଧିକ ଯାତ୍ରୀଙ୍କୁ ବଞ୍ଚାଇଥିଲେ । ଆଉ ଏବେ ସାମ୍ନାକୁ ଆସିଛି କ୍ୟାପ୍ଟେନ ମଚ୍ଛାରଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍ ।

ଫ୍ଲାଏ ଦୁବାଇର ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ସଂଯୁକ୍ତ ଆରବ ଏମିରେଟ୍ସରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ କ୍ୟାପ୍ଟେନ ମଚ୍ଛାରଙ୍କ ସ୍ୱାସ୍ଥ୍ୟ ଏବେ ଭଲ ରହିଛି ଏବଂ ସେ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି ।

କ୍ୟାପ୍ଟେନ ମଚ୍ଛାରଙ୍କ ସ୍ୱାସ୍ଥ୍ୟ କେମିତି ଅଛି ?

ଅକ୍ଟୋବର ୧ ତାରିଖରେ UAEସ୍ଥିତ ଭାରତୀୟ ଦୂତାବାସ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛି ଯେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ହସ୍ପିଟାଲକୁ ଯାଇ କ୍ୟାପ୍ଟେନ ମଚ୍ଛାର ଏବଂ ତାଙ୍କ ପରିବାର ସହିତ ସାକ୍ଷାତ କରିଛନ୍ତି ।

ଦୂତାବାସ ପକ୍ଷରୁ କୁହାଯାଇଛି ଯେ କ୍ୟାପ୍ଟେନ ମଚ୍ଛାରଙ୍କ ସ୍ୱାସ୍ଥ୍ୟରେ ଉନ୍ନତ ହେଉଛି ଏବଂ ସେ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି । ତାବୁକର ଏକ ହସ୍ପିଟାଲରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ତାଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ପାଇଁ UAEକୁ ନିଆଯାଇଥିଲା । ଭାରତୀୟ ଦୂତାବାସ କହିଛି ଯେ ତାଙ୍କର ଚିକିତ୍ସା ନିରନ୍ତର ଭାବେ ଚାଲିଥିବା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଦୂତାବାସ ଯୋଗାଯୋଗରେ ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଧାନମନ୍ତ୍ରୀ କଲେ କ୍ୟାପ୍ଟେନଙ୍କ ପ୍ରଶଂସା

ଭାରତୀୟ କ୍ୟାପ୍ଟେନଙ୍କ ସାହସିକ ପଦକ୍ଷେପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଇଲଟ୍ ନିଜ ଜୀବନର ଚିନ୍ତା ନକରି ଆଉ ଏକ 9/11 ଭଳି ଆକ୍ରମଣକୁ ବିଫଳ କରିଥିଲେ । ସେ କହିଛନ୍ତି ଯେ ୧୪୦ କୋଟି ଭାରତୀୟ କ୍ୟାପ୍ଟେନ୍ ମଚ୍ଛାରଙ୍କୁ ସଲାମ କରୁଛନ୍ତି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ଘଟଣାର ତଦନ୍ତ ହେବ

ଏହି ଘଟଣାକୁ ନେଇ UAE ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ କରାଯିବ ବୋଲି କୁହାଯାଇଛି । ଘଟଣାର ପରିସ୍ଥିତି ଏବଂ ଏହା ପଛର କାରଣ ଜାଣିବା ପାଇଁ UAEର ଅଟର୍ଣ୍ଣି-ଜେନେରାଲ କାଉନସେଲର ଡ. ହମଦ ଅଲ-ଶମସୀ ପବ୍ଲିକ ପ୍ରସିକ୍ୟୁସନର ବିଶେଷ ସଦସ୍ୟମାନଙ୍କୁ ନେଇ ଏକ ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।