Videos
|
National

Smit Machhar Health Update / କେମିତି ଅଛନ୍ତି କ୍ୟାପଟେନ୍‌ ସ୍ମିତ୍‌ ମଚ୍ଛାର ? UAE ଦୂତବାସ ଦେଲା ବଡ଼ ଅପଡେଟ୍

Santosh Kumar Sahoo
Browse all articles by Santosh Kumar Sahoo
·54 mins ago·2 min read
କେମିତି ଅଛନ୍ତି କ୍ୟାପଟେନ୍‌ ସ୍ମିତ୍‌ ମଚ୍ଛାର ? UAE ଦୂତବାସ ଦେଲା ବଡ଼ ଅପଡେଟ୍
Smit Machhar Health Update

Key Points

କ୍ୟାପ୍ଟେନ ସ୍ମିତଙ୍କ ପାଇଁ ଆସିଲା ଆଶ୍ୱସ୍ତିକର ଖବର
କ୍ୟାପ୍ଟେନ ସ୍ମିତଙ୍କ ହେଲ୍ଥ ଅପଡେଟ୍
ଦୂତାବାସ କହିଲା—ସୁସ୍ଥ ହେଉଛନ୍ତି

ଦୁବାଇ-ତେଲ ଅଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା ଘଟଣା ପରେ ଆହତ ହୋଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କ ସ୍ୱାସ୍ଥ୍ୟରେ ଏବେ ସୁଧାର ହେଉଛି । ୟୁଏଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏନେଇ ଅପଡେଟ୍ ଦିଆଯାଇଛି ।

ଦୂତାବାସ କହିଛି ଯେ କ୍ୟାପ୍ଟେନ ସ୍ମିତଙ୍କୁ ଉତ୍ତମ ଚିକିତ୍ସା ଓ ଡାକ୍ତରୀ ଯତ୍ନ ମିଳୁଛି ଏବଂ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ତାଙ୍କ ପରିବାର ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଦୂତାବାସ ନିରନ୍ତର ସମ୍ପର୍କରେ ରହିଛି । କ୍ୟାପ୍ଟେନଙ୍କ ଶୀଘ୍ର ସୁସ୍ଥତା ପାଇଁ ଆବଶ୍ୟକ ସମସ୍ତ ସହଯୋଗ ଦିଆଯାଉଛି । କ୍ୟାପ୍ଟେନ ସ୍ମିତଙ୍କ ଚିକିତ୍ସା ଓ ଯତ୍ନ ପାଇଁ ୟୁଏଇ ସରକାରଙ୍କୁ ଭାରତୀୟ ଦୂତାବାସ ଧନ୍ୟବାଦ ଜଣାଇଛି ।

କ’ଣ ଘଟିଥିଲା ୩୦ ସେପ୍ଟେମ୍ବରରେ ?

୩୦ ସେପ୍ଟେମ୍ବର ୨୦୨୬ରେ ଦୁବାଇରୁ ତେଲ ଅଭିଭ୍ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍ FZ1073 ଏକ ଗୁରୁତର ଘଟଣାକୁ ନେଇ ଚର୍ଚ୍ଚାରେ ଆସିଥିଲା । ବିମାନରେ ୧୭୪ ଜଣ ଯାତ୍ରୀ ଥିବା ବେଳେ କକପିଟ୍‌ରେ କୋ-ପାଇଲଟ୍‌ ଜଣଙ୍କ ଆକ୍ରମଣ କରି ନିୟନ୍ତ୍ରଣ ନେବାକୁ ଚେଷ୍ଟା କରିଥିଲେ । ଘଟଣା ସମୟରେ କ୍ୟାପ୍ଟେନ ସ୍ମିତଙ୍କ ଉପରେ କକପିଟ୍‌ରେ ଥିବା କୁରାଢ଼ିରେ ଆକ୍ରମଣ ହୋଇଥିଲା । ଏହା ପରେ ସେ ଆହତ ହୋଇଥିଲେ । ଘଟଣା ପରେ ବିମାନର ଉଚ୍ଚତା ମଧ୍ୟ ହଠାତ୍ ହ୍ରାସ ପାଇଥିବା ସୂଚନା ମିଳିଥିଲା ।

ବେହୋସ ହେବା ପୂର୍ବରୁ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଆକ୍ରମଣରେ ଆହତ ହେବା ସତ୍ତ୍ୱେ କ୍ୟାପ୍ଟେନ ସ୍ମିତ ବେହୋସ ହେବା ପୂର୍ବରୁ କକପିଟ୍‌ର ଦ୍ୱାର ଖୋଲିଥିଲେ । ଏଥିସହ ବିମାନକୁ ପୁଣି ନିୟନ୍ତ୍ରଣରେ ଆଣିବାରେ ସହଯୋଗ କରିଥିବା କୁହାଯାଉଛି । ପରେ ବିମାନଟିକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଯାଇଥିଲା । 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁବାଇରୁ ତେଲ ଅଭିଭ୍ ଯାଉଥିବା ଫ୍ଲାଇ ଦୁବାଇ ବିମାନରେ କୋ-ପାଇଲଟଙ୍କ ଆକ୍ରମଣରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କ ସହ ଭିଡିଓ କଲ୍‌ରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ସାହସ, ଉପସ୍ଥିତ ବୁଦ୍ଧି ଏବଂ ଦୁର୍ଘଟଣା ସମୟରେ ଧୈର୍ଯ୍ୟ ଧରି ରଖିବାର କ୍ଷମତାକୁ ପ୍ରଶଂସା କରିଥିଲେ । ସାରା ଦେଶ ତାଙ୍କ ପାଇଁ ପ୍ରାର୍ଥନା କରୁଛି ବୋଲି ମୋଦି କହିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ବେଳେ କ୍ୟାପ୍ଟେନ ସ୍ମିତ ଭାବପ୍ରବଣ ହୋଇପଡ଼ିଥିଲେ । ସେ କହିଥିଲେ ଯେ ନରେନ୍ଦ୍ର ମୋଦି ତାଙ୍କ ଜୀବନର ସବୁଠାରୁ ବଡ଼ ଆଦର୍ଶ । ପ୍ରଧାନମନ୍ତ୍ରୀ ନିଜେ ଫୋନ୍ କରି ତାଙ୍କ ମନୋବଳ ବଢ଼ାଇବା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ଜୀବନରେ କେବେ ମୋଦିଙ୍କ ସହ କଥା ହେବାର ସୁଯୋଗ ମିଳିବ ବୋଲି ସେ ଭାବିନଥିଲେ ବୋଲି ମଧ୍ୟ ସ୍ମିତ କହିଥିଲେ ।

ସ୍ମିତ ଆହୁରି କହିଥିଲେ ଯେ, ସେ ଯେତେବେଳେ କୌଣସି କଠିନ ପରିସ୍ଥିତିରେ ପଡ଼ନ୍ତି, ସେତେବେଳେ ହନୁମାନ ଚାଳିଶା ପାଠ କରନ୍ତି । ବିମାନରେ ସେହି ଭୟଙ୍କର ପରିସ୍ଥିତି ସମୟରେ ମଧ୍ୟ ସେ ହନୁମାନ ଚାଳିଶା ପଢ଼ୁଥିଲେ । ତାଙ୍କ ମନରେ କେବଳ ଗୋଟିଏ କଥା ଥିଲା—ସେ କାହାକୁ ମରିବାକୁ ଦେଇପାରିବେ ନାହିଁ । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଭାରତୀୟମାନେ ଅନ୍ୟମାନଙ୍କ ଜୀବନ ନେବା ପାଇଁ ନୁହେଁ, ବରଂ ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥାନ୍ତି ।