Videos
|
National

Road Accident / କାରକୁ ଧକ୍କା ଦେଲା କାର, ଜଳିଗଲେ ପୋଲିସ କନଷ୍ଟେବଳଙ୍କ ପରିବାର...

Banajyotshna Ray
Browse all articles by Banajyotshna Ray
·9 months ago·2 min read
କାରକୁ ଧକ୍କା ଦେଲା କାର, ଜଳିଗଲେ ପୋଲିସ କନଷ୍ଟେବଳଙ୍କ ପରିବାର...
Accident

Key Points

ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
କାରକୁ ଧକ୍କା ଦେଲା ଆଉ ଏକ କାର, ୫ ଜୀବନ୍ତ ଦଗ୍ଧ
ହୁତୁ ହୁତୁ ହୋଇ ଜଳିଗଲା କାର୍‌। ଆଉ କାର ଭିତରେ ଥିବା ୫ ଜଣ ମଧ୍ୟ ଜଳିଗଲେ। ଉତ୍ତର ପ୍ରଦେଶର ବାରବଙ୍କିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଏହି ଭୟଙ୍କର ଦୁର୍ଘଟଣାରେ ପୋଲିସ କନଷ୍ଟେବଳଙ୍କ ସମ୍ପୂର୍ଣ୍ଣ ପରିବାର ଛାରଖାର ହୋଇଯାଇଛି। ଏକ ଦ୍ରୁତଗାମୀ ବ୍ରିଜା କାର ସେମାନଙ୍କ ୱାଗନର କାରକୁ ପଛରୁ ଧକ୍କା ଦେଇଥିଲା। ଯାହା ଫଳରେ କାରର ସିଏନଜି ଟ୍ୟାଙ୍କ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ ମହିଳା ଏବଂ ତିନି ପିଲାଙ୍କ ସମେତ ପାଞ୍ଚ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ଏଖବର ପାଇ ପୋଲିସ କନଷ୍ଟେବଳ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି । ପୋଲିସ ଅଧିକାରୀଙ୍କ ପରିବାର ଜଳିଯାଇଥିବା ବେଳେ ସଙ୍ଗେ ସଙ୍ଗେ ଅଗ୍ନଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ମଧ୍ୟ ପହଞ୍ଚିଥିଲା।

ଦୁର୍ଘଟଣାରେ ୱାଗନର କାରରେ ଥିବା ଦୁଇ ମହିଳା ଏବଂ ତିନି ଜଣ ପିଲା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ନିଆଁ ଲାଗିବା ପରେ ସେମାନେ କାରର ଦ୍ୱାର ଖୋଲିପାରି ନଥିଲେ। ପୋଲିସ ଏବଂ ସ୍ଥାନୀୟ ବାସିନ୍ଦାମାନେ ପାଞ୍ଚ ଜଣଙ୍କୁ ବାହାର କରିଥିଲେ, କିନ୍ତୁ ସେମାନେ ଘଟଣାସ୍ଥଳେ ମୃତ୍ୟୁବରଣ କରିସାରିଥିଲେ। ଗତକାଲି ସନ୍ଧ୍ୟାରେ ବାରବାଙ୍କିର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ଆଜମଗଡ଼ରେ ନିୟୋଜିତ ପୋଲିସ କନଷ୍ଟେବଳ ଜାଭେଦଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ଜାଭେଦଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ସୂଚନା ଦିଆଯାଇଛି। ତାଙ୍କ ପରିବାର ମାଉରୁ ଲକ୍ଷ୍ନୌ ଯାଉଥିବା ସମୟରେ ଏକ ଦ୍ରୁତଗାମୀ ବ୍ରେଜା କାର ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଧକ୍କା ପରେ କାରର ସିଏନଜି ଟ୍ୟାଙ୍କ ବିସ୍ଫୋରଣ ହୋଇଥିଲା।

ଏଥିସହ ପଢ଼ନ୍ତୁ: 'ଟିମର ଅନ୍ୟ ସମସ୍ତ ଖେଳାଳି ବିଦେଶ ଯାଇ ଭୁଲ କାମ କରନ୍ତି': ଜାଡେଜାଙ୍କ ପତ୍ନୀ

ଦିନକୁ ଦିନ ବଢୁଥିବା ସଡକ ଦୁର୍ଘଟଣା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ସଡକ ଦୁର୍ଘଟଣାରେ ବହୁ ମୂଲ୍ୟବାନ ଜୀବନ ହାନି ହେଉଛି। ଏଭଳି ମୃତ୍ୟୁ ସଂଖ୍ୟା ଦେଶରେ ଦିନକୁ ଦିନ ବଢୁଛି । ପ୍ରାକୃତିକ ବିପର୍ଯ୍ୟୟ ଓ ଆତଙ୍କବାଦୀ ଆକ୍ରମଣରେ ଯେତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି ସଡକ ଦୁର୍ଘଟଣାରେ ତାଠୁ ଢେର ଗୁଣା ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ଏହା ସାରା ବିଶ୍ୱ ପାଇଁ ଚିନ୍ତାଜନକ ବିଷୟ। ତେବେ ଏହାର ପ୍ରତିକାର ଆମ ହାତରେ ଅଛି। ସମସ୍ତେ ସଡକ ସୁରକ୍ଷା ନିୟମ ମାନି ଚଳିଲେ ଦୁର୍ଘଟଣା ଯଥେଷ୍ଟ ହ୍ରାସ ପାଇବ ବୋଲି କୁହାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories