Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Ravindra Jadeja / 'ଟିମର ଅନ୍ୟ ସମସ୍ତ ଖେଳାଳି ବିଦେଶ ଯାଇ ଭୁଲ କାମ କରନ୍ତି': ଜାଡେଜାଙ୍କ ପତ୍ନୀ

Banajyotshna Ray
Browse all articles by Banajyotshna Ray
·7 months ago·2 min read
'ଟିମର ଅନ୍ୟ ସମସ୍ତ ଖେଳାଳି ବିଦେଶ ଯାଇ ଭୁଲ କାମ କରନ୍ତି': ଜାଡେଜାଙ୍କ ପତ୍ନୀ
Ravindra Jadeja

Key Points

ଟିମ ଇଣ୍ଡିଆ ଖେଳାଳିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଜାଡେଜାଙ୍କ ପତ୍ନୀ
କହିଦେଲେ ଏମିତି, କ୍ରିକେଟ ଜଗତରେ ହଇଚଇ
ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ଉପରେ ଅଭିଯୋଗ ଆଣିଲେ ଜାଡେଜାଙ୍କ ପତ୍ନୀ । ଏମିତି କହିଲେ ଯାହା ବର୍ତ୍ତମାନ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି। କେହି କେବେ ଭାବିନଥିବେ ଯେ, କ୍ରିକେଟର ଜାଡେଜାଙ୍କ ପତ୍ନୀ ଏମିତି କିଛି କହିଥିବେ ବୋଲି। ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ପୁଣିଥରେ ତାଙ୍କ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏକ କାର୍ଯ୍ୟକ୍ରମରେ ରିଭାବା ଟିମ ଇଣ୍ଡିଆର ଖେଳାଳିମାନଙ୍କ ବିରୁଦ୍ଧରେ ଆଣିଛନ୍ତି ବଡ଼ ଅଭିଯୋଗ । ତାଙ୍କର ମନ୍ତବ୍ୟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ପ୍ରଶଂସକଙ୍କଠାରୁ ବିଶେଷଜ୍ଞ ପର୍ଯ୍ୟନ୍ତ ସମସ୍ତେ ଏହାର ପ୍ରତିକ୍ରିୟା ଦେଉଛନ୍ତି। କେହି କେହି କହୁଛନ୍ତି କି, ଏମିତି କାହିଁକି କହିଲେ ରିଭାବା ?

ରିଭାବାଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟାର ଝଡ଼ ଆରମ୍ଭ ହୋଇଯାଇଛି। ଏହା ପ୍ରଥମଥର ନୁହେଁ ଯେ, ରିଭାବା କୌଣସି ବିବାଦୀୟ ବୟାନ ପାଇଁ ଶିରୋନାମାରେ ସ୍ଥାନ ପାଇଛନ୍ତି, କିନ୍ତୁ ଏଥର ଏହି ପ୍ରସଙ୍ଗ ଆହୁରି ଗମ୍ଭୀର ହୋଇଛି କାରଣ ଏଥିରେ କ୍ରିକେଟରମାନେ ଜଡିତ। ପ୍ରକୃତରେ ଏକ କାର୍ଯ୍ୟକ୍ରମ ଚାଲିଥିଲା, ଏହି ସମୟରେ ରିଭାବା ନିଜର ପ୍ରତିକ୍ରିୟା ରଖିଥିଲେ। ଇଭେଣ୍ଟ ସମୟରେ ତାଙ୍କ ସ୍ବାମୀଙ୍କ ସଚ୍ଚୋଟତା ଏବଂ ଶୃଙ୍ଖଳାର ପ୍ରଶଂସା କରିବା ସମୟରେ, ରିଭାବା ହଠାତ୍‌ ଅନ୍ୟ ଭାରତୀୟ ଖେଳାଳିମାନଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଜାଡେଜା ଲଣ୍ଡନ, ଦୁବାଇ ଏବଂ ଅଷ୍ଟ୍ରେଲିଆ ସମେତ ଖେଳିବା ପାଇଁ ବିଶ୍ୱର ଅନେକ ଦେଶ ଭ୍ରମଣ କରନ୍ତି, ତଥାପି ସେ କେବେ କୌଣସି ଖରାପ ଅଭ୍ୟାସ କିମ୍ବା ନିଶାରେ ପଡ଼ି ନାହାଁନ୍ତି।

ଏଥିସହ ପଢ଼ନ୍ତୁ: ODI ଟିମ୍‌ରୁ ବାଦ୍ ପଡ଼ିବା ପରେ ମୁହଁ ଖୋଲିଲେ ଜାଡେଜା; କହିଲେ, ମୁଁ ୨୦୨୭ ବିଶ୍ବକପ୍ ଖେଳିବାକୁ ଚାହେଁ

ରିଭାବା ତା’ପରେ ଏକ ଆଶ୍ଚର୍ଯ୍ୟଜନକ ଅଭିଯୋଗ ଆଣି କହିଥିଲେ, “ଟିମର ଅନ୍ୟ ସମସ୍ତ ଖେଳାଳି ବିଦେଶ ଯାଇ ଭୁଲ କାମ କରନ୍ତି। ଏହି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି କାରଣ ଏହା ସିଧାସଳଖ ଟିମ ଇଣ୍ଡିଆର ଡ୍ରେସିଂ ରୁମର ସଂସ୍କୃତି ଉପରେ ପ୍ରଶ୍ନ ଉଠାଇଥାଏ। ରିଭାବା ଆହୁରି କହିଛନ୍ତି ଯେ ଯଦି ଜାଡେଜା ଚାହାଁନ୍ତି, ତେବେ ସେ ସମାନ କାମ କରିପାରିବେ। ତାଙ୍କୁ ମୋତେ ପଚାରିବା ମଧ୍ୟ ଆବଶ୍ୟକ ନାହିଁ। ତଥାପି, ସେ ତାଙ୍କର ଦାୟିତ୍ୱ ବୁଝନ୍ତି ଏବଂ ସର୍ବଦା ଶୃଙ୍ଖଳାଗତ। ଅନ୍ୟପଟେ ଅକ୍ଟୋବର ୧୯ରୁ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ । ଏଥିପାଇଁ ବିସିସିଆଇ ପକ୍ଷରୁ ଦଳ ମଧ୍ୟ ଘୋଷଣା ହୋଇସାରିଛି । କିନ୍ତୁ ଦିନିକିଆ ସିରିଜ୍ ପାଇଁ ଘୋଷଣା ହୋଇଥିବା ଦଳରେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜେ ସ୍ଥାନ ପାଇନାହାନ୍ତି । ଯାହାକୁ ନେଇ ସେ କହିଥିଲେ ଯେ, କେବଳ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ନୁହେଁ ବରଂ ୨୦୨୭ ଦିନିକିଆ ବିଶ୍ବକପକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ ଜାଡେଜା ।

ବିଶ୍ୱର ନମ୍ବର ୱାନ୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସ୍ପଷ୍ଟ କରିଛନ୍ତି ଯେ, ସେ ୨୦୨୭ ODI ବିଶ୍ୱକପ୍ ଖେଳିବାକୁ ଚାହାଁନ୍ତି। ତଥାପି, ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କୁ ଚୟନ କରାଯିବା ଏବଂ ତାଙ୍କର ଖେଳିବା ନିଷ୍ପତ୍ତି ଚୟନକର୍ତ୍ତାଙ୍କ ଉପରେ ନିର୍ଭର କରେ। ଯେତେବେଳେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତ ପାଇଁ ODI ଏବଂ T20 ଦଳ ଘୋଷଣା କଲା, ରବୀନ୍ଦ୍ର ଜାଡେଜାଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା ଯେ ସେ ଦଳରେ ରହିବେ ନାହିଁ । କୁହାଯାଉଛି କି ଏହି ଖବର ପରେ ବୋଧେ ଜାଡେଜାଙ୍କ ସ୍ତ୍ରୀ କିଛି କହିନଥିଲେ। ଶେଷରେ ଆଜି ତାଙ୍କ ମୁହଁ ଖୋଲିଛନ୍ତି। ଆଉ ସିଧା ସିଧା ଭାରତୀୟ କ୍ରିକେଟ ଟିମର ଅନ୍ୟ ଖେଳାଳିଙ୍କୁ ଟାର୍ଗେଟ କରିଛନ୍ତି।

ଅଧିକ ପଢ଼ନ୍ତୁ ଖେଳ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ravindra Jadeja | Rivaba, wife of Ravindra Jadeja, makes SHOCK revelation about Indian cricketers | Argus News | Argus News