Caracal Cat Rajasthan / ଥାର୍ ମରୁଭୂମିରେ ନଜର ଆସିଲା କେରାକଲ୍; କ୍ୟାମେରାରେ କଏଦ ହେଲା ବିଲୁପ୍ତ ଶିକାରୀ
·3 months ago·2 min read

Key Points
ମଧ୍ୟ ପ୍ରଦେଶର ଗାନ୍ଧୀ ସାଗର ଅଭୟାରଣ୍ୟ ପରେ ଏବେ ରାଜସ୍ଥାନର ଥାର ମରୁଭୂମିରେ ନଜର ଆସିଛି କେରାକଲ।
Caracal Cat Spotted in Rajasthan: ମଧ୍ୟ ପ୍ରଦେଶ ପରେ ଏବେ ରାଜସ୍ଥାନରେ ନଜର ଆସିଛି କେରାକଲ୍। ଏହି ବିରଳ ପ୍ରଜାତିର ବନ୍ୟ ବିଲେଇ ଗତ ବର୍ଷ ଜୁଲାଇରେ ଗାନ୍ଧୀ ସାଗର ଅଭୟାରଣ୍ୟରେ ଚିହ୍ନଟ ହୋଇଥିଲା। ଏବେ ଭାରତ-ପାକିସ୍ତାନ ସୀମା ନିକଟବର୍ତ୍ତୀ ଥାର୍ ମରୁଭୂମିରେ ଦୃଶ୍ୟମାନ ହୋଇଛି ବିରଳ ବନ୍ୟ ବିଲେଇ କାରାକାଲ। ଏପରି ଅନନ୍ୟ ଘଟଣା ବନ୍ୟପ୍ରାଣୀ ସଂରକ୍ଷଣ ସହିତ ଜଡିତ ଲୋକଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିଛି।
କେରାକଲ୍ କ'ଣ?
କେରାକାଲ (Caracal) ଏକ ବିରଳ ଏବଂ ଅତ୍ୟନ୍ତ ଚତୁର ପ୍ରଜାତିର ଜଙ୍ଗଲୀ ବିଲେଇ ( Wild Cat)। ଯାହାକୁ "ଡେଜର୍ଟ ଲିଙ୍କ୍ସ" () ମଧ୍ୟ କୁହାଯାଏ। ଏହାର ଲମ୍ବା, କଳା, ଲୋମଯୁକ୍ତ କାନ ହେଉଛି ଏହି ବିଲେଇର ପରିଚୟ। ଏହି ପ୍ରାଣୀ ସାଧାରଣତଃ ରାତିରେ ଶିକାର କରିଥାଏ। ଯିଏ ଶୁଷ୍କ ଏବଂ ମରୁଭୂମି ଅଞ୍ଚଳରେ ସହଜରେ ବଞ୍ଚିପାରେ।
ରାଜସ୍ଥାନ ବନ ବିଭାଗ ଥାର ମରୁଭୂମି ନିକଟରେ ଅତି କମରେ ତିନୋଟି କେରାକାଲ ବିଲେଇର ଉପସ୍ଥିତି ନିଶ୍ଚିତ କରିଛି। ଯେଉଁଥିରେ ଦୁଇଟି ଅଣ୍ଡିରା ଏବଂ ଅନ୍ୟ ଏକ ମାଈ ରହିଥିବାର ଜଣାପଡ଼ିଛି। ଦୀର୍ଘ ସମୟ ପରେ ତିନୋଟି କେରାକାଲ ନଜର ଆସିବା ବନ୍ୟ ପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ବୋଲି ବିବେଚନା କରାଯାଉଛି।
ଗୋଟିଏ ସମୟରେ ଜଙ୍ଗଲର ଚାଲାକ ଶିକାରୀ କୁହାଯାଉଥିବା କେରାକଲ ଉତ୍ତର-ପଶ୍ଚିମ ଭାରତରେ ବହୁଳ ମାତ୍ରାରେ ଦୃଶ୍ୟମାନ ହେଉଥିଲେ। ହେଲେ ଅବୈଧ ଶିକାର, ପ୍ରାକୃତିକ ବାସସ୍ଥାନ ହ୍ରାସ ଏବଂ ପରିବେଶଗତ ପରିବର୍ତ୍ତନ ହେତୁ ଏହି ଜଙ୍ଗଲ ବିଲେଇଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଏବେ ଭାରତୀୟ ଜୈବ ବିବିଧତାରେ ଏହାକୁ ଏକ ଅତ୍ୟନ୍ତ ବିଲୁପ୍ତପ୍ରାୟ ପ୍ରଜାତି ଭାବରେ ବିବେଚନା କରାଯାଉଛି। କାରଣ ଏବେ ଏମାନଙ୍କୁ ଦେଖିବା ଅତ୍ୟନ୍ତ ବିରଳ ହୋଇପଡ଼ିଛି।
ବନ ବିଭାଗ ଏବଂ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ମିଳିତ ଭାବରେ କେରାକଲ ଉପରେ ସତର୍କ ନଜର ରଖିଛନ୍ତି। ଯେଉଁ ଅଞ୍ଚଳରେ ଏବେ ଏହାର ଉପସ୍ଥିତିକୁ ଚିହ୍ନଟ କରାଯାଇଛି ସେଠାରେ ଅନେକ କ୍ୟାମେରା ଟ୍ରାପ୍ ଲଗାଯାଇଛି। କେତେକ କେରାକାଲ ଦେହରେ ରେଡିଓ କଲାର ମଧ୍ୟ ଲଗାଯାଇଛି। ଯାହା ଦ୍ୱାରା ସେମାନଙ୍କର ଗତିବିଧିକୁ ପ୍ରକୃତ ସମୟରେ ଟ୍ରାକ୍ କରାଯାଉଛି। କ୍ୟାମେରାରେ କଏଦ ହୋଇଥିବା ଫଟୋ ଭିଡ଼ିଓ ସେମାନଙ୍କ ଉପସ୍ଥିତିକୁ ନିଶ୍ଚିତ କରିଛି।
ଗବେଷଣାରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ଅଧିକାରୀଙ୍କ କହିବା ଅନୁଯାୟୀ ଗବେଷକ କେରାକାଲର ଖାଦ୍ୟ ଅଭ୍ୟାସ, ଶିକାର ପଦ୍ଧତି ଏବଂ ବାସସ୍ଥାନ ଉପରେ ଅଧ୍ୟୟନ କରୁଛନ୍ତି। ରେଡିଓ କଲାର ଦ୍ୱାର ପ୍ରାପ୍ତ ସ୍ଥାନକୁ ଆଧାର କରି, ସେମାନେ ସେହି ଅଞ୍ଚଳକୁ ନିର୍ଣ୍ଣୟ କରୁଛନ୍ତି ଯେଉଁଠାରେ ଏହି ପ୍ରଜାତିର ବିଲେଇ ସବୁଠାରୁ ସକ୍ରିୟ ଅଛନ୍ତି। ନିରନ୍ତର ତଦାରଖ ଏବଂ ଗବେଷଣା ବୈଜ୍ଞାନିକଙ୍କୁ କେରାକାଲର ଆଚରଣ ବୁଝିବାରେ ସାହାଯ୍ୟ କରୁଛି। ଏହି ସୂଚନା ଭବିଷ୍ୟତରେ ଏହି ବିରଳ ପ୍ରଜାତିକୁ ସୁରକ୍ଷା ଦେବା ଏବଂ ଏହାର ସଂଖ୍ୟା ବୃଦ୍ଧି କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories