Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡ଼ୁଆ, ଇଡି ପରେ ଏବେ ଆକ୍ସନରେ CBI

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡ଼ୁଆ, ଇଡି ପରେ ଏବେ ଆକ୍ସନରେ CBI

Key Points

ପୁଣି ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡ଼ୁଆ

ପ୍ରଥମେ ଇଡି ଆଉ ଏବେ CBI

ସକାଳ ୭ଟାରୁ ଚାଲିଛି ରେଡ୍

ଦିନକୁ ଦିନ ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀଙ୍କ ସମସ୍ୟା। ପ୍ରଥମେ ଇଡି ଆଉ ଏବେ ସିବିଆଇ । ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଅନିଲ ଅମ୍ବାନୀଙ୍କ ଘରେ ରେଡ୍ କରୁଛି ସିବିଆଇ । ସକାଳ ୭ଟାରୁ ଅନିଲ ଅମ୍ବାନୀଙ୍କ ଘରେ ସିବିଆଇ ଚଢାଉ କରୁଛି। ୭ ରୁ ୮ ଜଣ ସିବିଆଇ ଅଧିକାରୀ ସକାଳ ୭ଟାରୁ ରେଡ୍ ଜାରି ରଖିଛନ୍ତି । ଏହି ସମୟରେ ଅନିଲ ଅମ୍ବାନୀ ତାଙ୍କ ପରିବାର ସହିତ ଘରେ ଉପସ୍ଥିତ ଅଛନ୍ତି।


ଏହା ପୂର୍ବରୁ, ଅନିଲ ଅମ୍ବାନୀଙ୍କୁ ଇଡି ପଚରାଉଚରା କରିଥିଲା। ୧୭,୦୦୦ କୋଟି ଟଙ୍କାର ଋଣ ଠକେଇ ମାମଲାର ତଦନ୍ତ ସହିତ ଜଡିତ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଏବଂ ଏମଡି ଅନିଲ ଅମ୍ବାନୀଙ୍କୁ ଇଡି ପଚରାଉଚରା ପାଇଁ ଡାକିଥିଲା। ଏହା ପୂର୍ବରୁ ମଧ୍ୟ ଇଡି ଅନିଲ ଅମ୍ବାନୀଙ୍କ ସହ ଜଡିତ ବ୍ୟବସାୟିକ ସଂସ୍ଥା ଉପରେ ଚଢାଉ କରିଥିଲା। ଇଡି ରିଲାଏନ୍ସ ଗ୍ରୁପ୍ ସହ ଜଡିତ ୫୦ଟି ବ୍ୟବସାୟିକ ସଂସ୍ଥା ଏବଂ ୨୫ ଜଣଙ୍କ ଠିକଣାରେ ଚଢାଉ କରିଥିଲା। ଏହି ଚଢାଉ ମୁମ୍ବାଇର ଅତି କମରେ ୩୫ଟି ସ୍ଥାନରେ କରାଯାଇଥିଲା, ଯାହା ୨୪ ଜୁଲାଇରେ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚଢାଉ ପୂର୍ବରୁ, ସିବିଆଇ ଦୁଇଟି ଏଫଆଇଆର ପଞ୍ଜିକୃତ କରିଥିଲା, ଯାହା ପରେ ଇଡି ଚଢାଉ କରିଥିଲା। ଆଉ ଏବେ ସିବିଆଇ ଏବେ ମଧ୍ୟ ତଦନ୍ତ କରୁଛି। ଏହି ଚଢାଉ ୧୭୦୦୦ କୋଟି ଟଙ୍କାର କଥିତ ବ୍ୟାଙ୍କ ଋଣ ଠକେଇ ମାମଲାରେ ହୋଇଛି । ଆର୍ଥିକ ବର୍ଷ ୨୦୧୭-୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କ ଦ୍ୱାରା ଅନିଲ ଅମ୍ବାନୀଙ୍କ କମ୍ପାନୀଗୁଡ଼ିକୁ ଋଣ ଭାବରେ ବେଆଇନ ଟଙ୍କା ସ୍ଥାନାନ୍ତର କରାଯାଇଥିଲା। ଇଡି ସୂତ୍ର ଅନୁଯାୟୀ, ଅନିଲ ଅମ୍ବାନିଙ୍କ କମ୍ପାନିଗୁଡ଼ିକୁ ଋଣ ଦିଆଯିବାର ଠିକ୍ ପୂର୍ବରୁ, ୟେସ୍ ବ୍ୟାଙ୍କର ପ୍ରମୋଟରମାନେ ସେମାନଙ୍କ ବ୍ୟବସାୟରେ ବିପୁଳ ଟଙ୍କା ପାଇଥିଲେ । ଏହି କାରଣରୁ ଲାଞ୍ଚ ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କର ତଦନ୍ତ କରାଯାଉଛି ।

Sponsored
CBI Raids Anil Ambani’s Residence in ₹17,000 Crore Bank Fraud Case | Argus News