Videos
|
National

Britannia Whole Wheat Bread Claim / ୧୦୦% ଦାବି ପାଇଁ ଫସିଲା ବ୍ରିଟାନିଆ; ୧୫ ଦିନ ମଧ୍ୟରେ ରିପୋର୍ଟ ମାଗିଲା CCPA

Subhramjit Ray
Browse all articles by Subhramjit Ray
·43 mins ago·3 min read
୧୦୦% ଦାବି ପାଇଁ ଫସିଲା ବ୍ରିଟାନିଆ; ୧୫ ଦିନ ମଧ୍ୟରେ ରିପୋର୍ଟ ମାଗିଲା CCPA
Britannia 100% Whole Wheat Bread Claim

Key Points

"୧୦୦% ସମ୍ପୂର୍ଣ୍ଣ ଗହମ" ଲେବଲ୍ ଥିବା ରୁଟି ପ୍ରକୃତରେ କ'ଣ ୧୦୦% ସମ୍ପୂର୍ଣ୍ଣ ଗହମ ଅଟାରୁ ତିଆରି ହୋଇଥିଲା କି? CCPA ତଦନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ପ୍ରକାଶ ପାଇଲା। ଏଥିପାଇଁ ବ୍ରିଟାନିଆ ଉପରେ ଜରିମାନା ଲଗାଯାଇଥିଲା
ଗ୍ରାହକଙ୍କୁ ବିଭ୍ରାନ୍ତିକର ସୂଚନା ପ୍ରଦାନ କରିବା ମାମଲାରେ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ)। କମ୍ପାନୀ ଦ୍ୱାରା "୧୦୦% ସମ୍ପୂର୍ଣ୍ଣ ଗହମ ରୁଟି" ଦାବିକୁ ବିଭ୍ରାନ୍ତିକର ବୋଲି କହିବା ସହ ସିସିପିଏ (CCPA) କର୍ତ୍ତୃପକ୍ଷ କମ୍ପାନୀ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଏନେଇ ହୋଇଥିବା ତଦନ୍ତ ସମୟରେ ଜଣାପଡିଛି ଯେ ଉତ୍ପାଦରେ କେବଳ ୬୨ ପ୍ରତିଶତ ସମ୍ପୂର୍ଣ୍ଣ ଗହମ ଅଟା ରହିଛି। ଯେତେବେଳେ ପ୍ୟାକେଜିଂ ଏବଂ ବିଜ୍ଞାପନରେ ଏହା ସମ୍ପୂର୍ଣ୍ଣ ଗହମ ଅଟାରୁ ତିଆରି ହୋଇଥିବା ରୁଟି ବୋଲି ଦାବି କରାଯାଇଥିଲା। CCPA (Central Consumer Protection Authority India) କର୍ତ୍ତୃପକ୍ଷ କମ୍ପାନୀ ପରିଚାଳନାକୁ ତୁରନ୍ତ ଏପରି ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭ୍ରାମକ ବିଜ୍ଞାପନ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ
ଖବର ଅନୁୟାୟୀ ଗତ ଅକ୍ଟୋବର ୨୧ ତାରିଖରେ ଏକ ଆଦେଶରେ, ମୁଖ୍ୟ କମିଶନର ନିଧି ଖାରେ ଏବଂ କମିଶନର ଅନୁପମ ମିଶ୍ର କହିଛନ୍ତି ଯେ ବ୍ରିଟାନିଆ କମ୍ପାନୀ ପ୍ୟାକେଜିଂ ଏବଂ ବିଜ୍ଞାପନ ଗ୍ରାହକଙ୍କୁ ଏହା କହି ଆସୁଥିଲା ଯେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ରୁଟି ସମ୍ପୂର୍ଣ୍ଣ ଗହମ ଅଟାରୁ ତିଆରି। ଏନେଇ ପ୍ରତିକ୍ରିୟା ରଖି CCPA ପକ୍ଷରୁ କୁହାଯାଇଛି କମ୍ପାନୀ କେବଳ ଏହାର ଉତ୍ପାଦରେ ବ୍ୟବହୃତ ହୋଇଥିବା ସମ୍ପୂର୍ଣ୍ଣ ଗହମର ପରିମାଣକୁ ଅତିରଞ୍ଜିତ କରି କହିନାହିଁ, ବରଂ ଏହାର ନାମ ନିର୍ଦ୍ଧାରିତ ଉପାଦାନ ମାନଦଣ୍ଡ ପୂରଣ କରୁନାହିଁ।

ତଦନ୍ତ ସମୟରେ ମିଳିଲା କ’ଣ?
CCPA ସ୍ୱତଃ ପ୍ରବୃତ୍ତ ଭାବରେ ବ୍ରିଟାନିଆ ଦ୍ୱାରା କରାଯାଉଥିବା ପ୍ରଚାରମୂଳକ ଦାବି ଉପରେ ତଦନ୍ତ କରିଥିଲା। ଏଥିରେ "୧୦୦% ସମ୍ପୂର୍ଣ୍ଣ ଗହମ ଅଟା ନିର୍ମିତ ରୁଟି", "ଶୂନ୍ୟ ପ୍ରତିଶତ (୦ %) ମଇଦା", ରୁଟି (Bread) କୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଭାବରେ ଚିତ୍ରଣ କରିବା ଭଳି ଦାବି ଅନ୍ତର୍ଭୂକ୍ତ ରହିଥିଲା। ତଦନ୍ତ ସମୟରେ ଜଣାପଡିଲା ଯେ ଏହି ରୁଟିରେ କେବଳ ୬୨ ପ୍ରତିଶତ ସମ୍ପୂର୍ଣ୍ଣ ଗହମ ଅଟା ରହିଥିଲା। ବାକି ୩୮ ପ୍ରତିଶତରେ ପାଣି, ଇଷ୍ଟ ଏବଂ ଗହମରୁ ନିର୍ଗତ ଚୋକଡ଼ (Wheat Bran) ସମେତ ଅନ୍ୟାନ୍ୟ ଉପାଦାନ ରହିଥିଲା।

ଏହା ସହ ପଢନ୍ତୁ: ୧୦୦ ବଦଳରେ ଥିଲା ୭୨% ଅଟା; ବଡ଼ ବିସ୍କୁଟ କମ୍ପାନୀ ପାଇଲା ନୋଟିସ୍

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପକ୍ଷ ରଖିଲା ବ୍ରିଟାନିଆ
ଏହି ମାମଲାରେ ନିଜର ପକ୍ଷ ରଖି ବ୍ରିଟାନିଆ କହିଛି ଯେ, ଶତ ପ୍ରତିଶତ (୧୦୦%) ରୁଟି (Bread) ଗହମ ପରିମାଣକୁ ସୂଚିତ କରେ। ଯାହା ସମ୍ପୂର୍ଣ୍ଣ ଗହମ ଅଟାରୁ (Whole Wheat Flour) ତିଆରି ହୋଇଥିଲା ଏବଂ ଏଥିରେ ମଇଦା ସାମିଲ ନଥିଲା। କମ୍ପାନୀ ଖାଦ୍ୟ ଲେବଲିଂ ନିୟମାବଳୀ ମଧ୍ୟ ଉଲ୍ଲେଖ କରିଛି। ଯାହା ସମ୍ପୂର୍ଣ୍ଣ ଗହମ ଅଟା ତିଆରି ରୁଟି ଭାବରେ ବିକ୍ରି ହେଉଥିବା ଉତ୍ପାଦରେ ସର୍ବନିମ୍ନ ୭୫ ପ୍ରତିଶତ ସମ୍ପୂର୍ଣ୍ଣ ଗହମ ଅଟା ରହିବା ଆବଶ୍ୟକ।

କମ୍ପାନୀ ଯୁକ୍ତିକୁ ଖାରଜ କରିଦେଲେ CCPA କର୍ତ୍ତୃପକ୍ଷ
ହେଲେ ତଥାପି CCPA କର୍ତ୍ତୃପକ୍, ବ୍ରିଟାନିଆ କମ୍ପାନୀ ଦ୍ୱାରା ଦର୍ଶାଯାଇଥିବା ଯୁକ୍ତିକୁ ଗ୍ରହଣ କରିନଥିଲେ। CCPA କହିଛି ଯେ ନିର୍ଦ୍ଧାରିତ ମାନକ କେବଳ ଗହମ ପରିମାଣ ଉପରେ ଆଧାର କରି ଗଣନା କରାଯାଇ ପାରିବ ନାହିଁ। ହେଲେ ସମ୍ପୂର୍ଣ୍ଣ ଉତ୍ପାଦର ଗଠନକୁ ବିଚାରକୁ ନେବାକୁ ପଡି଼ବ। କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ଶତ ପ୍ରତିଶତ (100%) ଶବ୍ଦ କୌଣସି ଏକ ଉପାଦାନର ଚୟନାତ୍ମକ ଗୁଣାବଳୀ ନୁହେଁ, ବରଂ ଏହାର ସାମଗ୍ରିକ ରଚନାକୁ ବୁଝାଏ।

୧୫ ଦିନ ମଧ୍ୟରେ ଦାଖଲ କରିବାକୁ ହେବ ରିପୋର୍ଟ
CCPA କର୍ତ୍ତୃପକ୍ଷ ବ୍ରିଟାନିଆ ପରିଚାଳନାକୁ ଏପରି ଭ୍ରାମକ ବିଜ୍ଞାପନ ଏବଂ ପ୍ରଚାରମୂଳକ ସାମଗ୍ରୀ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ୧୫ ଦିନ ମଧ୍ୟରେ ଏକ ଅନୁପାଳନ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ପଡିବ କମ୍ପାନୀ ଲାଗି ନିର୍ଦ୍ଦେଶ ଦେଇଛନ୍ତି।