Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୫୮ ବର୍ଷ ପରେ ନିୟମକୁ ବଦଳାଇଲେ ମୋଦି ସରକାର

National

୫୮ ବର୍ଷ ପରେ ନିୟମକୁ ବଦଳାଇଲେ ମୋଦି ସରକାର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
୫୮ ବର୍ଷ ପରେ ନିୟମକୁ ବଦଳାଇଲେ ମୋଦି ସରକାର

ଅର୍ଗସ ବ୍ୟୁରୋ : ମୋଦି ସରକାରର ଆଉ ଏକ ବଡ଼ ଫଇସଲା । ଏଣିକି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବା ଆରଏସଏସର କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ କେନ୍ଦ୍ରୀୟ କର୍ମଚାରୀ । ୫୮ ବର୍ଷ ପରେ ଆରଏସଏସର କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ ସାମିଲ ନ ହୋଇପାରିବା ନିୟମକୁ ବଦଳାଇଛନ୍ତି ମୋଦି ସରକାର । ପୂର୍ବରୁ ହରିୟାଣା, ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ପରି ବିଭିନ୍ନ ରାଜ୍ୟ ଏହି ପ୍ରତିବନ୍ଧକ ହଟାଇ ସାରିଥିବା ବେଳେ ଏବେ କେନ୍ଦ୍ର ସରକାର ମଧ୍ୟ ଆରଏସଏସ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ ସାମିଲ ହୋଇପାରିବା ନେଇ ଅନୁମତି ଦେଇଛନ୍ତି ।

ଅଧିକ ପଢନ୍ତୁ : ଦ୍ୱାଦଶ ପାସ୍ କରିଥିଲେ ମାସକୁ ମିଳିବ ୬ ହଜାର ଟଙ୍କା

ପୂର୍ବରୁ ୩୦ ନଭେମ୍ବର ୧୯୬୬ରେ ତତ୍କାଳୀନ କଂଗ୍ରେସ ସରକାର, କେନ୍ଦ୍ରୀୟ କର୍ମଚାରୀମାନଙ୍କର ଆରଏସଏସ କାର୍ଯ୍ୟକ୍ରମରେ ସାମିଲ ହେବା ଉପରେ ଅଙ୍କୁଶ ଲଗାଇଥିଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ଇନ୍ଦିରା ସରକାରର ଏହି ଫଇସଲା ହଟାଇବା ସହ ଜୁଲାଇ ୯ର ଏକ ଆଦେଶ ଅନୁସାରେ ହଟାଇ ଦେଇଛନ୍ତି । ପ୍ରକୃତରେ ଆରଏସଏସ ଏକ ସାଂସ୍କୃତିକ ସଙ୍ଗଠନ । ବ୍ୟକ୍ତି ନିର୍ମାଣ ମାଧ୍ୟମରେ ରାଷ୍ଟ୍ର ନିର୍ମାଣକୁ ଗୁରୁତ୍ବ ଦେବା ସହ ପ୍ରାକୃତିକ ବିପର୍ଯ୍ୟ ଠାରୁ ଯୁଦ୍ଧ ଯାଏ, ସବୁଠି ଛିଡ଼ା ହୋଇଥାନ୍ତି ସ୍ବୟଂ ସେବକ । ପ୍ରତ୍ୟେକ୍ଷ ରାଜନୀତି ସହ ଆରଏସଏସର ମଧ୍ୟ କୌଣସି ସମ୍ପର୍କ ନାହିଁ । ସେଥିପାଇଁ ତତ୍କାଳୀନ ଇନ୍ଦିରା ସରକାର ମନମୁଖୀ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି ମୋଦି ସରକାର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Central employees can join the program of Rashtriya Swayamsevak Sangh or RSS | Argus News