DA hike July 2026 / ୮ମ ବେତନ କମିଶନ ପୂର୍ବରୁ ବଡ଼ ଉପହାର, ୩% ବଢ଼ିବ DA...ଜାଣନ୍ତୁ ଆପଣଙ୍କ ଦରମା କେତେ ହେବ ?
·1 hour ago·2 min read

Key Points
୮ମ ବେତନ କମିଶନ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି
DA ୩% ବଢ଼ିବ ?
ଜାଣନ୍ତୁ ଆପଣଙ୍କ ଦରମା କେତେ ବଢ଼ିବ?
DA ୩% ବଢ଼ିବ ?
ଜାଣନ୍ତୁ ଆପଣଙ୍କ ଦରମା କେତେ ବଢ଼ିବ?
କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ଆସିଛି ବଡ଼ ଖୁସିର ଖବର । ଜୁଲାଇ ୨୦୨୬ରୁ ମହଙ୍ଗା ଭତ୍ତା (DA) ୩% ବଢ଼ିବା ପ୍ରାୟ ନିଶ୍ଚିତ ହୋଇଛି । ଏହି ବୃଦ୍ଧି ସହିତ ଲକ୍ଷାଧିକ ପରିବାରଙ୍କ ମାସିକ ଆୟରେ ସିଧାସଳଖ ବୃଦ୍ଧି ଦେଖିବାକୁ ମିଳିବ । ତେବେ କାହାର ଦରମା କେତେ ବଢ଼ିବ ? କେବେ ମିଳିବ ଏରିୟର ? ଅଷ୍ଟମ ବେତନ କମିଶନ ପୂର୍ବରୁ ଏହି ଶେଷ ବଡ଼ DA ବୃଦ୍ଧି କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ?
ଜୁଲାଇ ୨୦୨୬ରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (DA) ୩ ପ୍ରତିଶତ ବଢ଼ିବା ପ୍ରାୟ ସ୍ପଷ୍ଟ ହୋଇଯାଇଛି । ଜୁନ୍ ୨୦୨୬ର CPI-IW ତଥ୍ୟ ପ୍ରକାଶ ପାଇବା ପରେ ଏଥର DA ୬୦ ପ୍ରତିଶତରୁ ବଢ଼ି ୬୩ ପ୍ରତିଶତ ହେବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି । ଏହା ଫଳରେ ୧ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ସିଧାସଳଖ ଲାଭ ପାଇବେ ।
ଏହି DA ବୃଦ୍ଧି ୭ମ ବେତନ କମିଶନ ଅନୁସାରେ ସମ୍ଭବତଃ ଶେଷ ବଡ଼ ବୃଦ୍ଧି ହେବ । ସରକାର ୮ମ ବେତନ କମିଶନ ଗଠନକୁ ଅନୁମୋଦନ କରିଥିଲେ ମଧ୍ୟ, ଏହାର ସୁପାରିଶ ଲାଗୁ ହେବାକୁ ଆଉ କିଛି ସମୟ ଲାଗିବ । ସେପର୍ଯ୍ୟନ୍ତ କର୍ମଚାରୀମାନେ ୭ମ ବେତନ କମିଶନ ଅନୁଯାୟୀ DAର ଲାଭ ପାଇବେ ।
କେନ୍ଦ୍ର ସରକାର ପ୍ରତିବର୍ଷ ଦୁଇଥର ଅର୍ଥାତ୍ ୧ ଜାନୁଆରୀ ଓ ୧ ଜୁଲାଇରୁ ମହଙ୍ଗା ଭତ୍ତାରେ ସଂଶୋଧନ କରିଥାନ୍ତି । ଏହାର ହିସାବ ଗତ ୧୨ ମାସର CPI-IW ତଥ୍ୟ ଆଧାରରେ କରାଯାଏ । ଜୁନ୍ ୨୦୨୬ରେ CPI-IW ସୂଚକାଙ୍କ ୧୫୦.୮ରୁ ବଢ଼ି ୧୫୧.୯କୁ ପହଞ୍ଚିଛି । ଏହି ହିସାବ ଅନୁଯାୟୀ DA ପ୍ରାୟ ୬୩.୭୫ ପ୍ରତିଶତ ହେଉଥିବାବେଳେ, ସରକାର ଦଶମିକ ଅଂଶକୁ ଗଣନା କରୁନଥିବାରୁ DA ୬୩ ପ୍ରତିଶତ ହେବ ।
DAରେ ୩ ପ୍ରତିଶତ ବୃଦ୍ଧି ହେଲେ ବେସିକ୍ ଦରମା ଅନୁସାରେ ମାସିକ ଆୟ ମଧ୍ୟ ବଢ଼ିବ । ୧୮,୦୦୦ ଟଙ୍କା ବେସିକ୍ ଦରମା ଥିବା କର୍ମଚାରୀ ପ୍ରତି ମାସରେ ପ୍ରାୟ ୫୪୦ ଟଙ୍କା ଅଧିକ ପାଇବେ । ସେହିପରି ୩୫,୪୦୦ ଟଙ୍କା ବେସିକ୍ ଦରମା ଥିଲେ ପ୍ରାୟ ୧,୦୬୨ ଟଙ୍କା ଏବଂ ୫୬,୧୦୦ ଟଙ୍କା ବେସିକ୍ ଦରମା ଥିଲେ ପ୍ରାୟ ୧,୬୮୩ ଟଙ୍କା ଅଧିକ ମିଳିବ । ପେନ୍ସନଭୋଗୀମାନେ ମଧ୍ୟ DR ଆକାରରେ ସମାନ ଲାଭ ପାଇବେ । ଏହି ବୃଦ୍ଧିକୁ ୧ ଜୁଲାଇ ୨୦୨୬ରୁ ଲାଗୁ ହେବ ବୋଲି ଧରାଯିବ । ତେବେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ ପରେ ସରକାର ଏହାର ବିଜ୍ଞପ୍ତି ଜାରି କରିବେ ।
ସାଧାରଣତଃ ଜୁଲାଇର DA ବୃଦ୍ଧି ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଘୋଷଣା କରାଯାଏ । ତେଣୁ କର୍ମଚାରୀମାନେ ଜୁଲାଇ ଓ ଅଗଷ୍ଟ ମାସର ଏରିୟର ସହ ବଢ଼ିଥିବା ଦରମା ପାର୍ବଣ ସମୟରେ ପାଇପାରନ୍ତି । ୮ମ ବେତନ କମିଶନ ଲାଗୁ ହେବା ପୂର୍ବରୁ ୩ ପ୍ରତିଶତ DA ବୃଦ୍ଧି କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ଏକ ବଡ଼ ଆର୍ଥିକ ଆଶ୍ୱସ୍ତି ଆଣିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories