|
logo
Live

Argus News - ପେନ୍‌ସନ୍ ଭୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

National

ପେନ୍‌ସନ୍ ଭୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ପେନ୍‌ସନ୍ ଭୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

ଅର୍ଗସ ବ୍ୟୁରୋ : ପେନ୍ସନ୍ ଭୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏକ ମାସ ଧରି ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ସାରା ଦେଶରେ ପେନସନଭୋଗୀଙ୍କ ଦ୍ୱାରା ଏକ କୋଟି ଡିଜିଟାଲ ଜୀବନ ପ୍ରମାଣପତ୍ର ସୃଷ୍ଟି ହୋଇଥିବାର ସୂଚନା ଦେଇଛନ୍ତି  କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ।ପେନ୍‌ସନ୍‌ଭୋଗୀଙ୍କ ଡିଜିଟାଲ୍ ସଶକ୍ତିକରଣ ପାଇଁ  ଚଳିତ ମାସ ଆରମ୍ଭରେ ଦେଶବ୍ୟାପୀ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ଅଭିଯାନ 3.0 ଆରମ୍ଭ କରାଯାଇଥିଲା। ନଭେମ୍ବର 1 ରୁ ଭାରତର 800 ସହରରେ ଏହି ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।

ଅଧିକ ପଢନ୍ତୁ : ୨୯ ତାରିଖ ଅପରାହ୍ନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି

ପେନସନଧାରୀ ଏବଂ ବୟସ୍କ ନାଗରିକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ (ଡିଏଲ୍ସି) ଚାଲିଥିବା ଅଭିଯାନ ଏକ କୋଟି ମାର୍କ ଅତିକ୍ରମ କରିଥିବାର ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅଭିଯାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟସ୍କ ନାଗରିକଙ୍କ ଜୀବନରେ ସୁଖ ସୁବିଧା ଆଣିବା ଦିଗରେ ଥିବା ଭିଜନ୍ କୁ ପୂରଣ କରିବାରେ ସଫଳ ହୋଇଛି ଜାହା ନିକଟରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପେନ୍‌ସନ୍ ଭୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ | Argus News