Meta Faces Major Blow / ମେଟାକୁ କେନ୍ଦ୍ର ସରକାରଙ୍କ ବଡ଼ ଝଟ୍କା, ହ୍ୱାଟ୍ସଆପ୍ର ନୂଆ ‘ୟୁଜରନେମ୍’ ଫିଚରକୁ ବ୍ରେକ୍
·2 months ago·2 min read

Key Points
ମେଟାକୁ କେନ୍ଦ୍ର ସରକାରଙ୍କ ବଡ଼ ଝଟ୍କା
ହ୍ୱାଟ୍ସଆପ୍ର ନୂଆ ‘ୟୁଜରନେମ୍’ ଫିଚରକୁ ବ୍ରେକ୍
୩ ଦିନ ଭିତରେ ଜବାବ ମାଗିଲେ ସରକାର

ନୁଆଦିଲ୍ଲୀ,୦୨/୦୭: ହ୍ୱାଟସ୍ଆପ୍ ର ନୂଆ ଫିଚର୍ ଉପରେ ସରକାରଙ୍କ ରୋକ୍ । ମେଟା କୁ କେନ୍ଦ୍ର ସରକାରଙ୍କ ବଡ଼ ଝଟ୍କା। 'ୟୁଜରନେମ୍' ଫିଚର୍ ରୋଲ୍ଆଉଟ୍ ଉପରେ ରୋକ୍ ଲଗାଇଲେ ସରକାର। ୩ ଦିନ ଭିତରେ ଜବାବ ମାଗିଲେ ସରକାର। ସାରା ଦେଶରେ କୋଟି କୋଟି ଲୋକ ବ୍ୟବହାର କରୁଥିବା ପପୁଲାର୍ ମେସେଜିଂ ଆପ୍ 'ହ୍ୱାଟସ୍ଆପ୍'କୁ ନେଇ କେନ୍ଦ୍ର ସରକାର ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ହ୍ୱାଟସ୍ଆପ୍ ଆଣିବାକୁ ଥିବା ତା’ର ସବୁଠାରୁ ବଡ଼ ଫିଚର୍ 'ୟୁଜରନେମ୍' ରୋଲ୍ଆଉଟ୍ ଉପରେ ସରକାର ରୋକ୍ ଲଗାଇଛନ୍ତି। ହ୍ୱାଟସ୍ଆପ୍ର ପ୍ୟାରେଣ୍ଟ କମ୍ପାନୀ 'ମେଟା'କୁ ସରକାର ନୋଟିସ୍ ଜାରି କରି ୩ ଦିନ ମଧ୍ୟରେ ସ୍ପଷ୍ଟୀକରଣ ମାଗିଛନ୍ତି। ସରକାରଙ୍କ ସହ ସମ୍ପୂର୍ଣ୍ଣ ଆଲୋଚନା ଓ ସମୀକ୍ଷା ଶେଷ ନହେବା ପର୍ଯ୍ୟନ୍ତ ଭାରତରେ ଏହି ଫିଚର୍ ଲଞ୍ଚ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ହ୍ୱାଟସ୍ଆପ୍ ଖୁବ୍ଶୀଘ୍ର ତାର ୟୁଜରମାନଙ୍କ ପାଇଁ ଏକ ବଡ଼ ପ୍ରାଇଭେସି ଫିଚର୍ ଆଣିବାକୁ ପ୍ରସ୍ତୁତି ଚଳାଇଥିଲା। ନୂଆ ବ୍ୟବସ୍ଥା ଅନୁଯାୟୀ, ଗ୍ରାହକମାନେ କାହା ସହ କଥା ହେବା ପାଇଁ ନିଜର ମୋବାଇଲ୍ ନମ୍ବର ସେୟାର ନକରି କେବଳ ଏକ ନିଦ୍ଧିଷ୍ଟ 'ୟୁଜରନେମ୍' ଜରିଆରେ କନେକ୍ଟ ହୋଇପାରିବେ। ହ୍ୱାଟସ୍ଆପ୍ର ଦାବି ଥିଲା ଯେ, ଏହା ଦ୍ୱାରା ୟୁଜରମାନଙ୍କ ବ୍ୟକ୍ତିଗତ ସୂଚନା ସୁରକ୍ଷିତ ରହିବ। କିନ୍ତୁ କେନ୍ଦ୍ର ସରକାର ଏହି ଫିଚର୍ର ସୁରକ୍ଷା ଓ ୟୁଜର ସେଫ୍ଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମୋବାଇଲ୍ ନମ୍ବର ବଦଳରେ କେବଳ ୟୁଜରନେମ୍ ବ୍ୟବହାର ହେଲେ, ସାଇବର ସ୍କାମ୍ (Online Fraud) ବହୁତ ବଢ଼ିଯିବା ଆଶଙ୍କା କରିଛନ୍ତି ସରକାର।
ପଢନ୍ତୁ ଏହି ଖବର: WhatsApp ପ୍ରତି ସାଇବର୍ ଆକ୍ରମଣ ବିପଦ: ସତର୍କ କଲେ ସରକାର
ସୂତ୍ର ଅନୁଯାୟୀ, ସରକାର ଜାତୀୟ ସୁରକ୍ଷା ଏବଂ ସାଧାରଣ ସୁରକ୍ଷା ସହିତ କୌଣସି ପ୍ରକାରେ ସାଲିସ କରିବେ ନାହିଁ । ସରକାର ଏହି ଫିଚରର ଆଇନଗତ ଢାଞ୍ଚା ଏବଂ ସମ୍ବନ୍ଧିତ ବ୍ୟବସ୍ଥା ସମୀକ୍ଷା କରୁଛନ୍ତି । ସରକାର ଏହି ଫିଚରର ପ୍ରଭାବ, ସୁରକ୍ଷା ପଦକ୍ଷେପ ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ହ୍ୱାଟ୍ସଆପ୍ ଠାରୁ ସ୍ପଷ୍ଟୀକରଣ ଲୋଡିବେ । ଭାରତରେ ହ୍ୱାଟ୍ସଆପର ପ୍ରାୟ ୫୦ କୋଟି ୟୁଜର ଅଛନ୍ତି। ସେହିପରି, ହ୍ୱାଟ୍ସଆପ୍ ଦାବି କରୁଛି ଯେ ଏହି ଫିଚର ୟୁଜରଙ୍କ ଗୋପନୀୟତା ବୃଦ୍ଧି କରିବା ଲକ୍ଷ୍ୟରେ ବିକଶିତ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରାଇଭେସୀ ଓ ସୁରକ୍ଷାକୁ ନେଇ ଜାରି ବିବାଦ ଭିତରେ ସାଇବର ବିଶେଷଜ୍ଞଙ୍କ ମତରେ ସାଇବର ଅପରାଧିଙ୍କୁ ନିଜର ପରିଚୟ ଲୁଚାଇ ଠକିବାର ନୂଆ ରାସ୍ତା ମିଳିପାରେ। ଆଇନ ପାଇଁ ତାଙ୍କ ପାଖରେ ପହଁଞ୍ଚିବା ମଧ୍ୟ କଷ୍ଟକର ହୋଇପାରେ। ହ୍ବାଟସଆପ୍ର ‘ୟୁଜରନେମ୍ ବେସଡ୍ ପରିଚୟ’ ଥିବା ଫିଚର ପୋଲିସ ଓ ତଦନ୍ତକାରୀ ଏଜେନ୍ସି ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ।
Related Topics
Explore more stories