Modi Sarkar Jal Bachao Abhiyan / ଜଳ ସଂରକ୍ଷଣ ଅଭିଯାନକୁ ମିଳିଲା ବଡ଼ ସଫଳତା; ସର୍ବାଗ୍ରେ ଆନ୍ଧ୍ର
·1 hour ago·3 min read

Key Points
କେନ୍ଦ୍ର ସରକାରଙ୍କ "ଜଳ ସଞ୍ଚୟ ଜନ ଭାଗୀଦାରୀ" ଅଭିଯାନ ସଫଳତାକୁ ମିଳିଛି ବଡ଼ ସଫଳତା। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର. ପାଟିଲ କହିଛନ୍ତି ଯେ ମେ ୩୧ ସୁଦ୍ଧା ୧ କୋଟି ଜଳ ସଂରକ୍ଷଣ ଢାଞ୍ଚା ନିର୍ମାଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ହେଲେ ୧.୫୫ କୋଟି ନିର୍ମାଣ କରାଯାଇ ସାରିଛି।
Jal Sanchay Jan Bhagidari Initiative: ମୋଦି ସରକାରଙ୍କ ଜଳ ସଂରକ୍ଷଣ ଅଭିଯାନକୁ ମିଳିଛି ଏକ ବଡ଼ ସଫଳତା। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ଜନସାଧାରଣଙ୍କ ବିପୁଳ ସମର୍ଥନ ମିଳିଛି। କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ "ଜଳ ସଞ୍ଚୟ ଜନ ଭାଗୀଦାରୀ" ଅଭିଯାନ ଏହାର ଧାର୍ଯ୍ୟ ଲକ୍ଷ୍ୟ ଠାରୁ ବହୁ ଆଗରେ ରହିଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର ପାଟିଲ କହିଛନ୍ତି ଯେ ଚଳିତ ବର୍ଷ ୩୧ ମେ ପର୍ଯ୍ୟନ୍ତ ୧ କୋଟି ଜଳ ସଂରକ୍ଷଣ ଭଣ୍ଡାର ନିର୍ମାଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ହେଲେ ଦେଶବାସଙ୍କ ସାମୂହିକ ପ୍ରୟାସ କ୍ରମେ ଏପର୍ଯ୍ୟନ୍ତ ୧.୫୫ କୋଟି ଭଣ୍ଡାର ନିର୍ମାଣ ହୋଇସାରିଛି। ଯାହା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୫୫ ଲକ୍ଷ ଅଧିକ ରହିଛି।
କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର ପାଟିଲ କହିଛନ୍ତି, ଗତ ୬ ଡିସେମ୍ବର ୨୦୨୪ ରେ ପ୍ରଧାନମନ୍ତ୍ରୀ ସୁରଟରେ କହିଥିଲେ ଯେ ଜଳ ସଂରକ୍ଷଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ସୁରଟରେ ରାଜସ୍ଥାନର ବ୍ୟବସାୟୀ ସେମାନଙ୍କ ଗାଁରେ ପ୍ରାୟ ୪୦,୦୦୦ ଜଳ ସଂରକ୍ଷଣ ଭଣ୍ଡାର ନିର୍ମାଣ କରିଥିଲେ। ମଧ୍ୟ ପ୍ରଦେଶରେ ୩୫,୦୦୦ ଭଣ୍ଡାର ନିର୍ମାଣ କରାଯିବା ସହ ବିହାରର ୧୦ ଜିଲ୍ଲାରେ ଜଳ ସଂରକ୍ଷଣ ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି। ମୁମ୍ବାଇର ଜଣେ ବ୍ୟବସାୟୀ କଚ୍ଛରେ ଏକ ଶୁଖିଲା ନଦୀକୁ ଗଭୀର କରିବା ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।
ଏବେ ୨ କୋଟିର ନୂତନ ଲକ୍ଷ୍ୟ
କେନ୍ଦ୍ରମନ୍ତ୍ରୀ ଜଳ ଶକ୍ତି ମନ୍ତ୍ରୀଙ୍କ କହିବା ଅନୁଯାୟୀ ଜଳ ସଂରକ୍ଷଣ ଅଭିଯାନ ମୂଳ ଲକ୍ଷ୍ୟ ଏହା ଥିଲା ଯେ ୨୦୨୫ ମେ ୩୧ ପର୍ଯ୍ୟନ୍ତ ୧୦ ଲକ୍ଷ ଭଣ୍ଡାର ନିର୍ମାଣ କରିବା। ହେଲେ ସେତେବେଳେ ମଧ୍ୟ ମାତ୍ର ୨୭.୫ ଲକ୍ଷ ଭଣ୍ଡାର ନିର୍ମାଣ କରାଯାଇଥିଲା। ଏବେ ଆସନ୍ତା ୨୦୨୭ ମେ ୩୧ ପର୍ଯ୍ୟନ୍ତ ୨ କୋଟି ଭଣ୍ଡାର ନିର୍ମାଣ କରିବାକୁ ନୂତନ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, "ଯଦି ପାଣି ଅଛି, ତାହେଲେ କାଲି ଅଛି।" ଏହାର ପ୍ରଭାବ ଏବେ ଦୃଶ୍ୟମାନ ହେବାରେ ଲାଗିଛି। ସରକାର ମନରେଗା ମାଧ୍ୟମରେ ୧୦ ଲକ୍ଷ ଭଣ୍ଡାର ନିର୍ମାଣ କରିଛନ୍ତି। ବାକି ଭଣ୍ଡାରକୁ ଲୋକେ ନିଜସ୍ୱ ଉଦ୍ୟମ କ୍ରମେ ନିର୍ମାଣ କରିଛନ୍ତି। ଏହା ଭବିଷ୍ୟତରେ ଭୂତଳ ଜଳ ସ୍ତରକୁ ବୃଦ୍ଧି କରିବ।
ଏହା ସହ ପଢନ୍ତୁ: ଖୋଜା ଚାଲିଛି ବିପଦପୂର୍ଣ୍ଣ ଗଛ; ଉଚ୍ଛେଦ ପରେ ବଢିବ ସବୁଜିମା ପରିସର
ଜଳ ସଂରକ୍ଷଣ ଅଭିଯାନରେ ସର୍ବାଗ୍ରେ ରହିଛି ଆନ୍ଧ୍ର
ସମଗ୍ର ଦେଶରେ ଜଳ ସଂରକ୍ଷଣ ଅଭିଯାନରେ ଆନ୍ଧ୍ର ପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ଏଠାରେ ୩୧.୦୮ ଲକ୍ଷ ଭଣ୍ଡାର ନିର୍ମିତ ହୋଇଛି। ଏହା ପରେ ଛତିଶଗଡ଼ରେ ୨୩.୦୭ ଲକ୍ଷ, ମଧ୍ୟ ପ୍ରଦେଶ ୨୧.୯୦ ଲକ୍ଷ, ତେଲେଙ୍ଗାନା ୧୫.୮୮ ଲକ୍ଷ, ରାଜସ୍ଥାନ ୫.୮୨ ଲକ୍ଷ, ଉତ୍ତର ପ୍ରଦେଶ ୨.୭୪ ଲକ୍ଷ, ଗୁଜରାଟରେ ୨.୨୦ ଲକ୍ଷ ଭଣ୍ଡାର ନିର୍ମାଣ କରାଯାଇଛି। ଜିଲ୍ଲା ମଧ୍ୟରେ ଆନ୍ଧ୍ର ପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲା ୧୦.୪୯ ଲକ୍ଷ ଭଣ୍ଡାର ନିର୍ମାଣ କରି ଦେଶରେ ପ୍ରଥମ ସ୍ଥାନରେ ରହିଛି। ସହର ମଧ୍ୟରେ ହାଇଦ୍ରାବାଦ ନଗର ନିଗମ ୨୪,୮୯୨ ପ୍ରକଳ୍ପ ସହିତ ତାଲିକାର ଶୀର୍ଷରେ ରହିଛି।
ମୋଦି ସରକାରାଙ୍କ "ଜଳ ସଞ୍ଚୟ ଜନ ଭାଗୀଦାରୀ" ଅଭିଯାନ କ'ଣ?
"ଜଳ ସଞ୍ଚୟ ଜନ ଭାଗୀଦାରୀ" ଅଭିଯାନ ହେଉଛି ଜଳ ସଂରକ୍ଷଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ଏକ କେନ୍ଦ୍ର ସରକାରଙ୍କ ଅଭିଯାନ। ଯେଉଁଥିରେ ବର୍ଷାଜଳ ସଂଗ୍ରହ, ଭୂତଳ ଜଳସ୍ତରକୁ ସକ୍ରିୟ ରଖିବା ଏବଂ ପୁରୁଣା ଜଳାଶୟର ପୁନରୁଦ୍ଧାର କରିବା ଅନ୍ତର୍ଭୂକ୍ତ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ବାସିନ୍ଦା ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ସ୍ୱେଚ୍ଛାସେବୀ ଭାବରେ ଯୋଗ ଦେଉଛନ୍ତି। ଏହି ଅଭିଯାନକୁ ସ୍ୱଚ୍ଛତାର ସହ କାର୍ଯ୍ୟକାରୀ କରାଯାଉଛି। ଜିଲ୍ଲପାଳଙ୍କ ଦ୍ୱାରା ତଦାରଖ କରାଯାଇ, ସଂସ୍ଥାଗତ ସାମାଜିକ ଦାୟିତ୍ୱ (Corporate Social Responsibility) ପାଣ୍ଠି ବ୍ୟବହାର କରି ଏକ ପୋର୍ଟାଲ୍ ରେ ଏ ସମ୍ପର୍କିତ ତଥ୍ୟ ଅପଲୋଡ଼୍ କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories