Notice to Telegram and Signal / ସାଇବର ଜାଲିଆତି ରୋକିବା ପାଇଁ ବଡ଼ ପଦକ୍ଷେପ,ଟେଲିଗ୍ରାମ୍ ଓ ସିଗନାଲ୍ ଆପ୍କୁ କେନ୍ଦ୍ରର ନୋଟିସ୍
·2 months ago·2 min read

Key Points
ଟେଲିଗ୍ରାମ ଓ ସିଗନାଲ୍ ଆପ୍କୁ କେନ୍ଦ୍ରର ନୋଟିସ୍
ସାଇବର ଜାଲିଆତି ରୋକିବା ପାଇଁ ବଡ଼ ପଦକ୍ଷେପ
ଆଇଟି ମନ୍ତ୍ରାଳୟ ପକ୍ଷରୁ ନୋଟିସ୍ ଜାରି ହେଲା
ସାଇବର ଜାଲିଆତି ରୋକିବା ପାଇଁ ବଡ଼ ପଦକ୍ଷେପ
ଆଇଟି ମନ୍ତ୍ରାଳୟ ପକ୍ଷରୁ ନୋଟିସ୍ ଜାରି ହେଲା
ନୁଆଦିଲ୍ଲୀ,୦୩/୦୭: ହ୍ୱାଟ୍ସଆପ୍ ପରେ ଟେଲିଗ୍ରାମ ଓ ସିଗନାଲ୍କୁ କେନ୍ଦ୍ରର ନୋଟିସ୍ । ସାଇବର ଜାଲିଆତି ଏବଂ ପରିଚୟ ଚୋରି ରୋକିବା ପାଇଁ କେନ୍ଦ୍ର ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି। ମେଟା ମାଲିକାନାରେ ଥିବା ହ୍ୱାଟ୍ସଆପ୍କୁ ନୋଟିସ୍ ଜାରି କରିବାର ଠିକ୍ ଗୋଟିଏ ଦିନ ପରେ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ଏବେ ଟେଲିଗ୍ରାମ୍ ଏବଂ ସିଗନାଲ୍ ଆପ୍କୁ ମଧ୍ୟ ନୋଟିସ୍ ପଠାଇଛି। ଏହି ପ୍ଲାଟଫର୍ମଗୁଡ଼ିକରେ ପୂର୍ବରୁ ଉପଲବ୍ଧ ଥିବା ‘ୟୁଜରନେମ୍’ ଫିଚରକୁ ନେଇ ସରକାର ପ୍ରଶ୍ନ ଉଠାଇଛନ୍ତି।
ସରକାରଙ୍କ କହିବା ଅନୁଯାୟୀ, ଫୋନ ନମ୍ବର ବଦଳରେ କେବଳ 'ୟୁଜରନେମ୍' ବ୍ୟବହାର କରିବା ଦ୍ୱାରା ଅନଲାଇନ୍ ପ୍ରତାରଣା, ଫିସିଂ ଏବଂ 'ଡିଜିଟାଲ୍ ଆରେଷ୍ଟ' ଭଳି ସ୍କାମ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଟେଲିଗ୍ରାମ ଏବଂ ସିଗନାଲ୍ ନିଜ ୟୁଜରମାନଙ୍କ ସୁରକ୍ଷା ପାଇଁ କିଭଳି ପଦକ୍ଷେପ ନେଉଛନ୍ତି, ସେ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଛନ୍ତି ସରକାର। ଏପରିକି ଟେଲିଗ୍ରାମ୍କୁ ଏହି ଫିଚର ରଖିବାକୁ କାହିଁକି ଅନୁମତି ଦିଆଯିବ, ସେ ନେଇ ମଧ୍ୟ କୈଫିୟତ ମଗାଯାଇଛି।
ଗତ ବୁଧବାର ଦିନ ହ୍ୱାଟସ୍ଆପ୍ ର ନୂଆ ଫିଚର୍ ଉପରେ ସରକାରଙ୍କ ରୋକ୍ । ମେଟା କୁ କେନ୍ଦ୍ର ସରକାରଙ୍କ ବଡ଼ ଝଟ୍କା। 'ୟୁଜରନେମ୍' ଫିଚର୍ ରୋଲ୍ଆଉଟ୍ ଉପରେ ରୋକ୍ ଲଗାଇଲେ ସରକାର। ୩ ଦିନ ଭିତରେ ଜବାବ ମାଗିଲେ ସରକାର। ସାରା ଦେଶରେ କୋଟି କୋଟି ଲୋକ ବ୍ୟବହାର କରୁଥିବା ପପୁଲାର୍ ମେସେଜିଂ ଆପ୍ 'ହ୍ୱାଟସ୍ଆପ୍'କୁ ନେଇ କେନ୍ଦ୍ର ସରକାର ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ହ୍ୱାଟ୍ସଆପ୍ର ଏହି ନୂଆ ଆଗାମୀ ଫିଚର ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇବା ସହ ସରକାରଙ୍କ ସନ୍ତୋଷଜନକ ଆଲୋଚନା ନହେବା ପର୍ଯ୍ୟନ୍ତ ଏହାକୁ ଲଞ୍ଚ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଏହି ଯାଞ୍ଚର ପରିସରକୁ ଅନ୍ୟ ମେସେଜିଂ ଆପ୍ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା।
ପଢନ୍ତୁ ଏହି ଖବର: ମେଟାକୁ କେନ୍ଦ୍ର ସରକାରଙ୍କ ବଡ଼ ଝଟ୍କା, ହ୍ୱାଟ୍ସଆପ୍ର ନୂଆ ‘ୟୁଜରନେମ୍’ ଫିଚରକୁ ବ୍ରେକ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ପୁର୍ବରୁ ୟୁଜରନେମ୍’ ଫିଚରକୁ ନେଇ ସ୍ପଷ୍ଟୀକରଣ ରଖିଥିଲା ହ୍ୱାଟ୍ସଆପ୍ । ଚଳିତ ବର୍ଷ ଶେଷ ଆଡକୁ ଏହା ଉପଲବ୍ଧ ହେବ । ପୂର୍ବରୁ ୟୁଜର୍ସମାନେ ନିଜ ପସନ୍ଦର ୟୁଜରନେମ୍ ସଂରକ୍ଷିତ କରୁଥିବା ବେଳେ ଗୋପନୀୟତା, ସୁରକ୍ଷା ଏବଂ ପରିଚୟ ଚୋରି ଆଦି ଆଶଙ୍କାକୁ ଦୂର କରିବା ପାଇଁ କମ୍ପାନୀ ଏହି ସ୍ପଷ୍ଟୀକରଣ ଦେଇଥିଲା।
ହ୍ୱାଟ୍ସଆପ୍ କହିଥିଲା ଯେ ଏହି ଫିଚର୍ସ ସମ୍ପୂର୍ଣ୍ଣ ଇଚ୍ଛାଧୀନ ହେବ । ୟୁଜର୍ସମାନଙ୍କ ପାଇଁ ୟୁଜରନେମ୍ ତିଆରି କରିବା ବାଧ୍ୟତାମୂଳକ ନୁହେଁ । 'ମେଟା ଭେରିଫାଇଡ୍' ଆକାଉଣ୍ଟଗୁଡ଼ିକର ନାମକୁ ସୁରକ୍ଷିତ ରଖାଯାଇଛି । ଯେପରି କେହି ସେମାନଙ୍କ ନାମରେ ନକଲି ଆକାଉଣ୍ଟ ଖୋଲି ନପାରିବେ । ଗୋପନୀୟତା ଚିନ୍ତାକୁ ନେଇ ହ୍ୱାଟ୍ସଆପ୍ କହିଛି ଯେ ଫୋନ୍ ନମ୍ବର ଭଳି ୟୁଜରନେମକୁ ମଧ୍ୟ ପ୍ଲାଟଫର୍ମରେ ସର୍ଚ୍ଚ କରାଯାଇପାରିବ ନାହିଁ ।

Related Topics
Explore more stories