New UT in India / 'ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଗଠିତ କରିବାର କୌଣସି ପ୍ରସ୍ତାବ ନାହିଁ'
·4 months ago·2 min read

Key Points
ଦେଶରେ ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାକୁ ନେଇ କୌଣସି ପ୍ରସ୍ତାବ ଆସିନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି
Centre Rejects Creation of New UT in India: ଦେଶରେ ଏକ ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାକୁ ନେଇ ହେଉଥିବା ଦାବି ଶନିବାର କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ଏ ସମ୍ପର୍କିତ ଏକ ଦାବି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଦାବି କରାଯାଇଥିଲା କେନ୍ଦ୍ର ସରକାର ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ସିଲିଗୁଡି଼ କରିଡର ନିକଟରେ ଅବସ୍ଥିତ ବିହାର ଏବଂ ପଶ୍ଚିମବଙ୍ଗର କିଛି ଜିଲ୍ଲାକୁ ନେଇ ଏକ ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିପାରନ୍ତି।
ଦେଶରେ ଏକ ନୂତନ କେନ୍ଦ୍ର ଶାସିତ ଅଞ୍ଚଳ (New Union Territory in India) New UT in India:ଗଠନ କରିବାକୁ ହେଉଥିବା ଦାବିକୁ ଖଣ୍ଡନ କରିଛି ଭାରତ ସରକାରଙ୍କ ଫ୍ୟାକ୍ଟ ଚେକିଂ ଏଜେନ୍ସି ପିଆଇବି। ଏନେଇ କୁହାଯାଇଛି ଯେ ଏପରି ଦାବିର କୌଣସି ସତ୍ୟତା ନାହିଁ। ଅନଲାଇନ କିମ୍ବା ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରସାରିତ ହେଉଥିବା ସୂଚନା ଯାହାର କୌଣସି ସତ୍ୟାସତ୍ୟ ଯାଞ୍ଚ ହୋଇନାହିଁ ତାହା ଉପରେ ବିଶ୍ୱାସ ନକରିବାକୁ କୁହାଯାଇଛି।
ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ହେଉଥିବା ଦାବି ଅନୁସାରେ ଭାରତ ସରକାର ଦେଶର ସିଲିଗୁଡି଼ କରିଡର ନିକଟରେ ବିହାର ଏବଂ ପଶ୍ଚିମବଙ୍ଗର କିଛି ଜିଲ୍ଲାକୁ ନେଇ ଏକ ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିପାରନ୍ତି। ଏପରି ମିଥ୍ୟା ଦାବିକୁ ପିଆଇବି ଏକ୍ସ ହ୍ୟାଣ୍ଡଲ୍ ପକ୍ଷରୁ ସେୟାର କରାଯାଇଛି। ଏନେଇ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଦେଶରେ କୌଣସି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାକୁ ନେଇ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ବିଚରାଧିନ ନାହିଁ। ଏ ସମ୍ପର୍କିତ ଦାବି କେବଳ ଏକ ଗୁଜବ। ଅନଲାଇନ ଅଥବା ସୋସିଆଲ ମିଡ଼ିଆ ମାଧ୍ୟମରେ କୌଣସି ତଥ୍ୟ ସେୟାର କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇ ପିଆବି। ଏନେଇ କୁହାଯାଇଛି ଯେ ଏପରି ପୋଷ୍ଟ ସେୟାର କରିବା ପୂର୍ବରୁ ସର୍ବଦା ସରକାରୀ ସୂତ୍ରରୁ ଏହାର ସତ୍ୟାସତ୍ୟ ଯାଞ୍ଚ କରନ୍ତୁ।
କିଛି ସୋସିଆଲ ମିଡିଆ ହ୍ୟାଣ୍ଡେଲ ପକ୍ଷରୁ ଏ ସମ୍ପର୍କିତ ଅନେକ ପୋଷ୍ଟ ସେୟାର କରାଯାଇଥିଲା। ଯେଉଁଥିରେ ଦାବି କରାଯାଇଥିଲା ଯେ ସିଲିଗୁଡି଼ କରିଡ଼ର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ବିହାର ଏବଂ ପଶ୍ଚିମବଙ୍ଗର ଜିଲ୍ଲାକୁ ନେଇ ଏକ ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିପାରନ୍ତି। ଏହି ପ୍ରସ୍ତାବିତ କେନ୍ଦ୍ର ଶାସିତ ଅଞ୍ଚଳ ବିହାରର ପୂର୍ଣ୍ଣିଆ, ଅରରିଆ, କିଶନଗଞ୍ଜ, କଟିହାର ଏବଂ ପଶ୍ଚିମବଙ୍ଗର ମାଲଦା ସହ ଉତ୍ତର ଦିନାଜପୁର ଜିଲ୍ଲାକୁ ନେଇ ଗଠିତ ହେବ।
ରଣନୈତିକ ଦୃଷ୍ଟିକୋଣରୁ ଭାରତ ସରକାର ଦେଶରେ ଏକ ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିପାରନ୍ତି। ସିଲିଗୁଡ଼ି କରିଡ଼ର ପୂର୍ବୋତ୍ତର ଭାରତକୁ ଦେଶର ମୂଳଭୂଖଣ୍ଡ ସହ ଯୋଡ଼ିଥାଏ। ଏହି ସ୍ଥାନ ସମଗ୍ର ଦେଶରେ କୁକୁଡ଼ାର ବେକ (Chicken Neck of India) ନାମରେ ଜଣାଶୁଣା। ଯାହା ପଶ୍ଚିମବଙ୍ଗର ଉତ୍ତର ଭାଗରେ ଅବସ୍ଥିତ ସିଲିଗୁଡ଼ି ସହର ଚାରିପାଖରେ ଅବସ୍ଥିତ ଏକ ସଂକୀର୍ଣ୍ଣ ସ୍ଥଳପଥ।

🚨 Fake News Alert
— PIB Fact Check (@PIBFactCheck) March 7, 202
Social media posts are claiming that the Government is planning to create a new Union Territory comprising districts from Bihar and West Bengal near the Siliguri corridor.#PIBFactCheck
❌ This claim is #Fake
✅There is no such proposal under consideration… pic.twitter.com/jv8Fi9RKnF
କିଛି ସୋସିଆଲ ମିଡିଆ ହ୍ୟାଣ୍ଡେଲ ପକ୍ଷରୁ ଏ ସମ୍ପର୍କିତ ଅନେକ ପୋଷ୍ଟ ସେୟାର କରାଯାଇଥିଲା। ଯେଉଁଥିରେ ଦାବି କରାଯାଇଥିଲା ଯେ ସିଲିଗୁଡି଼ କରିଡ଼ର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ବିହାର ଏବଂ ପଶ୍ଚିମବଙ୍ଗର ଜିଲ୍ଲାକୁ ନେଇ ଏକ ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିପାରନ୍ତି। ଏହି ପ୍ରସ୍ତାବିତ କେନ୍ଦ୍ର ଶାସିତ ଅଞ୍ଚଳ ବିହାରର ପୂର୍ଣ୍ଣିଆ, ଅରରିଆ, କିଶନଗଞ୍ଜ, କଟିହାର ଏବଂ ପଶ୍ଚିମବଙ୍ଗର ମାଲଦା ସହ ଉତ୍ତର ଦିନାଜପୁର ଜିଲ୍ଲାକୁ ନେଇ ଗଠିତ ହେବ।
ରଣନୈତିକ ଦୃଷ୍ଟିକୋଣରୁ ଭାରତ ସରକାର ଦେଶରେ ଏକ ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିପାରନ୍ତି। ସିଲିଗୁଡ଼ି କରିଡ଼ର ପୂର୍ବୋତ୍ତର ଭାରତକୁ ଦେଶର ମୂଳଭୂଖଣ୍ଡ ସହ ଯୋଡ଼ିଥାଏ। ଏହି ସ୍ଥାନ ସମଗ୍ର ଦେଶରେ କୁକୁଡ଼ାର ବେକ (Chicken Neck of India) ନାମରେ ଜଣାଶୁଣା। ଯାହା ପଶ୍ଚିମବଙ୍ଗର ଉତ୍ତର ଭାଗରେ ଅବସ୍ଥିତ ସିଲିଗୁଡ଼ି ସହର ଚାରିପାଖରେ ଅବସ୍ଥିତ ଏକ ସଂକୀର୍ଣ୍ଣ ସ୍ଥଳପଥ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories