Videos
|
National

Free Petrol / ଆସିଗଲା ପେଟ୍ରୋଲ୍ ଲଙ୍ଗର୍; ଭାରତର ଏହି ସ୍ଥାନରେ ମାଗଣାରେ ଗାଡ଼ିରେ ଭରି ପାରିବେ ପେଟ୍ରୋଲ୍

Sushanta Sahoo
Browse all articles by Sushanta Sahoo
·43 mins ago·2 min read
ଆସିଗଲା ପେଟ୍ରୋଲ୍ ଲଙ୍ଗର୍; ଭାରତର ଏହି ସ୍ଥାନରେ ମାଗଣାରେ ଗାଡ଼ିରେ ଭରି ପାରିବେ ପେଟ୍ରୋଲ୍
₹500 for Bikes, ₹1,000 for Cars

Key Points

ଦୁଇ ଚକିଆ ଯାନ ପାଇଁ ୫୦୦ ଟଙ୍କା ଆଉ ୪ ଚକିଆ ଯାନ କାର୍ ପାଇଁ ୧୦୦୦ ଟଙ୍କାର ମାଗଣା ପେଟ୍ରୋଲ୍ ଗାଡ଼ିରେ ଭରା ଯାଉଛି । ଏହି ନିଆରା ଲଙ୍ଗର୍ ଆୟୋଜନ କରୁଛନ୍ତି ଅମ୍ରିତସରର ରାଜା ।
ନୂଆଦିଲ୍ଲୀ: ପୁରୀ-ତରକାରୀ, ରାଜମା-ଚାଉଳ ଆଦି ଖାଦ୍ୟ ପାନୀୟର ଲଙ୍ଗର୍ ଆପଣ ଦେଖିଥିବେ ଏବଂ ଖାଇଥିବେ । କିନ୍ତୁ କେବେ ଶୁଣିଛନ୍ତି ପେଟ୍ରୋଲ୍‌ର ଲଙ୍ଗର କଥା । ଆଜ୍ଞା ହଁ, ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ରେ ମଙ୍ଗଳବାର ଲାଗୁଛି ପେଟ୍ରୋଲ୍ ଲଙ୍ଗର୍ ।

ଯେଉଁଠି ଲୋକଙ୍କୁ ମଗଣାରେ ପେଟ୍ରୋଲ୍ ଦିଆଯାଉଛି । ଦୁଇ ଚକିଆ ଯାନ ପାଇଁ ୫୦୦ ଟଙ୍କା ଆଉ ୪ ଚକିଆ ଯାନ କାର୍ ପାଇଁ ୧୦୦୦ ଟଙ୍କାର ମାଗଣା ପେଟ୍ରୋଲ୍ ଗାଡ଼ିରେ ଭରା ଯାଉଛି । ଏହି ନିଆରା ଲଙ୍ଗର୍ ଆୟୋଜନ କରୁଛନ୍ତି ଅମ୍ରିତସରର ରାଜା । ଏହା ପୂର୍ବରୁ ସେ ୫୦୦ ଟଙ୍କିଆ ନୋଟର ଲଙ୍ଗର୍ ଲଗାଇ ଚର୍ଚ୍ଚାକୁ ଆସିଥିଲେ ।

ଚଣ୍ଡିଗଡ଼ରେ ଏବେ ଚର୍ଚ୍ଚାରେ ରହିଛି 'ପେଟ୍ରୋଲ ଲଙ୍ଗର'। ଅମୃତସରର ରାକେଶ ତ୍ରେହନ ଓରଫ ରାଜା ଦ କିଙ୍ଗ୍ ଏହାର ଆୟୋଜନ କରୁଛନ୍ତି। ଅଗଷ୍ଟ ୧୮ ତାରିଖ ମଙ୍ଗଳବାର ଚଣ୍ଡିଗଡ଼ର ଦୁଇଟି ପେଟ୍ରୋଲ ପମ୍ପରେ ଲୋକଙ୍କୁ ମାଗଣା ପେଟ୍ରୋଲ ପାଇଁ କୁପନ ଦିଆଯିବ ।

ଏହି ଆୟୋଜନ ସେକ୍ଟର-୧୦ର ଓବରାୟ ପେଟ୍ରୋଲ୍ ପମ୍ପ ଏବଂ ସେକ୍ଟର-୭ର ସିଦ୍ଧୁ ପେଟ୍ରୋଲ ପମ୍ପରେ ହେବ । ସନ୍ଧ୍ୟା ୫ଟାରୁ କୁପନ ବଣ୍ଟା ଆରମ୍ଭ ହେବ ବୋଲି ରାଜା କହିଛନ୍ତି ।

ଏଥିସହ ପଢ଼ନ୍ତୁ: ଦୋକାନରେ ବ୍ୟବହୃତ ହେଉଛି ଆଧୁନିକ ଜ୍ଞାନକୌଶଳ; ଏଆଇ କହୁଛି ଆପଣ କେତେ ଥର ପିଇଛନ୍ତି କଫି 

ବାଇକ୍ ପାଇଁ ୫୦୦ ଟଙ୍କା ଏବଂ କାର୍ ପାଇଁ ୧,୦୦୦ ଟଙ୍କାର କୁପନ ଦିଆଯିବ। ଏହି କୁପନ ବ୍ୟବହାର କରି ଗାଡ଼ି ମାଲିକ ମାଗଣାରେ ପେଟ୍ରୋଲ ଭରି ପାରିବେ । ଆୟୋଜକଙ୍କ କହିବା ଅନୁସାରେ, କେବଳ ଗାଡ଼ି ନେଇ ଆସୁଥିବା ଲୋକମାନଙ୍କୁ ହିଁ କୁପନ୍ ମିଳିବ ।

ଏହା ପୂର୍ବରୁ ରାଜା ଚଣ୍ଡିଗଡ଼ ଓ ଅମ୍ରିତସରରେ ଏଭଳି ଭିନ୍ନ ଧରଣର ଲଙ୍ଗର ଆୟୋଜନ କରିଛନ୍ତି । ପୂର୍ବରୁ ସେ ବର୍ଗର, କୋଲ୍ଡ ଡ୍ରିଙ୍କ୍ସ ଏବଂ ୫୦୦ ଟଙ୍କିଆ ନୋଟ ବଣ୍ଟନ କରିଥିଲେ । ସେଗୁଡ଼ିକ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାରେ ରହିଥିଲା । ଆଗାମୀ ଦିନରେ ଆଇଫୋନ ବଣ୍ଟନ କରିବା ନେଇ ମଧ୍ୟ ସେ ସଙ୍କେତ ଦେଇଛନ୍ତି, କିନ୍ତୁ ଏନେଇ ବିସ୍ତୃତ ସୂଚନା ଦିଆଯାଇନାହିଁ।

ଚଣ୍ଡିଗଡ଼ରେ ଆଜିର ଏହି 'ପେଟ୍ରୋଲ ଲଙ୍ଗର'କୁ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ତେବେ କୁପନ ବଣ୍ଟନ ଓ ମାଗଣା ପେଟ୍ରୋଲ ସମ୍ପର୍କିତ ସମସ୍ତ ବିବରଣୀ ଆୟୋଜକଙ୍କ ଘୋଷଣା ଉପରେ ଆଧାରିତ ଅଟେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: