Videos
|
Viral stories

Coffee Shop AI / ଦୋକାନରେ ବ୍ୟବହୃତ ହେଉଛି ଆଧୁନିକ ଜ୍ଞାନକୌଶଳ; ଏଆଇ କହୁଛି ଆପଣ କେତେ ଥର ପିଇଛନ୍ତି କଫି

Subhramjit Ray
Browse all articles by Subhramjit Ray
·1 hour ago·2 min read
ଦୋକାନରେ ବ୍ୟବହୃତ ହେଉଛି ଆଧୁନିକ ଜ୍ଞାନକୌଶଳ; ଏଆଇ କହୁଛି ଆପଣ କେତେ ଥର ପିଇଛନ୍ତି କଫି
Coffee Shop AI

Key Points

ପୂର୍ବରୁ ମଧ୍ୟ ସୋସିଆଲ ମିଡି଼ଆରେ ଏପରି ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କିପରି କାର୍ଯ୍ୟଦକ୍ଷତା ଟ୍ରାକିଂ କରାଯାଏ ତାହା ଦର୍ଶାଯାଉଛି।
AI used in Coffee Shop: ସୋସିଆଲ୍ ମିଡି଼ଆରେ ଏକ କଫି ଦୋକାନର ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ଦେଖିବାକୁ ମିଛୁଛି ଯେ ସାଧାରଣ ଦେଖାଯାଉଥିବା CCTV କ୍ୟାମେରା ସମସ୍ତ ଗ୍ରାହକଙ୍କ ଉପରେ ନଜର ରଖୁଛି। ଏହି ନଜର ଏପରି ଭାବରେ କରାଯାଉଛି ଯାହା ଦ୍ୱାରା ପ୍ରତ୍ୟେକ ଗ୍ରାହକ କେତେ ସମୟ କଫି ଦୋକାନରେ ବସିଛନ୍ତି, କେତେ ଥର ସେମାନେ କଫି ପିଇଛନ୍ତି ଏବଂ ସେମାନଙ୍କର କଫି ଶେଷ କରିବାକୁ କେତେ ସମୟ ଲାଗେ ତାହା ନିର୍ଣ୍ଣୟ କରାଯାଇ ପାରିବ।

ଜଣେ ସୋସିଆଲ ମିଡିଆ ୟୁଜର ଏହି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, "ଏକ କଫି ଦୋକାନ ପ୍ରକୃତ ସମୟରେ (Real Time) ଏହାର ଗ୍ରାହକଙ୍କ ଉପରେ ନଜର ରଖିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (Artificial Intelligence) ବ୍ୟବହାର କରୁଛି। ସାଧାରଣ କ୍ୟାମେରା ବ୍ୟବହାର କରି, ଦୋକାନରେ କିଏ କଫି ପିଉଛି ଏବଂ କେତେ ସମୟ ଧରି ସେଠାରେ ବସି ରହୁଛି ତାହା ନିରୀକ୍ଷଣ କରାଯାଉଛି। କିଏ ଶୀଘ୍ର ପିଉଛି ଆଉ କିଏ ପଛରେ ଅଛି, ଗ୍ରାହକଙ୍କର ପ୍ରତ୍ୟେକ ଗତିବିଧିକୁ ଟ୍ରାକ୍ କରାଯାଉଛି।"

ସେ ଆହୁରି ଲେଖିଛନ୍ତି, "ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏଥିଲାଗି କୌଣସି ଅତିରିକ୍ତ ହାର୍ଡୱେର୍ ବ୍ୟବହାର କରାଯାଉନାହିଁ। ସାଧାରଣ ଦେଖାଯାଉଥିବା CCTV କ୍ୟାମେରା (CCTV Camera),କୁ କାର୍ଯ୍ୟଦକ୍ଷତା ଟ୍ରାକର୍‌ (Performance Tracker) ରେ ରୂପାନ୍ତରିତ କରାଯାଇଛି।"

ଏହା ସହ ପଢନ୍ତୁ: ଚାକିରି ଗିଳିବାରେ ଲାଗିଛି ଏଆଇ; ୬ ମାସରେ ଲକ୍ଷେରୁ ଅଧିକ ହରାଇଲେ କାମ

କାର୍ଯ୍ୟଦକ୍ଷତା ଟ୍ରାକିଂ (Performance Tracking) କରିବା ପାଇଁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ପ୍ରଦର୍ଶନ କରୁଥିବା ଭିଡି଼ଓ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ହେଲେ ତଥାପି, ଏହା ପ୍ରଥମ ଥର ପାଇଁ ହୋଇଛି, ଯେତେବେଳେ ଏକ କଫି ଦୋକାନରେ ଏପରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି। ଲୋକେ ଭାଇରାଲ୍ ଭିଡିଓ ଉପରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି। କେତେକ କୌତୁହଳବଶତଃ ଏଥିପାଇଁ କେଉଁ ସଫ୍ଟୱେର୍‌ ବ୍ୟବହାର କରାଯାଉଛି ତାହାର ନାମ ମଧ୍ୟ ପଚାରୁଛନ୍ତି।

ହେଲେ ତଥାପି ଏହି ଭାଇରାଲ୍ ଭିଡିଓ,କେଉଁ ସ୍ଥାନର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୋସିଆଲ ମିଡି଼ଆରେ ଭିଡି଼ଓ ସେୟାର କରିଥିବା ବ୍ୟକ୍ତି ସ୍ଥାନ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: