Char Dham Yatra / ଆଜିଠାରୁ ଉତ୍ତରାଖଣ୍ଡର ଚାରି ଧାମ ଯାତ୍ରା ଆରମ୍ଭ,ଯାତ୍ରୀଙ୍କ ସୁରକ୍ଷା ପାଇଁ AI କ୍ୟାମେରା ଲଗାଇଛି ପ୍ରଶାସନ
·4 months ago·3 min read

Key Points
ଆଜିଠୁ ଆରମ୍ଭ ଉତ୍ତରାଖଣ୍ଡର ଚାରି ଧାମ ଯାତ୍ରା
ଖୋଲିବ ଗଙ୍ଗୋତ୍ରୀ - ଜମୁନୋତ୍ରି ଦ୍ବାର
ଯାତ୍ରୀଙ୍କ ସୁରକ୍ଷା ପାଇଁ AI କ୍ୟାମେରା ଲଗାଇଛି ପ୍ରଶାସନ
ଶୁଭେଚ୍ଛା ଜଣାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି

ନୁଆଦିଲ୍ଲୀ,୧୯/୦୪: ଆଜିଠୁ ଠୁ ଆରମ୍ଭ ହେବ ଉତ୍ତରାଖଣ୍ଡ ଚାରି ଧାମ ଯାତ୍ରା। ଖୋଲିବ ଗଙ୍ଗୋତ୍ରୀ - ଜମୋତ୍ରି କପାଟ। ଯାତ୍ରୀ ଙ୍କ ସୁରକ୍ଷା ନେଇ AI କ୍ୟାମରା ଲଗାଇଛି ପ୍ରଶାସନ। ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି।
ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ୨୦୨୬ ଆରମ୍ଭ ହେବାକୁ ଯାଉଛି । ଗଙ୍ଗୋତ୍ରୀ ଓ ଯମୁନୋତ୍ରୀର କପାଟ ଆଜି ଖୋଲାଯିବ । ଯାତ୍ରା ଆରମ୍ଭ ପୂର୍ବରୁ ଶୁଭେଚ୍ଛା ଜଣାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଏହାସହିତ ସେ ସମସ୍ତ ତୀର୍ଥଯାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଶୁଭ ତୀର୍ଥଯାତ୍ରା ପାଇଁ ପ୍ରାର୍ଥନା କରିଛନ୍ତି । ଏହି ଯାତ୍ରାକୁ ସଫଳ କରିବା ଲାଗି ଏଥିରେ ସମ୍ପୃକ୍ତ ପ୍ରତିଟି କର୍ମଚାରୀଙ୍କୁ ସେ ନିବେଦନ କରିଛନ୍ତି ।
ଦେଶ ଏବଂ ବିଦେଶରୁ ଆସିଥିବା ଭକ୍ତମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ବର୍ଷଗୁଡ଼ିକ ପରି ଚଳିତ ବର୍ଷ ମଧ୍ୟ ଯାତ୍ରା ସୁଗମ ଏବଂ ସଫଳ ଭାବରେ ସମାପ୍ତ ହେବା ପାଇଁ ସେ ବାବା କେଦାର, ମା' ଗଙ୍ଗୋତ୍ରୀ, ମା' ଯମୁନୋତ୍ରୀ ଏବଂ ବଦ୍ରି ବିଶାଲଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ସେ ଏହା ମଧ୍ୟ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଏହି ବର୍ଷର ଚାରିଧାମ ଯାତ୍ରା ପୂର୍ବ ସମସ୍ତ ରେକର୍ଡକୁ ଅତିକ୍ରମ କରିବ ।
'ସୁବର୍ଣ୍ଣ ସ୍ମୃତି ନେଇ ଘରକୁ ଫେରିବେ ପ୍ରତିଟି ଭକ୍ତ'
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଗୁରୁତ୍ୱାରୋପ କରିଛନ୍ତି ଯେ ରାଜ୍ୟ ସରକାର ପ୍ରତ୍ୟେକ ସ୍ତରରେ ପ୍ରସ୍ତୁତିର ନିରନ୍ତର ତଦାରଖ ଏବଂ ସମୀକ୍ଷା ସହିତ ଏକ ସୁରକ୍ଷିତ ତୀର୍ଥଯାତ୍ରା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ପ୍ରତ୍ୟେକ ଭକ୍ତ ଦେବଭୂମି ଉତ୍ତରାଖଣ୍ଡରେ ସେମାନଙ୍କ ସମୟର ସୁବର୍ଣ୍ଣ ସ୍ମୃତି ସହିତ ଘରକୁ ଫେରିବା ସରକାରଙ୍କ ଲକ୍ଷ୍ୟ ଥିବା ସେ କହିଛନ୍ତି । ରାଜ୍ୟ ପାଇଁ ଚାରିଧାମ ଯାତ୍ରାକୁ ଏକ ପର୍ବ ଭାବରେ ବର୍ଣ୍ଣନା କରି ସେ ଉଲ୍ଲେଖ କରିଛନ୍ତି ଯେ ଏହି ସମୟ ମଧ୍ୟରେ ଭାରତ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଉତ୍ତରାଖଣ୍ଡ ପରିଦର୍ଶନ କରନ୍ତି । ସେମାନଙ୍କ ଯାତ୍ରା ସୁଗମ ଏବଂ ସୁରକ୍ଷିତ ରହିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର, ପୁରୀରେ ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର
ମୁଖ୍ୟମନ୍ତ୍ରୀ ଯାତ୍ରାକୁ ସଫଳ କରିବା ପାଇଁ ସାମୂହିକ ସହଯୋଗର ଗୁରୁତ୍ୱ ଉପରେ ଆହୁରି ଗୁରୁତ୍ୱାରୋପ କରିଥିଲେ, ଯାହା ଦ୍ଵାରା ଅଧିକରୁ ଅଧିକ ତୀର୍ଥଯାତ୍ରୀ ଦେବଭୂମିର ବାର୍ତ୍ତା ଏବଂ ଆଧ୍ୟାତ୍ମିକ ବିଶ୍ୱରେ ପହଞ୍ଚାଇ ପାରିବେ । ସେ ଯାତ୍ରାରେ ସାମିଲ ଥିବା ପ୍ରତିଟି ବ୍ୟକ୍ତିବିଶେଷ ସଫେଇ କର୍ମଚାରୀଙ୍କଠାରୁ ଆରମ୍ଭ କରି ପୋଲିସ କର୍ମଚାରୀ ଏବଂ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସେମାନଙ୍କର ଦାୟିତ୍ୱ ନିଷ୍ଠାର ସହିତ ପାଳନ କରିବାକୁ ମଧ୍ୟ ନିବେଦନ କରିଥିଲେ ।
କେତେବେଳେ ଖୋଲିବ ଦ୍ଵାର ?
ଆଜି ଅକ୍ଷୟ ତୃତୀୟା ପାଇଁ ବିଶେଷ ପୂଜାର୍ଚ୍ଚନା ପରେ ମଧ୍ୟାହ୍ନ ୧୨ଟା ୧୫ ମିନିଟରେ ଗଙ୍ଗୋତ୍ରୀ ଧାମର କପାଟ ଶ୍ରଦ୍ଧାଳୁଙ୍କ ଲାଗି ଖୋଲିବ । ଏହି ଦ୍ଵାର ଆସନ୍ତା ୬ ମାସ ଲାଗି ଖୋଲା ରହିବ । ସେପଟେ ଯମୁନୋତ୍ରି ଧାମ ବି କାଲି ଏପ୍ରିଲ ୧୯ରେ ଖୋଲିବ । ମା ଯମୁନାଙ୍କ ପାଲିଙ୍କି ରବିବାର ସକାଳୁ ଖରସାଳିରୁ ବାହାରିବ । ଏହାପରେ ସକାଳ ୮.୪୫ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଥିବା ଶୁଭ ମୁହୂର୍ତ୍ତ ଦେଖି ଦ୍ଵାର ଖୋଲାଯିବ ।
ଅଫଲାଇନ ପଞ୍ଜୀକରଣ ଆରମ୍ଭ
ଚାରି ଧାମ ଯାତ୍ରା ଲାଗି ଏବେ ଅନଲାଇନ ରେଜିଷ୍ଟ୍ରେସନ ସହିତ ଅଫଲାଇନ ପଞ୍ଜୀକରଣ ବି ଆରମ୍ଭ ହୋଇଯାଇଛି । ଗତ ଶୁକ୍ରବାର ପ୍ରଥମ ଦିନରେ ୨୭୧୩ ଜଣ ଶ୍ରଦ୍ଧାଳୁ ଅଫଲାଇନ କାଉଣ୍ଟରରେ ନିଜର ପଞ୍ଜୀକରଣ କରିଛନ୍ତି । ପ୍ରଥମ ଦିନ ଯମୁନୋତ୍ରୀ ଲାଗି ୬୮୩, ଗଙ୍ଗୋତ୍ରୀ ଲାଗି ୬୯୦, କେଦାରନାଥ ଲାଗି ୬୬୭ ଓ ବଦ୍ରୀନାଥ ଲାଗି ୬୭୩ ଶ୍ରଦ୍ଧାଳୁ ପଞ୍ଜୀକରଣ କରିଛନ୍ତି ।

Related Topics
Explore more stories