|
logo
Live
Argus News App
GET APP

Argus News - ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର, ପୁରୀରେ ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର

Odisha

International Airport / ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର, ପୁରୀରେ ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର

Bikash Mohanty
Browse all articles by Bikash Mohanty
·4 hours ago·2 min read
ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର, ପୁରୀରେ ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର
International airport

Key Points

ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର
ପୁରୀରେ ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର
ଜଙ୍ଗଲ ଜମି ମଞ୍ଜୁରୀ ପ୍ରଦାନ କରିଛି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ

ପୁରୀ ୦୪।୦୪ : ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର। ପୁରୀରେ ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର। ଏଥି ପାଇଁ ଜଙ୍ଗଲ ଜମି ମଞ୍ଜୁରୀ ପ୍ରଦାନ କରିଛି ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ । ଶ୍ରୀ ଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାରଙ୍କ ଷ୍ଟେଜ୍‌-୧ ଅନୁମୋଦନ ମିଳିଛି। ପୁରୀ ଜଙ୍ଗଲ ବିଭାଗ ଅଧୀନରେ ଥିବା ପ୍ରାୟ ୨୭.୮୮୭ ହେକ୍ଟର ଜଙ୍ଗଲ ଜମିକୁ ବିମାନବନ୍ଦର କାର୍ଯ୍ୟ ପାଇଁ ବ୍ୟବହାର କରାଯିବ। 

ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର କିଛି ବର୍ଷ ତଳେ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । କିଛି ଦିନ ଧରି ଏଠାରେ ନିର୍ମାଣ ହେବା କିମ୍ବା ନହେବା ନେଇ ରାଜନୀତି ଜୋର ଧରିଥିଲା । ଏହାପରେ ରାଜ୍ୟରେ ସରକାର ପରିବର୍ତ୍ତନ ହେଲା, ନୂଆ ସରକାର କ୍ଷମତାକୁ ଆସିଲେ । ନୂଆ ସରକାର ପୁରୀରେ ବିମାନବନ୍ଦର ନିର୍ମାଣ କରିବା ସପକ୍ଷରେ ମଧ୍ୟ କାମ ଆରମ୍ଭ କରିଥିଲେ। ୨୦୨୫ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପୁରୀରେ ବିମାନବନ୍ଦର ନିର୍ମାଣ କରିବାକୁ ଗ୍ରୀନ୍ ସିଗ୍ନାଲ ଦେଇଥିଲେ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ନୀତିଗତ ଅନୁମୋଦନ ପ୍ରଦାନ କରିଥିଲେ। ଯାହାଫଳରେ ବିମାନବନ୍ଦର ନିର୍ମାଣ ପାଇଁ ବାଟ ଫିଟିଥିଲା। ଆଉ ଏବେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି ।

ପଢନ୍ତୁ ଏହି ଖବର: ୮ରୁ ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତି.ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଦିଆଯିବ ଗୁରୁତ୍ବ

ଭାରତର ଅନ୍ୟତମ ପବିତ୍ର ତୀର୍ଥସ୍ଥଳ ତଥା ମହାପ୍ରଭୁ ଜଗନ୍ନାଥ ଧାମ ପୁରୀ ଏକ ବିଶ୍ବ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର । ଦୁନିଆର ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଏହା ଆର୍କିଷିତ କରିଥାଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ପୁରୀ ବିମାନ ବନ୍ଦରକୁ ଅନୁମୋଦନ ଦିଆଯାଇଥିଲା। ବିମାନ ବନ୍ଦର ପ୍ରତିଷ୍ଠା ହେବା ଦ୍ବାରା ପୁରୀ ଅଞ୍ଚଳରେ ଧାର୍ମିକ, ଭାରତର ସବୁ ସହରକୁ ଉଡିବ ବିମାନ। ପର୍ଯ୍ୟଟନ ଓ ଆଞ୍ଚଳିକ ବିକାଶ ହେବ । ପୁରୀ ବିମାନବନ୍ଦର ହେଲେ ଭାରତର ପ୍ରମୁଖ ମହାନଗର ମଧ୍ୟରେ ସିଧାସଳଖ ବିମାନ ସେବା ଯାତ୍ରୀ ପାଇ ପାରିବେ। ଏହି ମଞ୍ଜୁରୀ ପରେ ଏବେ ଜମି ଅଧିଗ୍ରହଣ ଏବଂ ନିର୍ମାଣ ପାଇଁ ପରବର୍ତ୍ତୀ ବୈଷୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ିତୋଳିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଏକ ୪ ଜଣିଆ ଟିମ୍ ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ସ୍ଥାନ ପରିଦର୍ଶନ କରିଥିଲେ । ଏହା ପରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ ବୈଠକ ବସିଥିଲା। ବୈଠକରେ ପୁରୀ ଶ୍ରୀ ଜଗନ୍ନାଥ ଇଣ୍ଟରନ୍ୟାସନାଲ ବିମାନ ବନ୍ଦର ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏୟାରପୋର୍ଟ ନିର୍ମାଣ ପାଇଁ ମୋଟ୍ ୫୬୩୧ କୋଟି ଟଙ୍କା ଖର୍ଚ କରିବାକୁ ବ୍ୟୟ ଅଟକଳ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୨୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଇଡ୍‌କୋକୁ ନିର୍ମାଣ କାର୍ଯ୍ୟ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ ଏହାର ପାଚେରୀ କାମ ଅଧା ସରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
International Airport: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର, ପୁରୀରେ ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର | Argus News